ETV Bharat / bharat

Rozgar Mela: ଦିନକରେ 71 ହଜାର ନିଯୁକ୍ତି, ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ - ରୋଜଗାର ମେଳା

ଦେଶରେ 71 ହଜାର ଯୁବକ ଯୁବତୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଜଗାର ମେଳା ଅଧୀନରେ ନିଯୁକ୍ତ ପାଇଛନ୍ତି 71 ହଜାର କର୍ମଚାରୀ । ଅଧିକ ପଢନ୍ତୁ

appointment under Rozgar Mela
ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
author img

By

Published : May 16, 2023, 11:57 AM IST

ନୂଆଦିଲ୍ଲୀ: ଗୋଟିଏ ଦିନରେ 71 ହଜାର ନିଯୁକ୍ତି । ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା 71 ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ନିବନିଯୁକ୍ତ କର୍ମଚାରୀଙ୍କୁ ଉଦବୋଧନ ଦେଇଛନ୍ତି । ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୁବକ ଯୁବତୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ସମସ୍ତ 71 ହଜାର ଯୁବକଯୁବତୀ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ରୋଜଗାର ମେଳାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଗତ 9 ବର୍ଷରେ ଭାରତ ସରକାର ସରକାରୀ ଚାକିରି କ୍ଷେତ୍ରରେ ନିଯୁକ୍ତି ବଢାଇଛନ୍ତି । ଅଧିକ ପାରଦର୍ଶୀ ଓ ନିରପେକ୍ଷ କରିବା ଦିଗକୁ ପ୍ରାଥମିକତା ଦେଇଛନ୍ତି । ଆଜି ଆବେଦନଠୁ ନେଇ ଫଳାଫଳ ଆସିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଅନଲାଇନ ଜରିଆରେ ହେଉଛି । ଆଜି ଡକ୍ୟୁମେଣ୍ଟକୁ ସେଳ୍ଫ୍‌ ଆଟାଚ୍‌ କରିବା ପ୍ରଯ୍ୟାପ୍ତି ହୋଇଛି । ଏହି ପ୍ରକ୍ରିୟା ଜରିଆରେ ଭ୍ରଷ୍ଟାଚାରର ଅନ୍ତ ହୋଇଛି । ଭାରତ ସରକାରଙ୍କ ଏହି ରୋଜଗାର ମେଳା ଯୁବଗୋଷ୍ଠୀଙ୍କ ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଆଜିର ଦିନ ଠିକ 9 ବର୍ଷ ତଳ ମେ 16ରେ ଲୋକସଭା ନିର୍ବାଚନ ଫଳାଫଳ ଆସିଥିଲା ତେଣୁ ଆଜିର ଦିନ ଆଉ ଟିକେ ସ୍ବତନ୍ତ୍ର । ସମଗ୍ର ଦେଶ ବିଶ୍ବାସ, ଆଶା ନେଇ ଉତ୍ସବ ପାଳନ କରିଥିଲା । ଆଜି ଦେଶ ବିକଶିତ ଭାରତ ହେବାକୁ ପ୍ରୟାସ କରୁଛି ।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ସବକା ସାଥ ସବକା ବିକାଶ ମନ୍ତ୍ର ନେଇ ଆଗକୁ ବଢୁଥିବା ଭାରତ ଆଜି ବିକଶିତ ଭାରତ ହେବାକୁ ପ୍ରୟାସ କରୁଛି । 9 ବର୍ଷରେ ଦେଶ ଷ୍ଟାର୍ଟଅଫ କଲଚରର ନୂଆ କ୍ରାନ୍ତି ଦେଖିଛି । 9 ବର୍ଷ ମଧ୍ୟରେ ରୋଜଗାରର ନୂଆ ସମ୍ଭାବନାକୁ ଦୃଷ୍ଟିରେ ରଖି ନୀତି ପ୍ରସ୍ତୁତ କରାଯାଇଛି । ଭାରତ ସରକାରଙ୍କ ସମସ୍ତ ଯୋଜନା ନୀତି ଯୁବଗୋଷ୍ଠୀଙ୍କ ପାଇଁ ନୂଆ ଅବସର ସୃଷ୍ଟି କରିଛି ଗତ 9 ବର୍ଷରେ ନିଯୁକ୍ତି ବଢିଛି । ପରିବର୍ତ୍ତନ ପରିସ୍ଥିତିରେ ଯୁବଗୋଷ୍ଠୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ...ଦିଲ୍ଲୀ ଯିବା ପୂର୍ବରୁ ଡିକେ ଶିବକୁମାରଙ୍କ ବଡ ବୟାନ; ଦଳ ପିଠିରେ ଛୁରୀ ଭୁସିବିନି କି ବ୍ଲାକମେଲ୍‌ କରିବିନି

ଏହି ରୋଜଗାର ମେଳା ଦେଶର ୪୫ଟି ସ୍ଥାନରେ ଆୟୋଜିତ ହୋଇଛି । କେତେକ ପ୍ରାଦେଶିକ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଭିନ୍ନ ପଦ ପାଇଁ ହୋଇଥିବା କର୍ମଚାରୀ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କୁ ଏହି ରୋଜଗାର ମେଳାରେ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । ପୂର୍ବରୁ ଗତ ମାସ ଅର୍ଥାତ ଏପ୍ରିଲ 13 ତାରିଖରେ ରୋଜଗାର ମେଳା ଅଧୀନରେ 71 ହଜାର ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିିଥିଲେ ।

ଆଜି ଯେଉଁ ସବୁ ପଦ ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି ସେଥିରେ ରହିଛି ଗ୍ରାମୀଣ ଡାକସେବକ, ଡାକ ଇନିସପେକ୍ଟର, କମର୍ସିଆଲ-କମ-ଟିକେଟ କ୍ଲର୍କ, ଟ୍ରାକ୍‌ ମେଣ୍ଟର୍ସ, ସହକାରୀ ସେକ୍ସନ ଅଫିସର, କନିଷ୍ଠ କିରାଣି, ଉପଖଣ୍ଡୀୟ ଅଧିକାରୀ, ଟିକସ ସହାୟକ, ସହକାରୀ ପ୍ରବର୍ତ୍ତନ ଅଧିକାରୀ, ଇନିସପେକ୍ଟର, ନର୍ସିଂ ଅଫିସର, ସହକାରୀ ନିରାପତ୍ତା ଅଧିକାରୀ, ଆଗ୍ନିକ, ସହକାରୀ ଆକାଉଣ୍ଟ୍‌ସ ଅଫିସର, ସହକାରୀ ଅଡିଟ ଅଫିସର, କନଷ୍ଟେବଲ, ହେଡ କନଷ୍ଟେବଲ, ସହକାରୀ କମାଣ୍ଡାଣ୍ଟ, ପ୍ରିନ୍ସିପାଲ, ଟ୍ରେନଡ୍‌ ଗ୍ରାଜୁଏଟ୍‌ ଟିଚର୍ସ, ସହକାରୀ ପ୍ରଫେସର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.