ଟୋକିଓ: ଶେଷ ହୋଇଛି ଜାପାନରେ ଆୟୋଜିତ 4ର୍ଥ କ୍ବାଡ ସମ୍ମିଳନୀ (Quad summit) । ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ସ୍ବଦେଶ ଅଭିମୁଖେ ଉଡାଣ ଭରିଛନ୍ତି । ଆଜି (ମଙ୍ଗଳବାର) ଦିନବ୍ୟାପୀ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ସନ୍ଧ୍ୟାରେ ରାଜଧାନୀ ଟୋକିଓ ବିମାନବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ପ୍ରଧାନମନ୍ତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି ।
-
Leaving Japan after a fruitful visit in which I attended various bilateral and multilateral programmes. Glad to see the Quad emerge as a vibrant forum to further global good. Also had excellent bilateral meetings with all the Quad leaders.
— Narendra Modi (@narendramodi) May 24, 2022 " class="align-text-top noRightClick twitterSection" data="
">Leaving Japan after a fruitful visit in which I attended various bilateral and multilateral programmes. Glad to see the Quad emerge as a vibrant forum to further global good. Also had excellent bilateral meetings with all the Quad leaders.
— Narendra Modi (@narendramodi) May 24, 2022Leaving Japan after a fruitful visit in which I attended various bilateral and multilateral programmes. Glad to see the Quad emerge as a vibrant forum to further global good. Also had excellent bilateral meetings with all the Quad leaders.
— Narendra Modi (@narendramodi) May 24, 2022
ନିଜ ପ୍ରସ୍ତାନ ପୂର୍ବ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମ୍ମିଳନୀରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ମତ ବିନିମୟ ହୋଇଛି । ସଦସ୍ୟ ରାଷ୍ଟ୍ରମାନଙ୍କ ସହ ଦ୍ବିପାକ୍ଷିକ ତଥା ରଣନୈତିକ ସମ୍ପର୍କ ମଧ୍ୟ ସୁଦୃଢୀକରଣ ହେବା ନେଇ ପରସ୍ପର ରାଷ୍ଟ୍ରମୁଖ୍ୟମାନେ ଆଲୋଚନାର ଅବସର ପାଇଲେ । ସମ୍ମିଳନୀରେ ଅଂଶଗ୍ରହଣ କରିବା ଭାରତ ପାଇଁ ଲାଭଦାୟକ ହେବା ନେଇ ସେ ନିଜ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।
-
Highlights from Japan. Have a look. pic.twitter.com/haYnljDnfx
— Narendra Modi (@narendramodi) May 24, 2022 " class="align-text-top noRightClick twitterSection" data="
">Highlights from Japan. Have a look. pic.twitter.com/haYnljDnfx
— Narendra Modi (@narendramodi) May 24, 2022Highlights from Japan. Have a look. pic.twitter.com/haYnljDnfx
— Narendra Modi (@narendramodi) May 24, 2022
ଦୁଇ ଦିନିଆ ଜାପାନ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ସେ ଅନ୍ୟ 3 କ୍ବାଡ ସଦସ୍ୟ ରାଷ୍ଟ୍ର ଜାପାନ ଆମେରିକା, ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟଙ୍କ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ ଦୁଇ ଦିନିଆ ଗସ୍ତରେ ସେ ଜାପାନରେ ଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କରିବା ସହ ଜାପାନରେ ଏକ ଉଚ୍ଚସ୍ତରୀୟ ବିଜିନେଶମ୍ୟାନଙ୍କ ଟିମ ସହ ରାଉଣ୍ଡ ଟେବୁଲ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହି ଆଲୋଚନାରେ ଭାରତରେ ନିବେଶ କରିବା ପାଇଁ ଜାପାନର ବ୍ୟବସାୟୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରତ୍ସାହିତ ମଧ୍ୟ କରିଥିଲେ । ତେବେ ଚଳିତ ଥର ଏହି ଶିଖର ସମ୍ମିଳନୀର ଆୟୋଜନ ଜାପାନ ରାଜଧାନୀ ଟୋକିଓରେ ହୋଇଥିବାବେଳେ ଆସନ୍ତା ତଥା ଏହି ଶୃଙ୍ଖଳାର 5ମ ସଂସ୍କରଣ ଅଷ୍ଟ୍ରେଲିଆରେ ହେବା ନେଇ ସଦସ୍ୟ ରାଷ୍ଟ୍ରମାନେ ସହମତି ପ୍ରକାଶ କରିଛନ୍ତି । ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ସଂନ୍ଧ୍ୟାରେ ରାଜଧାନୀ ଟୋକିଓରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ