ETV Bharat / bharat

Rozgar Mela: 71 ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ - ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ଦେଶରେ 71 ହଜାର ଯୁବକ ଯୁବତୀଙ୍କୁ ଭିଡିଓ କନଫେରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଜଗାର ମେଳା ଅଧୀନରେ ନିଯୁକ୍ତ ପାଇଛନ୍ତି 71 ହଜାର କର୍ମଚାରୀ । ଅଧିକ ପଢନ୍ତୁ

ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
PM Modi distributes appointment letters
author img

By

Published : Apr 13, 2023, 1:14 PM IST

ନୂଆଦିଲ୍ଲୀ: ରୋଜଗାର ମେଳାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଜଗାର ମେଳା ଅଧୀନରେ 71 ହଜାର ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳା ଅଧୀନରେ ନିଯୁକ୍ତି ପାଇଛନ୍ତି ଯୁବକ ଯୁବତୀ । ସମସ୍ତ ନିଯୁକ୍ତ ପ୍ରାପ୍ତ ଯୁବକ ଯୁବତୀ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

  • Our government is committed to give the right opportunities to the talent and energy of youth to fulfill the vision of a developed India. pic.twitter.com/1Of7N73Vr0

    — PMO India (@PMOIndia) April 13, 2023 " class="align-text-top noRightClick twitterSection" data=" ">

ରୋଜଗାର ମେଳାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''ବିକଶିତ ଭାରତ ସଂକଳ୍ପ ସିଦ୍ଧି ପାଇଁ ଆମ ସରକାର ଯୁବଗୋଷ୍ଠୀଙ୍କ ପ୍ରତିଭା ଏବଂ ଉର୍ଜାକୁ ଉଚିତ ଅବସର ଦେବାକୁ ପ୍ରତିବଦ୍ଧ । କେନ୍ଦ୍ର ସରକାରଙ୍କ ସହିତ ଗୁଜୁରାଟଠୁ ନେଇ ଆସାମ ଯାଏ, ଉତ୍ତରପ୍ରଦେଶଠୁ ନେଇ ମହାରାଷ୍ଟ୍ର ଯାଏ ଏନଡିଏ ଓ ଭାଜପା ଶାସିତ ରାଜ୍ୟରେ ସରକାରୀ ଚାକିରି ପ୍ରଦାନ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି । ଗତକାଲି (ବୁଧବାର) ମଧ୍ୟପ୍ରଦେଶରେ 22 ହଜାର ଶିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ରୋଜଗାର ମେଳା ଯୁବଗୋଷ୍ଠୀଙ୍କ ପ୍ରତି ଆମ ପ୍ରତିବଦ୍ଧତାର ପ୍ରମାଣ ।

ଆଜି ଭାରତ ଦୁନିଆରେ ସବୁଠୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା ହୋଇଛି । କୋଭିଡ ପରେ ମାନ୍ଦାବସ୍ଥା ସହ ଅନେକ ଦେଶ ଲଢେଇ କରୁଛନ୍ତି ମାତ୍ର ଭାରତକୁ ଦୁନିଆ ଗୋଟିଏ 'ଉଜ୍ବଳ ସ୍ଥାନ' ଭାବରେ ଦେଖୁଛି । ଆଜିର ନୂଆ ଭାରତ ଯେପରି ନୂଆ ନୀତି ଏବଂ ରଣନୀତି ଉପରେ ଚାଲୁଛି ସେ ଦେଶରେ ନୂଆ ସମ୍ଭାବନା ଏବଂ ନୂଆ ଅବସର ଦ୍ବାରା ଖୋଲି ଦେଇଛି । ସମୟ ଥିଲା ଭାରତ ଟେକ୍ନୋଲୋଜି ହେଉ ବା ଇନଫ୍ରାଷ୍ଟକଚର ପ୍ରତିକ୍ରିୟାଶୀଳ ଆଭିମୁଖ୍ୟ ସହ କାର୍ଯ୍ୟ କରୁଥିଲା ମାତ୍ର 2014 ପରେ ଭାରତ ପ୍ରୋ-ଆକ୍ଟିଭ ଆପ୍ରୋଚ ଆପଣାଇଛି । ଏହାର ପରିଣାମ ଏକବିଂଶ ଶତାଦ୍ଧୀରେ ରୋଜଗାର ଓ ସ୍ବରୋଜଗାରରେ ଏକ ଅବସର ସୃଷ୍ଟି କରିଛି । ଯାହାର କଳ୍ପନା କେବେ କରାଯାଇନଥିଲା ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,'' ଆତ୍ମନିର୍ଭର ଭାରତ ଅଭିଯାନ ଭୋକାଲ ଫର ଲୋକାଲ ପରିସର ସୃଷ୍ଟି କରିଛି । ଆତ୍ମନିର୍ଭର ଭାରତ ଅଭିଯାନ ଗାଁରୁ ନେଇ ସହର ଯାଏ ପ୍ରତିଭାବାନ ଯୁବକଙ୍କ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରିଛି । ଭାରତର ଶିଶୁ ବିଦେଶରୁ କିଣା ଯାଇଥିବା ଖେଳନାରେ ଖେଳୁଥିଲେ । ନା ସେଗୁଡିକର ଗୁଣବତ୍ତା ଥିଲା ନା ସେଗୁଡିକ ଭାରତୀୟ ଶିଶୁଙ୍କ ମନ ନେଇ ତିଆରି ହେଉଥିଲା । 3ରୁ 4 ବର୍ଷ ମଧ୍ୟରେ ଟଏ ଇଣ୍ଡଷ୍ଟ୍ରୀରେ କାୟାକଳ୍ପ କରାଯାଇଛି । ଏଥିରୁ ରୋଜଗାରର ଅନେକ ନୂଆ ଅବସର ପ୍ରସ୍ତୁତ ହୋଇଛି । ଦେଶକୁ ଦ୍ରୁତ ଗତିରେ ଆଗକୁ ନେବାକୁ ଯୁବକ ଯୁବତୀଙ୍କ କାନ୍ଧରେ ଦାୟିତ୍ବ ରହିଛି । ଆଜି ସରକାରୀ ଅଧିକାରୀ ଭାବରେ କାମ ଆରମ୍ଭ କରୁଛନ୍ତି ସତ ହେଲେ ଏହି ଯାତ୍ରାରେ ଜଣେ ସାଧାରଣ ନାଗରିକ ହିସାବରେ ଦେଶ ପ୍ରତି ଦାୟିତ୍ବ ତୁଲାଇବାକୁ ହେବ ।''

ଏହା ବି ପଢନ୍ତୁ...Karnataka Assembly Polls: ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, କଟିଲା 7 ବିଧାୟକଙ୍କ ଟିକେଟ୍‌

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ କର୍ମଚାରୀମାନେ ଟ୍ରେନ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ କମ ଟିକେଟ କ୍ଲର୍କ, ଇନ୍ସପେକ୍ଟର, ସବ ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଡାକ ସହାୟକ, ଇନକମ ଟାକ୍ସ ଇନସପେକ୍ଟର ପରି ବିଭିନ୍ନ ପଦ/ପଦବୀରେ ଯୋଗ ଦେବେ । ଏହା ସହିତ ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ସିନିୟର ଡ୍ରଟସମ୍ୟାନ, ଜେଇ/ସୁପରଭାଇଜର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିଆନ, ନର୍ସ, ପ୍ରୋବେସନାରୀ ଅଫିସର, ପିଏ, ଏମଟିଏସ ଓ ଆହୁରି ଅନେକ ବିଭାଗରେ ସାରା ଦେଶରୁ 71 ହଜାର କର୍ମଚାରୀ ଆଜି ନିଯୁକ୍ତି ପାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.