ETV Bharat / bharat

Raja festival: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ରଜପର୍ବ 2023

ରଜପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ରାଜ୍ୟବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରି ଓଡିଆରେ କଲେ ଟ୍ବିଟ । ଅଧିକ ପଢନ୍ତୁ

Raja festival: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

author img

By

Published : Jun 15, 2023, 7:11 PM IST

ଭୁବନେଶ୍ବର: ସମଗ୍ର ରାଜ୍ୟ ପାଳୁଛି ଗଣପର୍ବ ରଜ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ରଜ ପର୍ବର ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛାରେ ରାଜ୍ୟବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡିଆରେ ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘‘ରଜ ପର୍ବ ଅବସରରେ ହାର୍ଦ୍ଦିକ ଶୁଭକାମନା । ଏହି ପବିତ୍ର ଅବସର ଆପଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି ଆଣି ଦେଉ । ଆପଣଙ୍କ ଜୀବନ ଆନନ୍ଦମୟ ହେଉ ।’’

  • ରଜ ପର୍ବ ଅବସରରେ ହାର୍ଦ୍ଦିକ ଶୁଭକାମନା । ଏହି ପବିତ୍ର ଅବସର ଆପଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଓ ସମୃଦ୍ଧି ଆଣି ଦେଉ। ଆପଣଙ୍କ ଜୀବନ ଆନନ୍ଦମୟ ହେଉ ।

    — Narendra Modi (@narendramodi) June 15, 2023 " class="align-text-top noRightClick twitterSection" data=" ">

ପହିଲି ରଜ ପରେ ଆଜି ପାଳନ ହେଉଛି ଦ୍ବିତୀୟ ଦିନ ରଜ ଅର୍ଥାତ ରଜ ସଂକ୍ରାନ୍ତି । ଏହାକୁ ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ତିନି ଦିନ ଧରି ପାଳିତ ହେଉଥିବା ଏହି କୃଷିଭିତ୍ତିକ ପର୍ବର ଆଜି ଦ୍ବିତୀୟ ଦିନ । ସବୁଠି ଉତ୍ସାହ ଓ ଉଦ୍ଦୀପନା । ରଜ ସଂକ୍ରାନ୍ତିରେ ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ବିଭିନ୍ନ ଦେବାଦେବୀଙ୍କ ପୀଠରେ ଦର୍ଶନ କରି ରଜର ଦ୍ବିତୀୟ ଦିନ ପାଳୁଛନ୍ତି ରାଜ୍ୟବାସୀ । ଗାଁଠୁ ସହର ସଭିଏଁ ଦୋଳିରେ ଝୁମୁଛନ୍ତି । ପିଠା ମିଠା ସହ ପାନ ଖାଇ ପାଳୁଛନ୍ତି ରଜ । ରାଜ୍ୟରେ ବିଭିନ୍ନ ମନ୍ଦିରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।

ପହିଲି ରଜ ମଉଜ ଜମିଥିଲା । ଗାଁ ଠୁ ସହର ସବୁଠି ପହିଲି ରଜକୁ ସଭିଏଁ ମନଭରି ଉପଭୋଗ କରିଥିଲେ । ଦୋଳି ଖେଳିବା ସହିତ ପୋଡପିଠା ଓ ରଜପାନ ମହକରେ ମହକି ଉଠିଥିଲା ଖଣ୍ଡମଣ୍ଡଳ । ରଜରେ କବାଡି ଓ କୁଆଁରୀଙ୍କ ସଜବାଜ ଶୃଙ୍ଗାର ସହ ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇ ସାଙ୍ଗସାଥୀ ମିଳି ଏକାଠୀ ହୋଇ ପହିଲି ରଜ ପାଳିଥିଲେ । ସେହିପରି ଆଜି ଦ୍ବିତୀୟ ଦିନକୁ ବି ଧୁମଧାମରେ ପାଳନ କରିଛନ୍ତି । ଜୁନ 14, 15 ଓ 16 କୁ ଆନନ୍ଦ ଉଲ୍ଲାସର ସହ ପ୍ରତିଟି ଓଡିଆ ପାଳନ କରନ୍ତି । ରାଜ୍ୟର ସଂସ୍କୃତି ଓ ପରମ୍ପରାରେ ଏହି ଗଣପର୍ବର ଏକ ଭିନ୍ନ ପରିଚୟ ମଧ୍ୟ ରହିଛି । ଦୀର୍ଘ ତିନି ଦିନ ଧରି ପାଳନ କରାଯାଉଥିବା ଏହି ଗଣପର୍ବକୁ ବିଶେଷ କରି ଯୁବପିଢିଙ୍କ ଅପେକ୍ଷା ଥାଏ । ଏହା କେବଳ କୃଷିଭିତ୍ତିକ ନୁହେଁ ବରଂ ଋତୁଭିତ୍ତିକ ପର୍ବ ମଧ୍ୟ । ମୌସୁମୀ ଆଗମନ ପ୍ରାରମ୍ଭରେ ଏହି ପର୍ବ ପାଳନ କରାଯାଏ । ଓଡିଶା ନିଜର ଐତିହ୍ୟ ସମ୍ପନ୍ନ ସଂସ୍କୃତି ଓ ପାର୍ବଣ ପାଇଁ ସମଗ୍ର ଦେଶରେ ଏକ ଭିନ୍ନ ରାଜ୍ୟ ଭାବେ ମଧ୍ୟ ପରିଚୟ ବହନ କରେ । ସେଥିମଧ୍ୟରୁ ଗଣପର୍ବ ରଜ ଅନ୍ୟତମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.