ETV Bharat / bharat

ଗୁୁଜୁରାଟ ଝୁଲା ପୋଲ ଟ୍ରାଜେଡି, ରୋଡ ଶୋ’ ବାତିଲ କଲେ ପ୍ରଧାନମନ୍ତ୍ରୀ - ମୋର୍ବିରେ ଭୁଶୁଡିଲା ଝୁଲା ପୋଲ

ଗୁୁଜୁରାଟ ଝୁଲା ପୋଲ ଟ୍ରାଜେଡି ସମସ୍ତଙ୍କୁ ସ୍ତବ୍ଧ କରିଛି । ଏ ଦୁଃଖଦ ଘଟଣା ପରେ ଆଜି ଗୁଜୁରାଟରେ ପ୍ରଧାନମନ୍ତ୍ରୀଙ୍କର ହେବାକୁ ଥିବା ସମସ୍ତ ରୋଡ ଶୋ ଓ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଅଧିକ ପଢନ୍ତୁ

PM Modi cancel road show
PM Modi cancel road show
author img

By

Published : Oct 31, 2022, 10:17 AM IST

Updated : Oct 31, 2022, 7:56 PM IST

ଗାନ୍ଧୀନଗର: ସମସ୍ତଙ୍କୁ ଦୋହଲାଇ ଦେଇଛି ଗୁଜୁରାଟ ମୋର୍ବି ଝୁଲା ପୋଲ ଟ୍ରାଜେଡି । ଛଟପୂଜା ବେଳେ ଘଟିଥିବା ଏହି ଅଘଟଣରେ ମୃତ୍ୟୁସଂଖ୍ୟା ବଢିବାକୁ ଲାଗିଛି । ଏବେ ସୁଦ୍ଧା 134 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତିନିଦିନିଆ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଅଘଟଣ ପାଇଁ ଆଜି ଗୁଜୁରାଟର ଅହମ୍ମଦାବାଦରେ ହେବାକୁ ଥିବା ସମସ୍ତ ରୋଡ ଶୋକୁ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କେବଳ ରୋଡ ଶୋ ନୁହେଁ ସ୍ନେହ ମିଳନ ନାମକ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭର୍ଚୁଆଲ ଜରିଆରେ ଏହି କାର୍ଯ୍ୟକ୍ରମ ହେବାର ଥିଲା । ମୋର୍ବି ଝୁଲା ପୋଲ ଟ୍ରାଜେଡି ନେଇ ଆଜି ଗୁଜୁରାଟରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗୁଜୁରାଟ ବିଜେପି ମିଡିଆ ସଂଯୋଜକ ୟୋଗେଶ ଦେବ ।

ଏହା ମଧ୍ୟ ପଢନ୍ତୁ: Morbi Cable Bridge Collapse: ମୃତ୍ୟୁ ସଂଖ୍ୟା 134କୁ ବୃଦ୍ଧି

ଗତକାଲି ଗୁଜୁରାଟର ଭଦୋଦରାରେ ବିମାନ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ଭାରତୀୟ ବାୟୁସେନା ପାଇଁ ସି-295 ପରିବହନ ବିମାନ ଉତ୍ପାଦନ ହେବ । ଏହା ସହ 2900 କୋଟିର ରେଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହା ପରେ ଗୁଜୁରାଟର ମୋର୍ବି ସ୍ଥିତ ମାଛୁ ନଦୀରେ ଝୁଲା ପୋଲ ଛିଡି ଯାଇଥିଲା । ପ୍ରଥମେ 60 ଜଣଙ୍କ ମୃତ୍ୟୁ ହୋଇଥିଲା ଖବର ଆସିଥିଲା । ଏହାପରେ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି ।

ବର୍ତ୍ତମାନ ସୁଦ୍ଧା 134 ଜଣଙ୍କ ଜୀବନ ଯାଇଥିବା ଖବର ହସ୍ତଗତ ହୋଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଘନ ଘନ ବୈଠକ କରି ସ୍ଥିତି ଉପରେ ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି । ଏହି ଦୁଃଖଦ ଘଟଣାରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Last Updated : Oct 31, 2022, 7:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.