ETV Bharat / bharat

ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ବଙ୍ଗବାସୀଙ୍କୁ ଦେଲେ ଧନ୍ୟବାଦ

author img

By

Published : May 2, 2021, 8:38 PM IST

ପଶ୍ଚିମବଙ୍ଗ ବିଧାନସଭା ଫଳାଫଳ ସ୍ପଷ୍ଟ ହେବା ପରେ ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି ,ବଙ୍ଗବାସୀଙ୍କୁ ଦେଲେ ଧନ୍ୟବାଦ । କହିଲେ କେନ୍ଦ୍ର ଓ ବଙ୍ଗ ମିଳିତ ସହଭାଗିିତାରେ ପୂରଣ ହେବ ବଙ୍ଗର ସ୍ବପ୍ନ । ଅଧିକ ପଢନ୍ତୁ...

ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି ,ବଙ୍ଗବାସୀଙ୍କୁ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସି ସରକାର କରିବା ଏକ ପ୍ରକାର ସ୍ପଷ୍ଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରକୁ ସମ୍ପୂର୍ଣ୍ଣ ସହଯୋଗ ଜାରି ରଖିବ । ବଙ୍ଗବାସୀଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ କେନ୍ଦ୍ର ତାର ସହଯୋଗ ଓ ଦାୟିତ୍ୱ ଜାରି ରଖିବ । ସେହିପରି ବର୍ତ୍ତମାନ ସମୟରେ ଦେଖାଦେଇଥିବା କୋଭିଡ ମହାମାରୀ ମୁକାବିଲାରେ ମଧ୍ୟ ବଙ୍ଗ ସଫଳ ହେବା ନେଇ ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।

ତେବେ ଆଜିର ଫଳାଫଳ ଓ ବିଜେପିର ପ୍ରଦର୍ଶନ ନେଇ ମଧ୍ୟ ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ ବଙ୍ଗବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ ଦଳ ପୂର୍ବାପେକ୍ଷା ବଙ୍ଗରେ ଭଲ ପ୍ରଦର୍ଶନ କରିଛି । ରାଜ୍ୟବାସୀ ବିଜେପି ପ୍ରତି ଦେଖାଇଥିବା ସହଯୋଗ ପାଇଁ ମଧ୍ୟ ସେ ବଙ୍ଗବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ପୂର୍ବରୁ ବଙ୍ଗରେ ବିଜେପିର ଉପସ୍ଥିତି ପ୍ରାୟ ନଥିବାବେଳେ ଏବେ ବଙ୍ଗବାସୀ ବିଜେପିକୁ ଏକ ସକ୍ରିୟ ଭୁମିକାକୁ ଆଣିବା ସହ ଗୁରୁଦାୟିତ୍ବ ଦେଇଛନ୍ତି । ସେହିପରି ବଙ୍ଗବାସୀଙ୍କ ପାଇଁ ବିଜେପି ତାର କାର୍ଯ୍ୟ ଜାରି ରଖିବ ବୋଲି କିହିଛନ୍ତି ପ୍ରଧାନମନ୍ତ୍ରୀ । ଦଳ ମଧ୍ୟ ସାଙ୍ଗଠନିକ ସ୍ତରରେ ଖୁବ ଭଲ ପ୍ରଦର୍ଶନ କରିଛି । ଚଳିତ ନିର୍ବାଚନରେ ଦଳ ପାଇଁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ଅବଦାନ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

ସେହିପରି ଅନ୍ୟ 4 ରାଜ୍ୟର ବିଜୟୀ ପ୍ରାର୍ଥୀ ଓ ଦଳମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । କେରଳରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ତାଙ୍କ ମେଣ୍ଟ ଏଲଡିଏଫକୁ ଶୁଭେଚ୍ଛା ଜଣାଇଛନ୍ତି । କେରଳ ଓ କେନ୍ଦ୍ର ପ୍ରତି କ୍ଷେତ୍ରରେ ସହଭାଗିତା ସହ କାର୍ଯ୍ୟ ଜାରି ରଖିବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତାମିଲନାଡୁରେ ଦୀର୍ଘବର୍ଷ ପରେ କ୍ଷମତାକୁ ଫେରିବାକୁ ଯାଉଥିବା ଏଡିଏମକେ ଓ ପ୍ରଥମ କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଥିବା ଏଡିଏମକେ ସୁପ୍ରିମୋ ଏମ କେ ଷ୍ଟାଲିନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାମିଲନାଡୁବାସୀଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଉଭୟ କେନ୍ଦ୍ର ଓ ତାମିଲନାଡୁ ସରକାର ମିଳିତ ସହଭାଗିତାରେ କାର୍ଯ୍ୟ ଜାରି ରଖିବେ ବୋଲି କିହଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.