ETV Bharat / bharat

ନାଗାରକୁର୍ଣ୍ଣାଲ ସଡକ ଦୁର୍ଘଟଣା: ଶୋକବ୍ୟକ୍ତ କଲେ PM - ପିଏମ

ନାଗାରକୁର୍ଣ୍ଣାଲରେ ସଡକ ଦୁର୍ଘଟଣା । ମୃତକଙ୍କ ପାଇଁ ଶୋକବ୍ୟକ୍ତ କଲେ ପିଏମ । ସହାୟତା ରାଶି କଲେ ଘୋଷଣା । ଅଧିକ ପଢନ୍ତୁ...

PM Modi condoles loss of lives in Telangana road accident
ନାଗାରକୁର୍ଣ୍ଣାଲରେ ସଡକ ଦୁର୍ଘଟଣା: ମୃତକଙ୍କ ପାଇଁ ଶୋକବ୍ୟକ୍ତ କଲେ ପିଏମ
author img

By

Published : Jul 24, 2021, 7:19 AM IST

ହାଇଦ୍ରାବାଦ: ତେଲେଙ୍ଗାନାର ନାଗାରକୁର୍ଣ୍ଣାଲ ଜିଲ୍ଲାରେ ସଡକ ଦୁର୍ଘଟଣା ପ୍ରାଣ ହରାଇଥିବା ୭ଜଣଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି । ଏହାସହ ମୃକତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ସହ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ସହାୟତା ରାଶି ଘୋଷଣା କରିଛନ୍ତି ।

ଏ ସମସ୍ତ ରାଶି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ତରୁ ଯୋଗାଇ ଦିଆଯିବ । ଏନେଇ ଟୁଇଟ ଜରିଆରେ ମଧ୍ୟ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ଶୁକ୍ରବାର ଦିନ ତେଲେଙ୍ଗାନାର ନାଗାରକୁର୍ଣ୍ଣାଲ ଜିଲ୍ଲାର ହାଜିପୁର ନିକଟରେ ଦୁଇଟି କାର ଦ୍ରୃତ ଗତିରେ ଆସୁଥିବାରୁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରଗୁଡିକୁ ମଧ୍ୟ ଜବତ କରିଛି । ଏହାସହ ଅଧିକ ଛାନଭିନ ଜାରି ରଖିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.