ETV Bharat / bharat

ଉତ୍ତରାଖଣ୍ଡ ନୁହେଁ ଆଜି ଉତ୍ତରପ୍ରଦେଶରେ ଭର୍ଚୁଆଲ ରାଲି କରିବେ ମୋଦି - ଉତ୍ତରପ୍ରଦେଶରେ ମୋଦିଙ୍କ ଭର୍ଚୁଆଲ ରାଲି

ଆଜି ଉତ୍ତରପ୍ରଦେଶରେ 'ଜନ ଚୌପାଲ' ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ବିଧାନସଭା ନିର୍ବାଚନ ପାଇଁ ଭର୍ଚୁଆଲ ମାଧ୍ୟମରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ନେଇ ସୂଚନା ରହିଛି । ଅଧିକ ପଢ଼ନ୍ତୁ

pm virtual rally today  in uttar pradesh
ଆଜି ଉତ୍ତରପ୍ରଦେଶରେ ମୋଦିଙ୍କ ଭର୍ଚୁଆଲ ରାଲି
author img

By

Published : Feb 4, 2022, 10:59 AM IST

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶରେ 'ଜନ ଚୌପାଲ' ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ବିଧାନସଭା ନିର୍ବାଚନ ପାଇଁ ଭର୍ଚୁଆଲ ମାଧ୍ୟମରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ନେଇ ସୂଚନା ରହିଛି । ମଧ୍ୟାହ୍ନରେ ଆୟୋଜିତ ହେବାକୁ ଥିବା ଏହି ରାଲିରେ ଆଲିଗଡ଼,ମିରଟ, ଗାଜିଆବାଦ,ନୋଏଡା ଓ ହାପୁଡ଼ର 23 ବିଧାନସଭା ମଣ୍ଡଳୀର ଲୋକେ ସାମିଲ ହେବେ।

ବିଭାନସଭା ନିର୍ବାଚନ ନେଇ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ ଭର୍ଚୁଆଲ ରାଲି । ଏନେଇ ଗତ ଗୁରୁବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ରାଲିଟି 122 ମଣ୍ଡଳୀରେ ଆୟୋଜନ କରାଯିବ । ଯେଉଁଥିରେ ସିଧାସଳଖ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇପାରିବେ। ରାଲିରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମଧ୍ୟ ଗୋରଖପୁର ବିଧାନସଭା ମଣ୍ଡଳୀରୁ ଯୋଡ଼ି ହେବେ।

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଖଣ୍ଡରେ ମଧ୍ୟ ଭର୍ଚୁଆଲ ରାଲିର କାର୍ଯ୍ୟକ୍ରମ ଥିଲା । ହେଲେ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ କରାଗଲା । କାର୍ଯ୍ୟକ୍ରମ ସ୍ଥଗିତ ନେଇ ଭାଜପା ପ୍ରଦେଶ ପାର୍ଟିର ପ୍ରଭାରୀ ମନବୀର ସିଂ ଚୌହାନ ସୂଚନା ଦେଇଛନ୍ତି । ଖୁବଶୀଘ୍ର କାର୍ଯ୍ୟକ୍ରମକୁ ଅନ୍ୟ ଏକ ଦିନରେ ଆୟୋଜନ କରିବା ପାଇଁ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.