ହାଇଦ୍ରାବାଦ: ହିମାଚଳ ପ୍ରଦେଶରେ ଆଜି ଠାରୁ ଆରମ୍ଭ ହୋଇଛି କଂଗ୍ରେସ ଶାସନ । ଆଜି (ରବିବାର) ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ସୁଖବିନ୍ଦର ସିଂ ସୁଖୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି (PM Modi Congratulates New Himachal Chief)। ମୋଦି ଟ୍ବିଟ କରି ସୁଖୁଙ୍କୁ ସଫଳ କାର୍ଯ୍ୟକାଳ ନେଇ ଶୁଭେଚ୍ଛା ଜଣାଇବା ସହ ହିମାଚଳ ପ୍ରଦେଶର ବିକାଶରେ କେନ୍ଦ୍ର ସରକାର ସମସ୍ତ ସହଯୋଗ କରିବେ ବୋଲି ଆଶ୍ବାସନା ମଧ୍ୟ ଦେଇଛନ୍ତି ।
-
Congratulations to Shri Sukhwinder Singh Sukhu Ji on taking oath as Himachal Pradesh CM. I assure all possible cooperation from the Centre to further the development of Himachal Pradesh.
— Narendra Modi (@narendramodi) December 11, 2022 " class="align-text-top noRightClick twitterSection" data="
">Congratulations to Shri Sukhwinder Singh Sukhu Ji on taking oath as Himachal Pradesh CM. I assure all possible cooperation from the Centre to further the development of Himachal Pradesh.
— Narendra Modi (@narendramodi) December 11, 2022Congratulations to Shri Sukhwinder Singh Sukhu Ji on taking oath as Himachal Pradesh CM. I assure all possible cooperation from the Centre to further the development of Himachal Pradesh.
— Narendra Modi (@narendramodi) December 11, 2022
ଗତକାଲି ସୁଖୁଙ୍କୁ ନବନିର୍ବାଚିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ଆଜି ପୂର୍ବାହ୍ନରେ ସୁଖୁ ରାଜଭବନରେ ଆୟୋଜିତ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସୁଖବିନ୍ଦର ସିଂ ସୁଖୁ ରାଜ୍ୟର 15ତମ ମୁଖ୍ୟମନ୍ତ୍ରୀ ଓ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଗଡେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ମଧ୍ୟ ଯୋଗ ଦେଇଥିଲେ ।
ଚଳିତ ନିର୍ବାଚନରେ ରାଜ୍ୟରେ ପୂର୍ବ ପ୍ରଚଳିତ ରାଜନୈତିକ ପରମ୍ପରା ବଜାୟ ରଖିଛି କଂଗ୍ରେସ । ବିଜେପିକୁ ବେଦଖଲ କରି କଂଗ୍ରେସ 40 ସିଟିରେ ବହୁମତ ହାସଲ କରି ସରକାର ଗଠନ କରିଛି । ଏଥିରେ 4 ଥରର ବିଧାୟକ ସୁଖବିନ୍ଦର ସିଂ ସୁଖୁଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଦେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ