ନୂଆଦିଲ୍ଲୀ: ଆଜି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ଇଦ୍ ପର୍ବ ବା ଇଦ-ଉଲ-ଫିତର । କୋରୋନା କଟକଣା ମଧ୍ୟରେ ଦେଶବାସୀ ପାଳନ କରୁଛନ୍ତି ଇଦ୍ ପର୍ବ । ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶୁଭେଚ୍ଛା ଜଣାଇବା ସହ ଟ୍ବିଟ କରି କହିଛନ୍ତି କି, ଇଦ୍ ପର୍ବ ହେଉଛି ପରସ୍ପର ମଧ୍ୟରେ ଭାଇଚାରାର ଓ ମାନବିକତା ସେବାରେ ନିଜକୁ ସମର୍ପିତ କରିବାର ଏକ ସୁଯୋଗ । କୋରୋନାର ମୁକାବିଲା କରିବା ଓ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ସମସ୍ତ ନିୟମ ପାଳନ ପାଇଁ ସଙ୍କଳ୍ପ ନେବା ।
ସେହିପରି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରି ଦେଶବାସୀଙ୍କୁ ମଧ୍ୟ ଇଦର ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି କି ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସୁସ୍ଥତା ପ୍ରାର୍ଥନା କରୁଛି । ଆମର ସମୂହ ଉଦ୍ୟମ ଦ୍ବାରା ବିଶ୍ବବ୍ୟାପି ମହାମାରୀକୁ ଦୂର କରି ମାନବ କଲ୍ୟାଣ ଦିଗରେ କାର୍ଯ୍ୟ କରିବା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡିଶାବାସୀଙ୍କୁ ଇଦର ଶୁଭେଚ୍ଚା ଜଣାଇ ସୁଖ, ସମୃଦ୍ଧ, ଶାନ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟ ଆମକୁ ଦୟା ଓ ପ୍ରେମ ପଥରେ ଆଗେଇ ନେଉ ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ