ETV Bharat / bharat

PM Modi Arrives In Japan: ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ମୋଦି ନାରାରେ କମ୍ପିଲା ଟୋକିଓ

author img

By

Published : May 23, 2022, 8:59 AM IST

ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ବାଡ୍ ସମ୍ମିଳନୀରେ ଯୋଗଦେବାକୁ ଟୋକିଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ

ଟୋକିଓରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ବାଗତ

ଟୋକିଓ: ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ବାଡ୍ ସମ୍ମିଳନୀରେ ଯୋଗ ଦେବାକୁ ଟୋକିଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ଟୋକିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଜାପାନରେ ଥିବା ପ୍ରବାସୀ ଭାରତୀୟଙ୍କ ମୋଦି ମୋଦି ନାରାରେ କମ୍ପିଛି ଟୋକିଓ । ଗତ 8 ବର୍ଷ ଭିତରେ ପଞ୍ଚମ ଥର ପାଇଁ ଜାପାନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତାକାଲି (ମଙ୍ଗଳବାର) ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା ସହିତ ଜାପାନ ଓ ଅଷ୍ଟ୍ରେଲି‌ଆର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ ମୋଦି ।

  • Japan’s Indian community has made pioneering contributions in different fields. They have also remained connected with their roots in India. I thank the Indian diaspora in Japan for the warm welcome: Prime Minister Narendra Modi pic.twitter.com/HbSCPEptB4

    — ANI (@ANI) May 23, 2022 " class="align-text-top noRightClick twitterSection" data=" ">

ଟୋକିଓରେ ପହଞ୍ଚିବା ପରେ ମୋଦିଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ଭାରତ ମାତା କି ଜୟ, ମୋଦି ମୋଦି ନାରାରେ ପ୍ରବାସୀ ଭାରତୀୟମାନେ ପ୍ରାଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ସମସ୍ତଙ୍କ ସହ ହାତ ମିଳାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଣେ ଜାପାନିଜ ଶିଶୁଙ୍କ ସହିତ ମୋଦି ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଛି । ପିଲାମାନେ ଆଙ୍କିଥିବା ଫୋଟରେ ମୋଦିଙ୍କ ଅଟୋଗ୍ରାଫ ନେବା ପାଇଁ ଅପେକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଫଟୋର ନିଜର ଅଟୋଗ୍ରାଫ ମଧ୍ୟ ଦେଇଥିଲେ ।

ଆସନ୍ତାକାଲିଠୁ (ମଙ୍ଗଳବାର) ହେବାକୁ ଯାଉଥିବା କ୍ବାଡ ସମ୍ମିଳନୀ (Quad summit)ରେ ଅଂଶଗ୍ରହଣ କରିବା ପାଇଁ ଟୋକିଓ ଅଭିମୁଖେ ଯାତ୍ରା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ରବିବାର ସନ୍ଧ୍ୟାରେ ମୋଦି ଦିଲ୍ଲୀରୁ ଟୋକିଓ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସେ ରାଷ୍ଟ୍ରପତି ଫୁମିଓ କିଶିଦା ଓ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନଙ୍କ ସହ ପର୍ଯ୍ୟାୟକ୍ରମେ ଦ୍ବିପାକ୍ଷିକ ଆଲୋଚନା କରିବେ । ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ପ୍ରସଙ୍ଗ ନେଇ ଆଲୋଚନା ହେବ । ଏହା ସହିତ ବିଶ୍ବସ୍ତରୀୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ।

ପାରସ୍ପରିକ ସମ୍ପର୍କ ସୁଦୃଢୀକରଣ ସହ ମିଳିତ ସ୍ବାର୍ଥ ପୂରଣ ଦିଗରେ ଏହି ସମ୍ମିଳନୀ ଏକ ବଡ ଅବସର ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ନିଜ ଗସ୍ତ ପୂର୍ବ ପ୍ରତିକ୍ରିୟାରେ କହିଥିଲେ । ତେବେ ଚଳିତଥର ଜାପାନରେ ଏହି ସମ୍ମିଳନୀର 4ର୍ଥ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି । 3 ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପାରସ୍ପରିକ ଦ୍ବିପାକ୍ଷିକ ପ୍ରସଙ୍ଗ ସହ ବିଶ୍ବର ସାମ୍ପ୍ରତିକ ସ୍ଥିତି ଓ ରାଜନୈତିକ ଅବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହେବା ନେଇ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜାପାନରେ ପ୍ରବାସୀ ଭାରତୀୟଙ୍କ ସମୁଦାୟକୁ ସମ୍ବୋଧିତ କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.