ETV Bharat / bharat

କେରଳରେ ଆତଙ୍କୀ ଷଡ଼ଯନ୍ତ୍ରର ଖୁଲାସା କରିଛି The Kerala Story: ମୋଦି

author img

By

Published : May 5, 2023, 4:58 PM IST

Updated : May 5, 2023, 5:09 PM IST

କର୍ଣ୍ଣାଟକରେ 'ଦ କେରଳ ଷ୍ଟୋରୀ' ଫିଲ୍ମ ସମ୍ପର୍କରେ ଆଲୋଚନା କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭୋଟ ହାତେଇବା ଲାଗି କଂଗ୍ରେସ ଏହି ଫିଲ୍ମକୁ ବିରୋଧ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
କେରଳରେ ଆତଙ୍କୀ ଷଡ଼ଯନ୍ତ୍ରର ଖୁଲାସା କରିଛି The Kerala Story: ମୋଦି

ବେଙ୍ଗାଲୁରୁ: ବିବାଦରେ ଫସିଥିବା 'ଦ କେରଳ ଷ୍ଟୋରୀ' ସମ୍ପର୍କରେ କର୍ଣ୍ଣାଟକରେ ମତ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ବେଲ୍ଲାରୀରେ ପ୍ରଚାର ସମୟରେ ଏହି ଫିଲ୍ମ ସମ୍ପର୍କରେ ଆଲୋଚନା କରି ମୋଦି କହିଛନ୍ତି ଯେ ଫିଲ୍ଟଟି ଦକ୍ଷିଣ ରାଜ୍ୟ କେରଳରେ ଚାଲିଥିବା ଆତଙ୍କୀ ଷଡ଼ଯନ୍ତ୍ରର ଖୁଲାସା କରିଛି । ଏହା ସହ ବିରୋଧୀ କଂଗ୍ରେସକୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି । ଭୋଟ ବ୍ୟାଙ୍କ ହାତେଇବା ଲାଗି କଂଗ୍ରେସ ଏହି ଫିଲ୍ମକୁ ବିରୋଧ କରୁଛି ବୋଲି କହିଛନ୍ତି ମୋଦି ।

ଏହି ଜନସଭାରେ ମୋଦି କହିଛନ୍ତି, "ଆତଙ୍କୀ ଷଡ଼ଯନ୍ତ୍ର ଉପରେ ଆଧାରିତ 'ଦ କେରଳ ଷ୍ଟୋରୀ' ସମ୍ପର୍କରେ ଏବେ ବେଶ ଚର୍ଚ୍ଚା ହେଉଛି । ଏହି ଫିଲ୍ମରେ କେରଳରେ ହେଉଥିବା ଆତଙ୍କୀ ଷଡ଼ଯନ୍ତ୍ରକୁ ଦର୍ଶାଯାଇଛି । କେରଳ ହେଉଛି ଭାରତର ଏକ ସୌନ୍ଦର୍ଯ୍ୟମୟୀ ରାଜ୍ୟ । ଯାହାର ଲୋକେ ପରିଶ୍ରମୀ ସହ ବେଶ ପ୍ରତିଭାଶାଳୀ । ସେହି ରାଜ୍ୟରେ ହେଉଥିବା ଆତଙ୍କୀ ଷଡ଼ଯନ୍ତ୍ର ସମ୍ପର୍କରେ ଫିଲ୍ମରେ ଦର୍ଶାଯାଇଛି । " ମୋଦି ଆହୁରି କହିଛନ୍ତି, " ବୋମା ଗୁଳି ବାରୁଦର ଶବ୍ଦ ବାହାରକୁ ଶୁଣାଯାଏ । ହେଲେ ସମାଜକୁ ଭିତରୁ ଦୁର୍ବଳ କରୁଥିବା ଆତଙ୍କୀ ଷଡ଼ଯନ୍ତ୍ରର କୌଣସି ଶବ୍ଦ ହୋଇନଥାଏ । କେରଳରେ ହେଉଥିବା ଏହି ଆତଙ୍କୀ ଷଡ଼ଯନ୍ତ୍ର ସମ୍ପର୍କରେ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।"

'ଭୋଟବ୍ୟାଙ୍କ ପାଇଁ ଫିଲ୍ମକୁ ବିରୋଧ କରୁଛି କଂଗ୍ରେସ':- ଫିଲ୍ମ ସମ୍ପର୍କରେ ଆଲୋଚନା ସମୟରେ ବିରୋଧୀ ଦଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ମୋଦି । ଏ ନେଇ ମୋଦି କହିଛନ୍ତି, " The Kerala Story ଆତଙ୍କୀ ଷଡ଼ଯନ୍ତ୍ର ଉପରେ ଆଧାରିତ ହୋଇଥିବା ବେଳେ କଂଗ୍ରେସ ଫିଲ୍ମକୁ ବିରୋଧ କରୁଛି । ଯାହାକି ମୋତେ ଆଶ୍ଚର୍ଯ୍ୟ କରିଛି । ଏପରି କରି କଂଗ୍ରେସ ଆତଙ୍କୀ ଗୋଷ୍ଠୀକୁ ସମର୍ଥନ କରୁଛି । ଭୋଟ ପାଇଁ ଏଭଳି ଆତଙ୍କୀ ଗୋଷ୍ଠୀଙ୍କୁ ନିଜ ଛତ୍ରଛାୟା ତଳେ ରଖୁଛି କଂଗ୍ରେସ । ଖାଲି ସେତିକି ନୁହେଁ, ଆତଙ୍କବାଦୀଙ୍କ ସହିତ କଂଗ୍ରେସ ରାଜନୈତିକ ମୁଲଚାଲ ମଧ୍ୟ କରୁଛି । ଏଥିଲାଗି କର୍ଣ୍ଣାଟକବାସୀ କଂଗ୍ରେସଠୁ ସାବଧାନ ରହିବା ଉଚିତ ।"

ଏହା ବି ପଢନ୍ତୁ- The Kerala Story: ବିବାଦ ମଧ୍ୟରେ ପରଦାକୁ ଆସିଲା ଫିଲ୍ମ, କେରଳର 20ଟି ହଲରେ ରିଲିଜ

ପ୍ରଧାନମନ୍ତ୍ରୀ ମୋଦି କର୍ଣ୍ଣାଟକବାସୀଙ୍କ ଉଦବୋଧନ ଦେଇ କହିଛନ୍ତି, " କର୍ଣ୍ଣାଟକକୁ ଦେଶର ୧ ନଂ ରାଜ୍ୟ ଭାବେ ଗଢି ତୋଳିବା ଲାଗି ସଠିକ ଆଇନ ବ୍ୟବସ୍ଥା ହେଉଛି ସବୁଠୁ ଅଧିକ ଆବଶ୍ୟକ । ଏହାସହ କର୍ଣ୍ଣାଟକ ଆତଙ୍କବାଦରୁ ମୁକ୍ତ ରହିବା ମଧ୍ୟ ଦରକାର । ବିଜେପି ସର୍ବଦା ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରି ଆସିଛି । ହେଲେ ଯେତେବେଳେ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ସେତେବେଳେ କଂଗ୍ରେସ ଚିନ୍ତାରେ ପଡ଼ିଯାଏ । ଯାହାକି ମୋତେ ଆଶ୍ଚର୍ଯ୍ୟ କରିଥାଏ । "

ଫିଲ୍ମକୁ କୋର୍ଟରୁ ମିଳିଛି ଗ୍ରୀନ ସିଗନାଲ:- ସୂଚନା ଥାଉ କି ‘ଦ କେରଳ ଷ୍ଟୋରୀ’ ସାରା ଦେଶରେ ଆଜି ରିଲିଜ ହୋଇଛି । ଏହି ଫିଲ୍ମ ବିବାଦରେ ଫସି ରହିଛି । ଫିଲ୍ମକୁ ବ୍ୟାନ କରିବା ଲାଗି ମଧ୍ୟ ଦାବି ହେଉଛି । ଏଥିଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ହେଲେ କୋର୍ଟ ଶୁଣାଣି କରି ଏହି ଆବେଦନକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟ ଏଥିଲାଗି କେରଳ ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ । ତେବେ କେରଳ ହାଇକୋର୍ଟ ମଧ୍ୟ ଏହି ଆବେଦନକୁ ଖାରଜ କରି ଫିଲ୍ମର ରିଲିଜ ଲାଗି ଅନୁମତି ଦେଇଛନ୍ତି । ଏପରିକି କୋର୍ଟ କହିଛନ୍ତି ଯେ ଫିଲ୍ମର ଟ୍ରେଲରରେ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ କୌଣସି ଆପତ୍ତିଜନକ ବିଷୟକୁ ଦର୍ଶାଯାଇନାହିଁ ।

Last Updated : May 5, 2023, 5:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.