ETV Bharat / bharat

ଅଯୋଧ୍ୟା ଧାମ ଷ୍ଟେସନ ଲୋକାର୍ପିତ: ଦେଶରେ ଗଡିଲା ପ୍ରଥମ ଅମୃତ ଭାରତ ଟ୍ରେନ

author img

By ETV Bharat Odisha Team

Published : Dec 30, 2023, 1:36 PM IST

Updated : Dec 30, 2023, 1:55 PM IST

PM Modi Ayodhya visit: ଅଯୋଧ୍ୟା ଗସ୍ତରେ ଆସି ଅଯୋଧ୍ୟା ଧାମ ଜଙ୍କସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ଗଡିଲା ଦେଶର ପ୍ରଥମ ଅମୃତ ଭାରତ ଟ୍ରେନ । ଅଧିକ ପଢନ୍ତୁ

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ
Modi arrives Ayodhya

ଅଯୋଧ୍ୟା: ଅଯୋଧ୍ୟା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଚ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପୁଛି ଅଯୋଧ୍ୟା ନଗରୀ । ନବବଧୂ ଭଳି ସଜେଇ ହୋଇଛି ରାମ ଜନ୍ମଭୂମି । ଅଯୋଧ୍ୟା ଗସ୍ତରେ ଆସି ଅଯୋଧ୍ୟା ଧାମ ଜଙ୍କସନର ଉଦଘାଟନ କରିବା ସହ 2ଟି ଅମୃତ ଭାରତ ଟ୍ରେନ ଓ 6ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମ ଥର ପାଇଁ ଦେଶରେ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ ହୋଇଛି । ଏହାପରେ ସେ ନବନିର୍ମିତ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଆଜି ସକାଳ ସମୟରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିଥିଲେ । ଏହାପରେ ବିମାନ ବନ୍ଦରରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ବାଗତ କରିଥିଲେ । ପରେ ଅଯୋଧ୍ୟାରେ ଏକ ବିଶାଳ ରୋଡ ସୋ' କରିଥିଲେ ମୋଦି । ଉପସ୍ଥିତ ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୁଲ ବର୍ଷା କରିଥିଲେ । ପରେ ଅଯୋଧ୍ୟା ଧାମ ଜଙ୍କସନ ବୁଲି ଦେଖିବା ସହ ଏହାକୁ ଉଦଘାଟନ କରିଥିଲେ । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ର ରେଳମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ପରେ ପ୍ରଧାନମନ୍ତ୍ରୀ 2ଟି ଅମୃତ ଭାରତ ଟ୍ରେନ ଓ 6ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅମୃତ ଭାରତ ଟ୍ରେନରେ ପ୍ରଧାନମନ୍ତ୍ରୀ ଯାତ୍ରା କରିଥିଲେ । ଏହି ସମୟରେ ଟ୍ରେନରେ ବସିଥିବା କିଛି ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ସେ କଥାବାର୍ତ୍ତା ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମହର୍ଷି ବାଲ୍ମିକୀ ନାମରେ ନାମିତ ହେଲା ଅଯୋଧ୍ୟା ଏୟାରପୋର୍ଟ

ଅଯୋଧ୍ୟା ଧାମ ଜଙ୍କସନ: 240 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଅଯୋଧ୍ୟା ଧାମ ଜଙ୍କସନ । ତିନି ତାଲା ବିଶିଷ୍ଟ ଏହି ହାଇଟେକ୍ ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ରହିଛି ବ୍ୟାପକ ବ୍ୟବସ୍ଥା । ଲିଫ୍ଟ, ଏସକାଲେଟରର୍ସ, ଚାଇଲ୍ଡ କେୟାର ରୁମ୍, ଫୁଡ୍ ପ୍ଲାଜା ଓ ବିଶ୍ରାମାଗାର ରହିଛି ଏହି ରେଳ ଷ୍ଟେସନରେ । କିଛି ଦିନ ତଳେ ଏହି ଷ୍ଟେସନର ନାମ ପରିବର୍ତ୍ତନ କରାଯାଇଥିଲା । ଆଜି ଏହାକୁ ଉଦଘାଟନ କରିଛନ୍ତି ମୋଦି ।

ଅଯୋଧ୍ୟାରେ ଗଡିଲା ଦେଶରେ ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ: ଅଯୋଧ୍ୟାରେ ଦେଶର ପ୍ରଥମ ଅମୃତ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଏକ ନୂଆ ବର୍ଗର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ । ଏଥିରେ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ ଯାତ୍ରୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି । ଆକର୍ଷଣୀୟ ସିଟ୍, ଉନ୍ନତ ଲଗେଜ୍ ରଖିବା ସ୍ଥାନ, ମୋବାଇଲ୍ ଚାର୍ଜିଂ ପଏଣ୍ଟ, ସିସିଟିଭି, ଏଲଇଡି ଲାଇଟ୍ ସହ ଅତ୍ୟାଧୁନିକ ସୁବିଧା ରହିଛି ।

Last Updated : Dec 30, 2023, 1:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.