ETV Bharat / bharat

Good Friday 2022: ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗୁଡ୍‌ ଫାଇଡେ ଶୁଭେଚ୍ଛା

ଆଜି ପବିତ୍ର ଗୁଡ଼ ଫ୍ରାଇଡେ । ଯୀଶୁ ଖ୍ରୀଷ୍ଟଙ୍କ କୁଶବିଦ୍ଧ ଏବଂ ମହାପ୍ରୟାଣ ଦିବସକୁ ଆଜି ସମଗ୍ର ବିଶ୍ବର ଖ୍ରୀଷ୍ଟିଆନ ଧର୍ମାଲମ୍ବୀମାନେ ଗୁଡ ଫ୍ରାଇଡେ ଭାବରେ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Apr 15, 2022, 10:43 AM IST

Updated : Apr 15, 2022, 11:55 AM IST

pm modi greets people on good friday
Good Friday 2022: ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗୁଡ୍‌ ଫାଇଡ୍ରେ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ପବିତ୍ର ଗୁଡ଼ ଫ୍ରାଇଡେ । ଯୀଶୁ ଖ୍ରୀଷ୍ଟଙ୍କ କୁଶବିଦ୍ଧ ଏବଂ ମହାପ୍ରୟାଣ ଦିବସକୁ ଆଜି ସମଗ୍ର ବିଶ୍ବର ଖ୍ରୀଷ୍ଟିଆନ ଧର୍ମାଲମ୍ବୀମାନେ ଗୁଡ ଫ୍ରାଇଡେ ଭାବରେ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ‘ଆଜିର ଦିନରେ ଯୀଶୁ ଖ୍ରୀଷ୍ଟଙ୍କ ସାହାସ ଏବଂ ବଳିଦାନକୁ ଆମେ ମନେ ରଖିଛୁ । ତାଙ୍କର ସେବା ଏବଂ ଭାଇଚାରାର ଆଦର୍ଶ ଅନେକ ଲୋକଙ୍କ ପାଇଁ ମାର୍ଗଦର୍ଶକ ପାଲଟିଛି ’। ସମସ୍ତ ଖ୍ରୀଷ୍ଟାବଲମ୍ବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • We remember the courage and sacrifices of Jesus Christ today on Good Friday. His ideals of service and brotherhood are the guiding light for several people.

    — Narendra Modi (@narendramodi) April 15, 2022 " class="align-text-top noRightClick twitterSection" data=" ">

ଗୁଡ ଫ୍ରାଇଡେ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ବିଟ କରି ଲେଖିଛନ୍ତି "ଆଜିର ଦିନରେ ମୁଁ ପ୍ରାର୍ଥନା କରୁଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଆମକୁ ଶାନ୍ତି, ପ୍ରେମ, କରୁଣା, ସୌହାର୍ଯ୍ୟ ଏବଂ ସର୍ବଭାରତୀୟ ଭାଇଚାରା ପଥରେ ମାର୍ଗଦର୍ଶନ କରୁ"।

ଗୁଡ ଫ୍ରାଇଡେକୁ ପବିତ୍ର ଫ୍ରାଇଡେ, ଗ୍ରେଟ ଫ୍ରାଇଡେ, ବ୍ଲାକ ଫ୍ରାଇଡେ ଏବଂ ଇଷ୍ଟର ଫ୍ରାଇଡେ ମଧ୍ୟ କୁହାଯାଇଥାଏ । ଖ୍ରୀଷ୍ଟୀୟାନ ଧର୍ମାବଲମ୍ବୀଙ୍କ ବିଶ୍ବାସ ଅନୁଯାୟୀ, ଆଜିର ଏହି ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତର ପାପୀ ମନୁଷ୍ୟ ମାନଙ୍କ ପାପରୁ ଉଦ୍ଧାର ପାଇଁ ନିଜକୁ ସମର୍ପିତ କରି କୁଶବିଦ୍ଧ ହୋଇ ପ୍ରାଣ ତ୍ୟାଗ କରିଥିଲେ। । ଏଣୁ ଏହି ଦିନକୁ ଦୁଃଖର ସହିତ ମନେ ପକେଇବା ପାଇଁ ସାରା ଵିଶ୍ଵରେ ପବିତ୍ର ଶୁକ୍ରବାର ତଥା ଗୁଡ଼ ଫ୍ରାଇଡେ ଭାବେ ପାଳନ କରାଯାଉଛି । ସକାଳୁ ସକାଳୁ ଖ୍ରୀଷ୍ଟୀୟ ଧର୍ମାବଲମ୍ବୀ ମାନେ ଚର୍ଚ୍ଚକୁ ଯାଇ ବାଇବେଲ ପଢିବା ସହ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 15, 2022, 11:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.