ETV Bharat / bharat

Rahul slams PM Modi: 'ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ହସିକି ଜବାବ ଦେବା ଅଶୋଭନୀୟ' - କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଲେ ଗୃହରେ ପ୍ରଧାନମନ୍ତ୍ରୀ ହସିକି ଜବାବ ଦେବା ଅଶୋଭନୀୟ । ଅଧିକ ପଢନ୍ତୁ

Rahul Gandhi
Rahul Gandhi
author img

By

Published : Aug 11, 2023, 4:03 PM IST

Updated : Aug 11, 2023, 4:08 PM IST

Rahul slams PM Modi: 'ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ହସିକି ଜବାବ ଦେବା ଅଶୋଭନୀୟ'

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଗତକାଲି ମଣିପୁର ପ୍ରସଙ୍ଗରେ ସଂସଦରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ଜବାବ ରଖିଥିଲେ । ତେବେ ମୋଦି ଜବାବ ରଖିବା ସମୟରେ ହସିବା ବେଶ ଅଶୋଭନୀୟ ଥିଲା ବୋଲି କହିଛନ୍ତି ରାହୁଲ । ମଣିପୁରରେ ଲୋକଙ୍କ ହତ୍ୟା ହେଉଛି, ଦୁଷ୍କର୍ମ ହେଉଛି । ଏଭଳି ସ୍ଥିତିରେ ହସିକି ଜବାବ ଦେବା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଶୋଭା ଦେଉନାହିଁ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏ ନେଇ ରାହୁଲ ଗାନ୍ଧୀ କହିଛନ୍ତି, "ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ପ୍ରସଙ୍ଗରେ ପ୍ରାୟ ୨ ଘଣ୍ଟା ୧୨ ମିନିଟ ଜବାବ ରଖିଥିଲେ । ହେଲେ ନିଜ ଅଭିଭାଷଣର ଶେଷ ବେଳକୁ ମାତ୍ର ୨ ମିନିଟ ମଣିପୁର ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଥିଲେ । ମାସ ମାସ ଧରି ଜଳୁଛି ମଣିପୁର । ସେଠାରେ ଲୋକଙ୍କୁ ହତ୍ୟା କରାଯାଉଛି । ମାଆ ଭଉଣୀଙ୍କ ସହିତ ଦୁଷ୍କର୍ମ ହେଉଛି । ଏପଟେ କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ହସିକି ଜବାବ ରଖୁଛନ୍ତି । ଏହା ଭାରତର ପ୍ରଧାନମନ୍ତ୍ରୀଙ୍କୁ ଶୋଭା ଦେଉନାହିଁ । ମଣିପୁରରେ ଏପରି କାହିଁକି ଘଟୁଛି ? ଏହି ହିଂସାକାଣ୍ଡକୁ କାହିଁକି ରୋକା ଯାଉନାହିଁ ?"

ଏହା ବି ପଢନ୍ତୁ- PM Modi On Manipur: ମଣିପୁରବାସୀଙ୍କୁ ମୁଁ ବିଶ୍ବାସ ଦେଉଛି, ମାଆମାନଙ୍କୁ ଭରଷା ଦେଉଛି...

ମଣିପୁରରେ ଚାଲିଥିବା ଜାତିଆଣ ହିଂସାକାଣ୍ଡକୁ ଭାରତୀୟ ସେନା ୨ ଦିନରେ ରୋକି ପାରିବେ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରକୁ ଜଳାଇବାକୁ ଚାହୁଁଛନ୍ତି । ହେଲେ ନିଆଁ ଲିଭାଇବାକୁ ଚାହୁଁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ । ସୂଚନା ଥାଉ କି କଂଗ୍ରେସ ସାଂସଦ ଗୌରବ ଗୋଗେଇଙ୍କ ଦ୍ବାରା ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ମାତ୍ର ଭୋଟିଂ ସମୟରେ କଂଗ୍ରେସ, ଟିଏମସି, ଡିଏମକେ ଓ ଏନସିପି ନେତାର ଅନେକ ସାଂସଦ ଗୃହରେ ଉପସ୍ଥିତ ନଥିଲେ । କାରଣ ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ଅନେକ ସାଂସଦ ଗୃହରୁ ୱାକ ଆଉଟ୍‌ କରିଥିଲେ ।

ଗତକାଲି ପ୍ରଧାନମନ୍ତ୍ରୀ ଅନାସ୍ଥା ପ୍ରସ୍ତାବ ଉପରେ ଜବାବ ରଖିଥିବା ବେଳେ ଏହା ପୂର୍ବରୁ ୨ ଦିନ ଗୃହରେ ଏନେଇ ତର୍କ ବିତର୍କ ହୋଇଥିଲା । ପ୍ରଧାନମନ୍ତ୍ରୀ ଗତକାଲି ଏହା ଉପରେ ଜବାବ ରଖିବା ସମୟରେ ରାହୁଲ ଗାନ୍ଧୀ, ନେହେରୁ ଗାନ୍ଧୀଙ୍କ ପରିବାରକୁ କଟାକ୍ଷ କରି କହିଥିଲେ, "ଖୁସି ଲାଗିଲା ବିରୋଧୀ ଦଳ ମୋ କଥା ରଖିଲେ । ଗତ ୨୦୧୮ ମସିହା ସମୟରେ ମୁଁ କହିଥିଲେ ଯେ ବିରୋଧୀ ୨୦୨୩ରେ ପୁଣି ଏକ ଅନାସ୍ଥା ପ୍ରସ୍ତାବ ଆଣିବେ । ଆଉ ଏହା ସତ୍ୟ ପ୍ରମାଣିତ ହେଲା । ହେଲେ ବିରୋଧୀଙ୍କ ଏହି ଅନାସ୍ଥା ପ୍ରସ୍ତାବରେ କିଛି ନୂଆ କଥା ନଥିବାରୁ ମୁଁ ଦୁଃଖିତ । ବିରୋଧୀ କୌଣସି ପ୍ରସ୍ତୁତି ନ କରି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ଏଥିରେ କିଛି ଇନୋଭେସନ, କ୍ରିଏଟିଭିଟି ନାହିଁ ।"

Last Updated : Aug 11, 2023, 4:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.