ETV Bharat / bharat

Rozgar Mela: ବମ୍ପର ନିଯୁକ୍ତି, ଦିନକରେ 51 ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Aug 28, 2023, 11:50 AM IST

Updated : Aug 28, 2023, 12:07 PM IST

ଦେଶରେ 51 ହଜାର 106 ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୋଜଗାର ମେଳା ଅଧୀନରେ ନିଯୁକ୍ତି ପାଇଛନ୍ତି ଏହି କର୍ମଚାରୀ । ଅଧିକ ପଢନ୍ତୁ

Rozgar mela
ଦିନକରେ 51 ହଜାର ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୋଟିଏ ଦିନରେ 51 ହଜାର ନିଯୁ୍କ୍ତି । ରୋଜଗାର ମେଳା କାର୍ଯ୍ୟକ୍ରମରେ 51 ହଜାର 106 ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବିଭିନ୍ନ ସ୍ଥାନରେ ନୂତନ କରି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସରେ (CAPF) ନିଯୁକ୍ତି ପାଇଥିବା ଯବାନଙ୍କୁ ଅଷ୍ଟମ ପର୍ଯ୍ୟାୟ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଦବୋଧନ ଦେଇଛନ୍ତି ।

  • #WATCH | Prime Minister Narendra Modi distributes about 51,000 appointment letters to newly inducted recruits in Government departments and organisations, under Rozgar Mela through video conferencing. pic.twitter.com/bEpd3ddb5t

    — ANI (@ANI) August 28, 2023 " class="align-text-top noRightClick twitterSection" data=" ">

ରୋଜଗାର ମେଳାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,"ଗତ କିଛି ବର୍ଷ ହେବ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ନିଯୁକ୍ତି ପ୍ରକ୍ରିୟାରେ ଅନେକ ବଡ ପରିବର୍ତ୍ତନ ହୋଇଛି । ଆବେଦନଠୁ ନେଇ ଚୟନ ପ୍ରକ୍ରିୟା ଶୀଘ୍ର ହୋଇଛି । ସଶସ୍ତ୍ର ବଳରେ ନିଯୁକ୍ତି ପାଇଁ ମାତୃ ଭାଷାରେ ପରୀକ୍ଷା ହେଉଛି ଫଳରେ ମାତୃଭାଷାର ଗୁରୁତ୍ବ ବଢିଛି ଏହା ଯୁବଗୋଷ୍ଠୀଙ୍କ ମଧ୍ୟରେ ରୋଜଗାର ପାଇବାର ରାସ୍ତା ସୃଷ୍ଟି କରିଛି । ନୂଆ ସୁଯୋଗ ସୃଷ୍ଟି କରିଛି । ଏଥର ଏହି ରୋଜଗାର ମେଳା ଏପରି ଏକ ସମୟରେ ଆୟୋଜନ ହୋଇଛି ଯେବେ ଦେଶ ଗର୍ବ ଓ ଆତ୍ମବିଶ୍ବାସରେ ଭରି ରହିଛି । ଚନ୍ଦ୍ରଯାନ-3ର ପ୍ରଜ୍ଞାନ ଲଗାତାର ଚନ୍ଦ୍ରର ଫଟୋ ପଠାଉଛି । ଯେ କୌଣସି ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବାକୁ ହେଲେ ଦେଶକୁ ପ୍ରତି ସେକ୍ଟରରେ ବିକାଶ ଆଣିବାକୁ ହେବ । ଫୁଲଠୁ ନେଇ ଫାର୍ମା ଯାଏଁ ସ୍ପେସ୍‌ରୁ ସାର୍ଟ୍‌ଅପ୍‌ ଯାଏ ସବୁ ସେକ୍ଟରରେ ଭାରତ ଆଗକୁ ବଢ଼ିବ ସେବେ ଅର୍ଥବ୍ୟବସ୍ଥା ବି ଆଗକୁ ବଢିବ ।"

ଏହା ବି ପଢନ୍ତୁ...Rozgar Mela: ଦିନକରେ 71 ହଜାର ନିଯୁକ୍ତି, ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,"ଗତ 9 ବର୍ଷରେ ପରିବର୍ତ୍ତନ ଏକ ନୂଆ ଯୁଗ ଦେଖିବାକୁ ଲାଗିଛି । ଏହା ସଙ୍କେତ ଦେଉଛି କି ବିଶ୍ବ ବଜାରରେ ଭାରତୀୟ ସାମଗ୍ରୀର ଚାହିଦା ବଢ଼ୁଛି । ଭୋକାଲ ଫର୍‌ ଲୋକାଲ ମନ୍ତ୍ର ସହ ଭାରତ ସରକାର ମେଡ୍‌ ଇନ୍‌ ଇଣ୍ଡିଆର ଭଳି ପ୍ରଡକ୍ଟ କିଣିଛନ୍ତି । 9 ବର୍ଷ ପୂର୍ବ ଆଜିର ଦିନରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆସିଥିଲା । ଏହି ଯୋଜନା ମାଧ୍ୟମରେ ଗାଁମାନଙ୍କରେ ଗରିବଙ୍କ ଆର୍ଥିକ ସଶକ୍ତିକରଣ ହୋଇପାରିଛି । ରୋଜଗାର ନିର୍ମାଣ କରିବାରେ ଏହା ବହୁତ ବଡ଼ ଭୂମିକା ନିର୍ବାହ କରିଛି ।"

ନବନିଯୁକ୍ତଙ୍କୁ ମନ୍ତ୍ର ଦେଲେ ମୋଦି: ଦେଶର କୋଟି କୋଟି ଅମୃତ ରକ୍ଷକ ବନିଥିବାରୁ ସମସ୍ତ ନବନିଯୁକ୍ତଙ୍କୁ ଅନେକ ଶୁଭେଚ୍ଛା । ଆଜି ନିଯୁକ୍ତ ପାଇଥିବା ସମସ୍ତେ ଦେଶର ରକ୍ଷା କରିବେ । ଆପଣ ସମସ୍ତ ଏହି ଅମୃତକାଳରେ ଜନତା ଓ ଅମୃତ ରକ୍ଷକ । ତୁମର କାମ ସମୟ ବନ୍ଧନରେ ନଥାଏ । ଖରା ବର୍ଷା ଶୀତ ସବୁବେଳେ ତୁମେ କର୍ତ୍ତବ୍ୟ କରିବାରେ ନିଯୁକ୍ତ ଥାଅ । ଫିଜିକାଲ ଫିଟନେସ ସହ କୌଣସି ବୁଝାମଣା କରନାହିଁ । ଫିଜିକାଲ ଫିଟନେସ ତୁମ ବିଭାଗ ପାଇଁ ବହୁତ ଜରୁରୀ । ଯୋଗ କର ଫିଟ ରୁହ । ଏହା ତୁମର ନିତିଦିନିଆ ଅଭ୍ୟାସ ହେବା ଦରକାର । ଏକ ସନ୍ତୁଳିତ ମନ ପାଇଁ ଯୋଗକୁ ଜୀବନର ଅଂଶ କର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...Rozgar Mela: ବମ୍ଫର ନିଯୁକ୍ତି, ଦିନକରେ 70 ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ମିଶନ ନିଯୁକ୍ତି ଅଧୀନରେ ପ୍ରତି ମାସ ଭାରତ ସରକାର ଓ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାର ରୋଜଗାର ମେଳା ଆୟୋଜିତ କରିଥାନ୍ତି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା କୃତି ଛାତ୍ରଛାତ୍ରୀଙ୍କୁ ସରକାର ନିଯୁକ୍ତି ପତ୍ର ବଣ୍ଟନ କରିଥାନ୍ତି । ସେହି କ୍ରମରେ ଆଜି ଅଷ୍ଟମ ପର୍ଯ୍ୟାୟ ରୋଜଗାର ମେଳା ଦେଶର 45ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । ଏହି ରୋଜଗାର ମେଳାରେ ମୋଟ 51 ହଜାର 106 ଜଣଙ୍କୁ ନିଯୁକ୍ତି ପତ୍ର ମିଳିଛି । ଏହା ପୂର୍ବରୁ ସପ୍ତମ ପର୍ଯ୍ୟାୟରେ 181 ଜଣଙ୍କୁ ନିଯୁକ୍ତିପତ୍ର ମିିଳିଥିଲା ।

ନୂତନ ନିଯୁକ୍ତ ଯୁବକ ଯୁବତୀ CAPFରେ ଯୋଗ ଦେଇ ରାଷ୍ଟ୍ରର ସେବା ନିୟୋଜିତ ହେବେ । ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତି ଗୃହ ମନ୍ତ୍ରଣାଳୟର ବିଭିନ୍ନ ସଂଗଠନରେ କନଷ୍ଟେବଳ (ଜେନେରାଲ୍ ଡ୍ୟୁଟି), ସବ୍-ଇନ୍ସପେକ୍ଟର (ଜିଡି) ଏବଂ ଅଣ-ଜିଡି କ୍ୟାଡର ପୋଷ୍ଟ ଭଳି ବିଭିନ୍ନ ପଦବୀରେ ଯୋଗ ଦେବେ । ସମସ୍ତ ନବନିଯୁକ୍ତଙ୍କ ସହ ପରିବାର ବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

Last Updated : Aug 28, 2023, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.