ETV Bharat / bharat

PM called on President: ରାଷ୍ଟପତି ମୁର୍ମୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Jun 27, 2023, 10:59 PM IST

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ମୋଦି । ତିନି ସେନାର ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମରେ ମଧ୍ୟ ହେଲେ ସାମିଲ । ଅଧିକ ପଢନ୍ତୁ

PM called on President: ରାଷ୍ଟପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂଧ୍ୟାରେ ରାଷ୍ଟ୍ରପତି ଭବନରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ହୋଇଛି । ଦୁଇ ଦିନ ତଳେ ବିଦେଶ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହା ଏକ ଔପଚାରିକ ସାକ୍ଷତକାର । ଏହା ସହ ସେ ତିନି ସେନାର ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ଏହି ସେନାଧିକାରୀଙ୍କୁ ସମ୍ମାନିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ ।

ଆଜି ସଂଧ୍ୟାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଗୋଟିଏ ଦିନରେ ଦେଶର ବିଭିନ୍ନ ସ୍ଥାନକୁ 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ବିଦେଶ ଗସ୍ତରୁ ଫେରି ଦିନିକିଆ ମଧ୍ୟ ପ୍ରଦେଶ ଗସ୍ତ କରି ଦେଶବାସୀଙ୍କୁ ଦିନକରେ 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ ନବୀକରଣ ହୋଇ ବିଶ୍ବସ୍ତରୀୟ ଭିତ୍ତିଭୂମି ପାଇଥିବା ଭୋପାଳର ରାଣୀ କମଳାପତି ଷ୍ଟେସନରୁ ଗ୍ରୀନ ଫ୍ଲାଗ ଦେଖାଇ 5ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଆଜିର 5ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ମିଶାଇ ଦେଶରେ ଏହି ସ୍ବଦେଶୀ ନିର୍ମିତ ସେମି-ସ୍ପିଡ ଟ୍ରେନର ସଂଖ୍ୟା 23ରେ ପହଞ୍ଚିଛି ।

  • President Droupadi Murmu, Vice President Jagdeep Dhankhar and Prime Minister Narendra Modi with the recipients of Distinguished Service Award at Rashtrapati Bhavan. pic.twitter.com/PHlKg31mux

    — President of India (@rashtrapatibhvn) June 27, 2023 " class="align-text-top noRightClick twitterSection" data=" ">

ସରକାରୀ କାର୍ଯ୍ୟକ୍ରମ ପରେ ଭୋପାଲରେ ଦଳୀୟ ସମାବଶକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ । ‘ମୋ ବୁଥ, ସବୁଠୁ ମଜଭୂତ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ନେଇ ବଡ ସଙ୍କେତ ଦେଇଥିଲେ । ଦେଶରେ ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ଆଇନର ନିହାତି ଆବଶ୍ୟକତା କଥା କହିବା ସହ ତିନି ତଲାକ ଉଚ୍ଛେଦ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରି ବିରୋଧୀଙ୍କ ଉପରେ ବର୍ଷିଥିଲେ । ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ଦେଶରେ ହେବାକୁ ଯାଉଛି, ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନରୁ ଆଜି ସ୍ପଷ୍ଟ ହୋଇଛି । ସେହିପରି ବିଜେପି ସରକାର ଉଚ୍ଛେଦ କରିଥିବା ତିନି ତଲାକ ପ୍ରସଙ୍ଗରେ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ତିନି ତଲାକ ପ୍ରଥା ଇସଲାମ ଧର୍ମର ଅଭିନ୍ନ ଅଙ୍ଗ ବା ମୂଳ ଅଂଶ ନୁହେଁ । ରାଜନୀତି କରିବା ପାଇଁ ବିରୋଧୀ ସୁଲଲମାନ ମା’ ମାନଙ୍କ ସ୍ବାଧୀନତାର କଥା ଭୁଲି ଯାଉଛନ୍ତି କହି ପ୍ରଧାନମନ୍ତ୍ରୀ ବରୋଧୀଙ୍କୁ ଟାର୍ଗେଟ କରିଥିଲେ ।

ମଧ୍ୟ ପ୍ରଦେଶରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ବିଳମ୍ବିତ ଅପରାହ୍ନରେ ଦିଲ୍ଲୀ ଫେରିଯାଇଥିଲେ ପ୍ରଧାନମନ୍ତ୍ରୀ । ସଂଧ୍ୟାରେ ସେ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ମଧ୍ୟ କରିବା ସହ ତିନି ସେନାର ଅଧିକାରୀଙ୍କୁ ବିଶିଷ୍ଚ ସେବା ପାଇଁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ସଂସଦୀୟ ପରମ୍ପରା ଅନୁସାରେ, ଅନେକ ସମୟରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥାନ୍ତି । ସେ ରାଷ୍ଟ୍ରପତିଙ୍କୁ ଦେଶର ସାମ୍ପ୍ରତିକ ସ୍ଥିତି ନେଇ ଅବଗତ ମଧ୍ୟ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.