ETV Bharat / bharat

ଶପଥ ନେଲେ ବାସବରାଜ; ୟେଦୟୁରପ୍ପାଙ୍କ ପିଠି ଥାପୁଡାଇଲେ ମୋଦି

କର୍ଣ୍ଣାଟକର ୨୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ବାସବରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

ଶପଥ ନେଲେ ବାସବରାଜ
ଶପଥ ନେଲେ ବାସବରାଜ
author img

By

Published : Jul 28, 2021, 3:30 PM IST

ନୂଆଦିଲ୍ଲୀ: ଆଜି (ବୁଧବାର) ପୂର୍ବାହ୍ନ ୧୧ ଟାରେ କର୍ଣ୍ଣାଟକ ବିଜେପି ବିଧାୟକ ଦଳ ନେତା ବାସବରାଜ ବୋମାଇ ରାଜ୍ୟର ୨୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜଭବନ ଗ୍ଲାସ ହାଉସ ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ ବାସବରାଜ ବୋମାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

କର୍ଣ୍ଣାଟକର ୨୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ବାସବରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କର୍ଣ୍ଣାଟକର ୨୩ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବାସବରାଜ ବୋମାଇଙ୍କୁ ଶୁଭେଚ୍ଛା ଅଭିନନ୍ଦନ । ମୋର ବିଶ୍ବାସ ରାଜ୍ୟର ପ୍ରଗତି ପାଇଁ ଜାରି ରହିଥିବା ବିକାଶ ମୂଳକ କାର୍ଯ୍ୟ ଗୁଡିକୁ ଆଗେଇ ନେବେ ବାସବରାଜ । ବାସବରାଜଙ୍କ ପାଖରେ ଉଭୟ ରାଜନୀତିକ ଓ ପ୍ରଶାସନିକ ଅନୁଭବ ରହିଛି । ପୂର୍ବ ସରକାର କରିଥିବା ପ୍ରଭାବଶାଳୀ କାମକୁ ନିରନ୍ତର ଭାବେ ଆଗକୁ ବଢାଇବା ସହ ବିଜେପି ଦେଇଥିବା ପ୍ରତିଶୃତି ବାସବରାଜ ବୋମାଇ ପୂରଣ କରିବେ ବୋଲି ମୋଦି କହିଛନ୍ତି ।

ୟେଦିଙ୍କୁ ପ୍ରଂଶସା...

ସେପଟେ ଆଉ ଏକ ଟ୍ବିଟ କରି ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୟୁରପ୍ପାଙ୍କୁ ଜୋରଦାର ପ୍ରଂଶସା କରିଛନ୍ତି । ମୋଦି କହିଛନ୍ତି କର୍ଣ୍ଣାଟକରେ ବିଜେପିର ଅଗ୍ରଗତି ଓ ରାଜ୍ୟର ପ୍ରଗତି ପାଇଁ ୟେଦୟୁରପ୍ପାଙ୍କ ଯୋଗଦାନ ପରିଶ୍ରମକୁ କୌଣସି ଶବ୍ଦ ନ୍ୟାୟ ଦେଇପାରିବ ନାହିଁ । ୟେଦୟୁରପ୍ପା ଦଶକ ଧରି ରାଜ୍ୟର ଆର୍ଥିକ, ସାମାଜିକ ବିକାଶ ପାଇଁ କଠୋର ପରିଶ୍ରମ କରିଛନ୍ତି । ଏହାବାଦ ସମଗ୍ର ରାଜ୍ୟକୁ ସେ ଯାତ୍ରା କରି ସବୁ ବର୍ଗର ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି । ତାଙ୍କର ପରିଶ୍ରମ ସବୁବେଳେ ଦଳ ପାଇଁ ପ୍ରେରଣାଦାୟୀ ବୋଲି ମୋଦି କହିଛନ୍ତି ।

ଗୃହମନ୍ତ୍ରୀ ବି କଲେ ପ୍ରଂଶସା...

ଅନ୍ୟପଟେ ବାସବରାଜ ବୋମାଇଙ୍କୁ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ପ୍ରଂଶସା କରିବା ସହ ଶୁଭକାମନା ଜଣାଇଛନ୍ତି । ଶାହା କହିଛନ୍ତି ମୋର ବିଶ୍ବାସ ବାସବରାଜଙ୍କ ପାଖରେ ଉଭୟ ଜ୍ଞାନ ଓ ଅନୁଭବର ଅଭାବ ନାହିଁ । ସେହି ସବୁକୁ ଉପଯୋଗ କରି ରାଜ୍ୟର ଗରିବ ଓ କୃଷକଙ୍କ କଲ୍ୟାଣ ପାଇଁ କଠୋର ପରିଶ୍ରମ କରିବେ । ଏହାବାଦ ଅନ୍ୟ ଏକ ଟ୍ବିଟ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୟୁରପ୍ପାଙ୍କ ଅବଦାନକୁ ପ୍ରଂଶସା କରିଛନ୍ତି । ଶାହା କହିଛନ୍ତି କର୍ଣ୍ଣାଟକରେ ବିଜେପିକୁ ସମୃଦ୍ଧ କରିବା ପାଇଁ ବିଏସ ୟେଦୟୁରପ୍ପାଙ୍କ ଅବଦାନର ତୁଳନା ନାହିଁ । ତାଙ୍କର ନିଷ୍ଠା ଓ ପରିଶ୍ରମ ପାଇଁ ଦଳକୁ ରାଜ୍ୟବାସୀ ଗ୍ରହଣ କରିଛନ୍ତି । ମୋର ବିଶ୍ବାସ ବିଏସ ୟେଦୟୁରପ୍ପା ନିରନ୍ତର ଦଳ ଓ ସରକାରଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଚାଲିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.