ETV Bharat / bharat

Telugu Film Industry ପ୍ରଶଂସାରେ ପ୍ରଧାନମନ୍ତ୍ରୀ - ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିଙ୍କୁ ପ୍ରଶଂସା କଲେ ମୋଦି

ଶନିବାର ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟିକୁ ଲୋକାର୍ପଣ କରିବା ପରେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Telugu film industryକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

author img

By

Published : Feb 6, 2022, 9:24 AM IST

ହାଇଦ୍ରାବାଦ: ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳଚ୍ଚିତ୍ରରେ ରାଜ୍ୟର ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅବଦାନ ବେଶ ପ୍ରଶଂସନୀୟ । ତେଲୁଗୁ ସଂସ୍କୃତିକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇଛି ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି । ଫଳରେ ଅନ୍ୟ ରାଜ୍ୟର ଲୋକ ମଧ୍ୟ ତେଲୁଗୁ ସଂସ୍କୃତିକୁ ଜାଣିପାରୁଛନ୍ତି । ବଡ ପରଦା ଓ OTT ପ୍ଲାଟଫର୍ମରେ ଏବେ ରାଜ କରୁଛି ତେଲୁଗୁ ଚଳଚ୍ଚିତ୍ର । ଭାରତ ବାହାରେ ମଧ୍ୟ ଏହାକୁ ବେଶ ପ୍ରଶଂସା କରାଯାଉଛି ।

ତେଲୁଗୁ ଭାଷାଭାଷୀ ଲୋକମାନଙ୍କୁ ସେମାନଙ୍କର କଳା ଏବଂ ସଂସ୍କୃତି ପ୍ରତି ଉତ୍ସର୍ଗୀକୃତ କରିବା ସମସ୍ତଙ୍କ ପାଇଁ ପ୍ରେରଣା ଅଟେ । ଗତକାଲି ହାଇଦ୍ରାବାଦରେ ଷ୍ଟାଟ୍ୟୁ ଓ ଇକ୍ବାଲିଟିକୁ ଉନ୍ମୋଚନ ସମୟରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ । ତେଲୁଗୁ ସଂସ୍କୃତି କିପରି ଭାରତର ବିବିଧତାକୁ ସମୃଦ୍ଧ କରିଛି ତାହା ମଧ୍ୟ କହିଥିଲେ ମୋଦି ।

ଗତକାଲି ହାଇଦ୍ରାବାଦ ଗସ୍ତରେ ଆସି ପ୍ରଥମେ ପ୍ରଧାନମନ୍ତ୍ରୀ ସେମି-ଆରିଡ ଟ୍ରପିକ୍ସର ଆନ୍ତର୍ଜାତୀୟ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ICRISAT) ର 50ତମ ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏହାପରେ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ 216 ଫୁଟ ଉଚ୍ଚତା ବିଶିଷ୍ଟ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ର ଲୋକାର୍ପଣ କରିଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.