ETV Bharat / bharat

'One Rank One Pension ପ୍ରତିଶ୍ରୃତି ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ’ - ଲେହ

3 ଦିନିଆ ଲେହ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କହିଲେ ପ୍ରତିରକ୍ଷା ଭେଟେରାନଙ୍କୁ ଦେଇଥିବା ପ୍ରତିଶ୍ରୃତି ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

‘ ଓ୍ବାନ ର୍ୟାଙ୍କ ଓ୍ବାନ ପେନଶନ ପ୍ରତିଶ୍ରୁତି ପୂରଣ କରିଛନ୍ତି ପ୍ରଧାମନ୍ତ୍ରୀ ’

author img

By

Published : Jun 28, 2021, 7:16 AM IST

ଶ୍ରୀନଗର: ପ୍ରତିରକ୍ଷା ଭେଟେରାନଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ସଫଳ ହୋଇଛନ୍ତି । ପ୍ରତିରକ୍ଷା ଭେଟେରାନମାନଙ୍କୁ' 'one rank one pension' ଯୋଜନା ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ, ଯାହା ସେ ପୂରଣ କରିବାରେ ସଫଳ ହୋଇଛନ୍ତି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ 3 ଦିନିଆ ଲେହ ଗସ୍ତରେ ଥିବାବେଳେ ସେନା ଭେଟେରାନମାନଙ୍କୁ ସମ୍ବୋଧିତ କରି ଏହି ମନ୍ତବ୍ୟ ଦେଇଛନ୍ତି ।

‘ ଓ୍ବାନ ର୍ୟାଙ୍କ ଓ୍ବାନ ପେନଶନ ପ୍ରତିଶ୍ରୁତି ପୂରଣ କରିଛନ୍ତି ପ୍ରଧାମନ୍ତ୍ରୀ ’
‘ ଓ୍ବାନ ର୍ୟାଙ୍କ ଓ୍ବାନ ପେନଶନ ପ୍ରତିଶ୍ରୁତି ପୂରଣ କରିଛନ୍ତି ପ୍ରଧାମନ୍ତ୍ରୀ ’

ରାଜନାଥ କହିଛନ୍ତି, ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ୍ର ବାହିନୀର ଭେଟେରାନମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ସେବା ପରେ ପୁନଃଅବସ୍ଥାପନ ସମସ୍ୟା ସମ୍ପର୍କରେ ସେ କହିଛନ୍ତି ଯେ ଏହି ସମସ୍ୟା ଏବେ ମଧ୍ୟ ଜାରି ରହିଛି । ଏହା ସହିତ ସମୟ ସମୟରେ ପୁନଅବସ୍ଥାପନ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ନିଯୁକ୍ତି ମେଳା ମଧ୍ୟ କିଛି ସ୍ଥାନରେ ଆୟୋଜିତ ହେଉଛି । ଯେଉଁଥିରେ ବହୁ ପରିମାଣରେ ଅବସରପ୍ରାପ୍ତ ପ୍ରତିରକ୍ଷା ଭେଟେରାନ ମାନଙ୍କୁ ପୁଣି କାର୍ଯ୍ୟରେ ପୁନଃଅବସ୍ଥାପିତ କରାଯାଉଛି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ମୋଦି ସରକାର ଚେଷ୍ଟା କରୁଥିବା କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ । ରାଜନାଥ ଆହୁରି ମଧ୍ୟ କହିଛନ୍ତି ,"ଆମର ସୈନିକ ତଥା ଭେଟେରାନଙ୍କ ଦେଶ ପ୍ରତି ଉତ୍ସର୍ଗୀକୃତତା ଆଦର୍ଶ ଅଟେ। ମୁଁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ତ୍ତମାନ 3 ଦିନିଆ ଲେହ ଗସ୍ତ ପାଇଁ ଅଛନ୍ତି । ସେ ସୀମା ସଡକ ସଂଗଠନ (BRO) ଦ୍ବାରା ନିର୍ମିତ ଭିତ୍ତିଭୂମିର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.