ନୂଆଦିଲ୍ଲୀ: ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । 14ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଫୁମିଓ ଭାରତ ଆସିଛନ୍ତି । ଏହି ଅବସରରେ ଫୁମିଓଙ୍କୁ 'କୃଷ୍ଣ ପକ୍ଷୀ' ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
'କୃଷ୍ଣ ପକ୍ଷୀ' ଚନ୍ଦନ କାଠରେ ନିର୍ମିତ ହୋଇଛି ଏବଂ ଏହାର ଉଭୟ ପାର୍ଶ୍ବରେ ଥିବା କଳା ଚିତ୍ର ମାଧ୍ୟମରେ ଭଗବାନ କୃଷ୍ଣଙ୍କର ବିଭିନ୍ନ ସ୍ଥିତିକୁ ଚିତ୍ରଣ କରାଯାଇଛି । ଏହାକୁ ପାରମ୍ପରିକ ଉପକରଣରେ ହାତରେ ଖୋଦିତ କରାଯାଇଛି । ଏଥିସହ ଏହାର ଶୀର୍ଷରେ ମୟୂର ଚିତ୍ର ମଧ୍ୟ ରହିଛି । ରାଜସ୍ଥାନର ଚୁରୁରେ କୁଶଳୀ କାରିଗରମାନଙ୍କ ଦ୍ବାରା 'କୃଷ୍ଣ ପକ୍ଷୀ' ନିର୍ମାଣ କରାଯାଇଛି । ଏହି ଚିତ୍ରକଳା ଶୁଦ୍ଧ ଚନ୍ଦନ କାଠରେ ନିର୍ମିତ କରାଯାଇଛି।