ETV Bharat / bharat

ନିଜ ଖାଇବା ଖର୍ଚ୍ଚ ନିଜେ ଉଠାନ୍ତି ପ୍ରଧାନମନ୍ତ୍ରୀ ମୋଦି - ନିଜ ଖାଇବା ଖର୍ଚ୍ଚ ନିଜେ ତୁଲାନ୍ତି ପ୍ରଧାନମନ୍ତ୍ରୀ ମୋଦି

ନିଜ ଖାଇବା ଖର୍ଚ୍ଚ ନିଜେ ଉଠାନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିପାଇଁ ସରକାରୀ ପାଣ୍ଠିରୁ ଟଙ୍କାଟିଏ ବି ଖର୍ଚ୍ଚ ହୁଏନି । RTI ଜରିଆରେ ମଗାଯାଇଥିବା ଏକ ତଥ୍ୟରୁ ଏହା ଜଣାପଡିଛି ।

ନିଜ ଖାଇବା ଖର୍ଚ୍ଚ ନିଜେ ଉଠାନ୍ତି ପ୍ରଧାନମନ୍ତ୍ରୀ ମୋଦି

author img

By

Published : Sep 1, 2022, 2:18 PM IST

ନୂଆଦିଲ୍ଲୀ: ଭାରତରେ ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀଙ୍କ ଲାଗି ଅନେକ ସରକାରୀ ସୁବିଧା ସୁଯୋଗ ରହିଛି । ଟେଲିଫୋନ ବିଲ୍ ଠାରୁ ଆରମ୍ଭ କରି ବିମାନଯାତ୍ରା ଯାଏଁ ସମସ୍ତ ସେବା ଏହି ରାଜନେତାମାନଙ୍କୁ ନିଃଶୁଳ୍କ ମିଳିଥାଏ । ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରିଥାନ୍ତି ଭାରତ ସରକାର । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସବୁପ୍ରକାର ସରକାରୀ ସୁବିଧାର ଲାଭ ଉଠାନ୍ତି ନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଧାନମନ୍ତ୍ରୀ ମୋଦି ନିଜର ସମସ୍ତ ଖାଇବା ଖର୍ଚ୍ଚ ନିଜେ ଉଠାନ୍ତି ।

ରୋଷେଇ ଗ୍ୟାସ ଠାରୁ ଆରମ୍ଭ କରି ପନିପରିବା ଯାଏଁ ସବୁ ଖର୍ଚ୍ଚ ନିଜ ପକେଟରୁ କରିଥାନ୍ତି (PM Modi himself bears his food Expenses) । ଏଥିପାଇଁ ସରକାରୀ ପାଣ୍ଠିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୁଏ ନାହିଁ । ଆରଟିଆଇ ତଥ୍ୟରୁ ଏହା ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟପେୟରେ କେତେ ଟଙ୍କା ଖର୍ଚ୍ଚ ହୁଏ, ସେନେଇ ସୂଚନା ଅଧିକାର ଆଇନ ଜରିଆରେ ଏକ ପ୍ରଶ୍ନ ପଚରା ଯାଇଥିଲା । ସରକାରୀ ବଜେଟରୁ ଏ ବାବଦରେ ଟଙ୍କାଟିଏ ମଧ୍ୟ ବ୍ୟୟ ହୁଏ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)ର ସଚିବ ବିନୋଦ ବିହାରୀ ସିଂହ(Binod Bihari Singh) RTIକୁ କହିଛନ୍ତି, '' ପ୍ରଧାନମନ୍ତ୍ରୀ ଖାଦ୍ୟପେୟ ବାବଦରେ ସରକାରୀ ବଜେଟରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୁଏ ନାହିଁ ।'' ସେଣ୍ଟ୍ରାଲ ପବ୍ଲିକ ୱାର୍କସ୍‌ ଡିପାର୍ଟମେଣ୍ଟ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ସୁରକ୍ଷା ଯୋଗାଇଥାଏ । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପୋଷାକ ଖର୍ଚ୍ଚ ସମ୍ପର୍କରେ ଆରଟିଆଇ ମାଧ୍ୟମରେ ପ୍ରଶ୍ନ ପଚରା ଯାଇଥିଲା । ତେବେ ନିଜ ଖାଦ୍ୟପେୟ ଭଳି ପୋଷାକ ଖର୍ଚ୍ଚ ମଧ୍ୟ ପ୍ରଧାନମନ୍ତ୍ରୀ ନିଜେ ଉଠାନ୍ତି ବୋଲି କୁହାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଖୋଜା ପଡିଛି ଦାଉଦ ଇବ୍ରାହିମ, ସୂଚନା ଦେଲେ ମିଳିବ ୨୫ ଲକ୍ଷ

ପ୍ରଧାନମନ୍ତ୍ରୀ ସଂସଦ ଭବନ ପରିସରରେ ଥିବା କ୍ୟାଣ୍ଟିନକୁ ନେଇ ମଧ୍ୟ ଅନେକ ସଂସ୍କାର ଆଣିଛନ୍ତି । ୨୦୨୧ରେ ସଂସଦର କ୍ୟାଣ୍ଟିନରେ ସାଂସଦମାନଙ୍କୁ ଦିଆଯାଉଥିବା ସବସିଡି(subsidy) ବନ୍ଦ କରାଯାଇଥିଲା । ଲୋକସଭା ବାଚସ୍ପତି ଓମ ବିର୍ଲା ସବସିଡିକୁ ଉଠାଇ ଦେଇଥିଲେ । ୨୦୨୧ ପୂର୍ବରୁ ସଂସଦ କ୍ୟାଣ୍ଟିନ ସବ୍‌ସିଡି ବାବଦରେ ୧୭ କୋଟି ଟଙ୍କା ବ୍ୟୟ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.