ନୂଆଦଲ୍ଲୀ: ଦେଶରେ ଜାରି ରହିଥିବା କୋଭିଡ ସଙ୍କଟ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ବୈଠକରେ ମୁଖ୍ୟତଃ ଟୀକାକରଣର ପ୍ରକ୍ରିୟା ଓ ସ୍ଥାନୀୟ କଣ୍ଟେନମେଣ୍ଟ ଜୋନ ରଣନୀତି ଉପରେ ଆଲୋଚନା ହୋଇଛି । ଦେଶର ଯେଉଁ ଅଞ୍ଚଳରେ ସଂକ୍ରମଣ ହାର ଅଧିକ ରହୁଛି ସେହି ସବୁ ଜିଲ୍ଲା ଗୁଡିକରେ କଣ୍ଟେନମେଣ୍ଟ ଜୋନ କାର୍ଯ୍ୟକାରୀ କରିବା ନେଇ ଆଲୋଚନାରେ ଗରୁତ୍ବ ଦିଆଯାଇଛି ।
ସେହିପରି ସଂକ୍ରମଣ ବୃଦ୍ଧି ପାଉଥିବା ଅଞ୍ଚଳରେ ଟେଷ୍ଟିଂ କ୍ଷମତା ବଢାଯିବା , ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟିଂ ବଢାଯିବା ଉପରେ ମଧ୍ୟ ଗୁରୁତ୍ହ ଦିଆଯାଇଛି । ସେହିପରି ସଂକ୍ରମଣ ହାର ଅଧିକ ରହୁଥିବା ସ୍ଥାନ ମାନଙ୍କରେ ଘରକୁ ଘରକୁ ବୁଲି ଟେଷ୍ଟି ସୁବିଧା ମଧ୍ୟ ଉପଲବ୍ଧ କରାଇବା ନେଇ ସରକାର ଗୁରୁତ୍ବ ଦେଉଛନ୍ତି । ଗ୍ରାମୀଣ ଅଞ୍ଚଳରେ କୋଭିଡ ଟିକାକରଣକୁ ତ୍ବାରାନ୍ବିତ କରାଯିବା, ସ୍ଥାନୀୟ ଅଙ୍ଗନାଓ୍ବାଡି କର୍ମୀ ଓ ଆଶା କର୍ମୀମାନଙ୍କୁ ସ୍ଥାନୀୟ ସ୍ଥିତି ଉପରେ ବିଶେଷ ଦୃଷ୍ଟି ଦେବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।
ସେହିପରି ବର୍ତ୍ତମାନ ଦେଶରେ ଚାଲିଥିବା ଟିକାକରଣ ପ୍ରକ୍ରିୟା, ଭ୍ୟାକ୍ସିନ, ଅମ୍ଳଜାନ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ଔଷଧର ଉପଲବ୍ଧତା ପ୍ରତି ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି ସେହିପରି ଆଜି ଦେଶରେ 3 ଲକ୍ଷ 26 ହଜାର 98 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 3ଲକ୍ଷ 53 ହଜାର ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟାରେ 3 ହଜାର 8 ଶହ 90 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ବାସ୍ଥ୍ୟନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ