ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି 72 ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ''ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଢେର ସାରା ଶୁଭେଚ୍ଛା ଓ ଶୁଭକାମନା, ଜୟ ହିନ୍ଦ୍ ଲେଖି ''ମୋଦି ଟ୍ବିଟ କରିଛନ୍ତି।
ଚଳିତ ବର୍ଷ ଏହି ଦିବସ ସମ୍ପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ ହେଉଛି। କିନ୍ତୁ ଜାତୀୟ ରାଜଧାନୀରେ ଆଇଟିଓ, ଯମୁନା ବ୍ରିଜ୍ ଏବଂ ରିପବ୍ଲିକ୍ ଡେ ପରେଡ ପୂର୍ବରୁ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ୍ ବ୍ୟାରିକେଡ୍ ଲଗାଯାଇ ସୁରକ୍ଷାକୁ କଡାକଡି କରାଯାଇଛି।
-
देशवासियों को गणतंत्र दिवस की ढेरों शुभकामनाएं। जय हिंद!
— Narendra Modi (@narendramodi) January 26, 2021 " class="align-text-top noRightClick twitterSection" data="
Wishing all the people of India a Happy #RepublicDay. Jai Hind!
">देशवासियों को गणतंत्र दिवस की ढेरों शुभकामनाएं। जय हिंद!
— Narendra Modi (@narendramodi) January 26, 2021
Wishing all the people of India a Happy #RepublicDay. Jai Hind!देशवासियों को गणतंत्र दिवस की ढेरों शुभकामनाएं। जय हिंद!
— Narendra Modi (@narendramodi) January 26, 2021
Wishing all the people of India a Happy #RepublicDay. Jai Hind!
ଆଜି ଜାତୀୟ ରାଜଧାନୀର ମହାନ୍ ରାଜପଥରେ 72 ତମ ଗଣତନ୍ତ୍ର ଦିବସ ପାଳନ ସମୟରେ ଭାରତର ସାମରିକ ଶକ୍ତି, ସାଂସ୍କୃତିକ ବିବିଧତା, ସାମାଜିକ ଏବଂ ଅର୍ଥନୈତିକ ପ୍ରଗତି ପ୍ରଦର୍ଶିତ ହେବ। ଏହାସହ ଦମ ଦେଖାଇବାକୁ ପ୍ରସ୍ତୁତ ଅଛି ଲଢୁଆ ରାଫେଲ ବିମାନ।
ସଶସ୍ତ୍ର ବାହିନୀର ପ୍ରଜ୍ଞାପନ ମେଢ ବ୍ୟତୀତ ବିଭିନ୍ନ ରାଜ୍ୟରୁ 17 ଟି ପ୍ରଜ୍ଞାପନ ମେଢ ଏବଂ କେନ୍ଦ୍ର ସରକାର ଏବଂ ପାରାମିଲିଟାରୀ ଫୋର୍ସର ବିଭିନ୍ନ ମନ୍ତ୍ରଣାଳୟ ବା ବିଭାଗର ନଅଟି ପ୍ରଜ୍ଞାପନ ମେଢ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର6 ଟି ମେଢ ବାର୍ଷିକ ପରେଡ ସମୟରେ ପ୍ରଦର୍ଶିତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରିବା ସହିତ ଗଣତନ୍ତ୍ର ଦିବସ ପରେଡ ସମାରୋହ ଆରମ୍ଭ ହେବ।