ETV Bharat / bharat

Rozgar Mela: ଦିନକେରେ 51 ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Sep 26, 2023, 12:30 PM IST

ଦେଶରେ 51 ହଜାର ଯୁବକ ଯୁବତୀଙ୍କୁ ଭିସି ଜରିଆରେ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଜଗାର ମେଳା ଅଧୀନରେ ନିଯୁକ୍ତି ପାଇଛନ୍ତି ଏହି କର୍ମଚାରୀ । ଅଧିକ ପଢ଼ନ୍ତୁ

Rozgar Mela
Rozgar Mela 2023

ନୂଆଦିଲ୍ଲୀ: ବମ୍ପର ନିଯୁକ୍ତି ଦିନକରେ 51 ହଜାର ନବନିଯୁକ୍ତଙ୍କୁ ମିଳିଲା ଚାକିରି । ନବମ ରୋଜଗାର ମେଳା ଅଧିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 51 ହଜାର ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ନିଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟରେ ଷଷ୍ଠ ରୋଜଗାର ମେଳାରେ ବିଭିନ୍ନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯୁବକ ଯୁବତୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତିପତ୍ର ବାଣ୍ଟିବା ସହିତ ସମସ୍ତ ନବନିଯୁକ୍ତଙ୍କୁ ଶୁଭେଚ୍ଛା ସହ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | Prime Minister Narendra Modi distributes about 51,000 appointment letters to newly inducted recruits in Government departments and organisations, under Rozgar Mela through video conferencing. pic.twitter.com/ONQRiVsI5O

    — ANI (@ANI) September 26, 2023 " class="align-text-top noRightClick twitterSection" data=" ">

ନବନିଯୁକ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର: 51 ହଜାର ନିଯୁକ୍ତ ପତ୍ର ବାଣ୍ଟିବା ସହିତ ରୋଜଗାର ମେଳାକୁ ସମ୍ବୋଧନ କରିବା ସହ ସମସ୍ତ ନବନିଯୁକ୍ତଙ୍କୁ ଶୁଭେଚ୍ଛା ସହ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି,"ଆଜିର ଏହି ରୋଜଗାର ମେଳାରେ ଯେଉଁ ଆଶାୟୀଙ୍କୁ ସରକାରୀ ସେବାର ନିଯୁକ୍ତି ପତ୍ର ମିଳିଛି ସମସ୍ତଙ୍କୁ ଅନେକ ଅଭିନନ୍ଦନ । ତୁମେ ସମସ୍ତ କଠିନ ପରିଶ୍ରମ ପରେ ଏହି ସଫଳତା ହାସଲ କରିଛ । ତୁମ ଚନୟ ଲକ୍ଷ ଲକ୍ଷ ଆଶାୟୀଙ୍କ ମଧ୍ୟରୁ କରଯାଇଛି ତେଣୁ ଏହି ସଫଳତା ତୁମ ଜୀବନରେ ଅଧିକ ଗୁରୁତ୍ବପୂର୍ଣ୍ଣ । ଆଜି ଦେଶରେ ଗଣେଶ ଉତ୍ସବ ମନା ଯାଉଛି । ଏହି ପବିତ୍ର ସମୟରେ ତୁମ ନୂଆ ଜୀବନର ଶ୍ରୀଗଣେଶ ହୋଇଛି । ତୁମ ସମସ୍ତଙ୍କ ସେବା ସଂକଳ୍ପ ରାଷ୍ଟ୍ରର ଲକ୍ଷ୍ୟକୁ ସିଦ୍ଧି ଯାଏ ନେଇଯାଉ ଏହା ଆଶା କରିବ । ଆଜି ଆମ ଦେଶ ଐକିହାସିକ ଉପଲବ୍ଧି ଏବଂ ନିଷ୍ପତ୍ତିର ସାକ୍ଷୀ ହେଉଛି । ନାରୀ ଶକ୍ତି ବନ୍ଦନ ଅଧିନିୟନରେ ଦେଶକୁ ଶକ୍ତି ମିଳିଛି । ମହିଳା ସଂରକ୍ଷଣ ବିଲ ରେକର୍ଡ ଭୋଟ ସହ ଉଭୟ ଗୃହରେ ପାସ ହୋଇଛି । ଏହା ଏକ ବଡ ଉପଲବ୍ଧି । ଏହି ନିର୍ଣ୍ଣୟ ଦେଶର ନୂଆ ସଂସଦର ପ୍ରଥମ ଅଧିବେଶନରେ ନିଆଯାଇଛି । ନୂଆ ସଂସଦରେ ଦେଶର ନୂଆ ଭବିଷ୍ୟତର ଆରମ୍ଭ ହୋଇଛି । ଆଜି ଏହି ରୋଜଗାର ମେଳାରେ ମଧ୍ୟ ଅଧିକ ସଂଖ୍ୟକ ଝିଅଙ୍କୁ ନିଯୁକ୍ତି ପତ୍ର ମିଳିଛି । ଆଜିର ନାରୀ ସ୍ପେସରୁ ନେଇ ସ୍ପୋର୍ଟ ଯାଏ ସବୁଥିଲେ କୀର୍ତ୍ତୀମାନ କରିଛି । ନାରୀ ଶକ୍ତିର ସଫଳତା ପାଇଁ ମୁଁ ଗର୍ବିତ । ନାରୀଶକ୍ତି ପାଇଁ ନୂଆ ନୂଆ ଦ୍ବାର ଖୋଲାଯାଉଛି । ନାରୀ ଶକ୍ତି ସର୍ବଦା ନୂଆ ଉତ୍ସାହର ସହିତ ଆଗକୁ ବଢିଛି ।"

  • "Today our country is witnessing historical achievements and decisions. A few days ago, half of the country's population received great strength in the form of the Nari Shakti Vandan Act. The Women's Reservation Bill, which was pending for the past 30 years, has now been passed… pic.twitter.com/zA2k3UlKZ2

"Today our country is witnessing historical achievements and decisions. A few days ago, half of the country's population received great strength in the form of the Nari Shakti Vandan Act. The Women's Reservation Bill, which was pending for the past 30 years, has now been passed… pic.twitter.com/zA2k3UlKZ2

— ANI (@ANI) September 26, 2023

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ଗତ 9 ବର୍ଷରେ ଟେକ୍ନୋଲୋଜିକାଲ୍‌ ଟ୍ରାନ୍ସଫରମେସନ୍‌ଠୁ ନେଇ ସୁଶାସନ କେତେ ସହଜ ତାହା ଦେଖିବାକୁ ମିଳିଛି । ପୂର୍ବରୁ ଟ୍ରେନ୍‌ ଟିକେଟ ପାଇଁ କାଉଣ୍ଟର୍‌ରେ ଲାଇନ୍‌ ଦେବାକୁ ପଡ଼ୁଥିବା ମାତ୍ର ଏବେ ଟକ୍ନେଲୋଜି ଏହି ସମସ୍ୟାକୁ ସହଜ କରିଛି । ଆଧାର କାର୍ଡ, ଜିଡିଟାଲ ଲକର ଓ କେୱାଇସି ଏହି ସମସ୍ୟାକୁ ସମାଧାନ କରିଛି । ଟେକ୍ନୋଲୋଜି ଦ୍ବାରା ଦୁର୍ନୀତି କମିଛି । ଆମର ପଲିସି ଏକ ନୂଆ ମାଇଣ୍ଡ ସେଟ, ବିଷୟବସ୍ତୁ ମନିଟରିଂ, ମିଶନ ମୋଡ୍‌ ନିୟୋଜନ ଏବଂ ସମୂହ ଭାଗୀଦାରୀ ଉପରେ ଆଧାରିତ । 2047 ସୁଦ୍ଧା ଭାରତ ବିକଶିତ ହେବ । ଆଗାମୀ କିଛି ବର୍ଷ ଭିତରେ ତୃତୀୟ ଅର୍ଥନୈତିକ ଦେଶ ହେବ । ଏକବିଂଶ ଶତାଦ୍ଦୀରେ ଭାରତର ଆକାଂକ୍ଷା ବହତୁ ଅଧିକ । ସରକାରଙ୍କ ଆଶା ଅଧିକ ରହିଛି । ନୂଆ ଭାରତ ଆଜି କମାଲ କରୁଛି ଏ ସେହି ଭାରତ ଯିଏ କିଛି ଦିନ ପୂର୍ବରୁ ଚନ୍ଦ୍ରରେ ତ୍ରିରଙ୍ଗା ଉଡାଇଥିଲା । ଭାରତର ବିକାଶରେ ସରକାର କର୍ମଚାରୀଙ୍କ ଭୂମିକା ବଢିବାକୁ ଯାଉଛି ତୁମକୁ ସିଟିଜେନ ଫାଷ୍ଟ ଭାବନା ନେଇ କାର୍ଯ୍ୟ କରିବାକୁ ହେବ । ଟେକ୍ନୋଲୋଜି ବ୍ୟବହାର କରି କାର୍ଯ୍ୟ କରିବାକୁ ହେବ । ସମସ୍ତେ ପ୍ରଗତି କରନ୍ତୁ । ଆଗାମୀ 25 ବର୍ଷ ସଂକଳ୍ପ ନେଇ ଦେଶ ପାଇଁ ବଞ୍ଚି ଦେଶ ପାଇଁ କିଛି କରି ଦେଖାନ୍ତୁ ।"

  • #WATCH | "Several women recruits have got appointment letters today...'Aaj Bharat ki betiya space se spot tak anek keertimaan bana rahi hain'... Women have always brought change in several fields, with a new energy," says PM Modi addressing new appointees during 'Rozgar Mela' via… pic.twitter.com/2qL5nZ349C

    — ANI (@ANI) September 26, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Rozgar Mela: ବମ୍ପର ନିଯୁକ୍ତି, ଦିନକରେ 51 ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...Rozgar Mela: ବମ୍ଫର ନିଯୁକ୍ତି, ଦିନକରେ 70 ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ଗତ ମାସ 28 ତାରିଖରେ ଦେଶରେ 51 ହଜାର 106 ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ଭିସି ଜରିଆରେ ନିଯୁକ୍ତିପତ୍ର ବାଣ୍ଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଜଗାର ମେଳା ଅଧୀନରେ ନିଯୁକ୍ତି ପାଇଥିଲେ ଏହି କର୍ମଚାରୀ । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସରେ (CAPF) ନିଯୁକ୍ତି ପାଇଥିବା ଯବାନଙ୍କୁ ଅଷ୍ଟମ ପର୍ଯ୍ୟାୟ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବଣ୍ଟା ଯାଇଥିଲା । ଦେଶର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି ଦେବା ଲାଗି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସହରରେ ରୋଜଗାର ମେଳାମାନ ଆୟୋଜନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.