ETV Bharat / bharat

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Nov 27, 2023, 9:34 AM IST

Updated : Nov 27, 2023, 9:43 AM IST

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Kartik Purnima 2023
pm modi wish on Kartik Purnima

ନୂଆଦିଲ୍ଲୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ କେବଳ ଧର୍ମ ଲାଗି ପାଳନ କରାଯାଏ ନାହିଁ ଏହି ଦିନ ଓଡିଶାର ସ୍ବର୍ଣ୍ଣାଭ ଅତୀତକୁ ମନେ ପକାଯାଏ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସବୁଠି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପ୍ରଭାତରୁ ସମସ୍ତେ ଡଙ୍ଗା ଭସାଇ ଦିନଟିକୁ ପାଳନ କରିଛନ୍ତି । ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • श्रद्धा, भक्ति और दैवीय उपासना की भारतीय परंपरा से प्रकाशित पावन पर्व कार्तिक पूर्णिमा एवं देव दीपावली की असीम शुभकामनाएं। मेरी कामना है कि यह पावन अवसर देशभर के मेरे परिवारजनों के जीवन में नई रौनक और स्फूर्ति लेकर आए।

    — Narendra Modi (@narendramodi) November 27, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସୋସିଆଲ ମିଡିଆ ଏକ୍ସରେ କାର୍ତ୍ତିକ ପୂର୍ଣ୍ଣିମା ଶୁଭେଚ୍ଛା କହିଛନ୍ତି,"ଶ୍ରଦ୍ଧା, ଭକ୍ତି ଏବଂ ଦେବୀୟ ଉପାସନାର ଭାରତୀୟ ପରମ୍ପରାରେ ପ୍ରକାଶିତ ପବିତ୍ର ପର୍ବ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଦେବ ଦୀପାବଳିରେ ଅନେକ ଶୁଭକାମନା । ମୁଁ କାମନା କରୁଛି ଏହି ପବିତ୍ର ଅବସର ଦେଶରେ ମୋର ପରିଜନଙ୍କ ଜୀବନରେ ନୂଆ ରଙ୍ଗ ଭରି ଦେଉ । ସୁଖ ସମୃଦ୍ଧି ଆଣିଦେଉ ।"

  • ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରି ଆସନ୍ତୁ ‘ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା’ ଗଠନ ଦିଗରେ ଏକ ହୋଇ ଆଗକୁ ବଢ଼ିବା। pic.twitter.com/gh6aBRDZmJ

    — Naveen Patnaik (@Naveen_Odisha) November 27, 2023 " class="align-text-top noRightClick twitterSection" data=" ">

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି,"ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଆମ ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରି ଆସନ୍ତୁ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ଗଠନ ଦିଗରେ ଏକ ହୋଇ ଆଗକୁ ବଢିବା ।"

ଏହା ବି ପଢନ୍ତୁ...ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଧର୍ମ ଓ ସଂସ୍କୃତିର ପରମ୍ପରା ବୋଇତ ବନ୍ଦାଣ

ଏହା ବି ପଢନ୍ତୁ...ପୁଷ୍କରିଣୀରେ ଭାସିଲା ରଙ୍ଗ ବେରଙ୍ଗର ଡଙ୍ଗା, କାର୍ତ୍ତିକ ପୂର୍ଣ୍ଣିମାରେ କାହିଁକି ଭସାଯାଏ ଡଙ୍ଗା ?

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ''ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା ।''

କାର୍ତ୍ତିକ ପୂର୍ଣ୍ଣିମା ମାହାତ୍ମ୍ୟ: ବାର ମାସ ମଧ୍ୟରେ ସାର ହେଉଛି ଧର୍ମ ମାସ କାର୍ତ୍ତିକ । ଆଜି ହେଉଛି କାର୍ତ୍ତିକ ମାସର ଅନ୍ତିମ ଦିନ ଅର୍ଥାତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମା 'ବୋଇତ ବନ୍ଦାଣ' ଦିବସ ନାମରେ ଖ୍ୟାତ । ଏହି ଦିନ ଡଙ୍ଗା ଭସାଇଥାନ୍ତି ପ୍ରତିଟି ଓଡ଼ିଆ । ଏହି ଦିନ ବୋଇତ ବନ୍ଦାଣର ପରମ୍ପରା ମଧ୍ୟ ରହିଛି । ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବଣିଜ କରିବାକୁ ବୋଇତରେ ବାଲି, ଜାଭା, ସୁମାତ୍ରା ଆଦି ଦେଶକୁ ଯାଉଥିଲେ । କାର୍ତ୍ତିକରେ ଯାଇ ଆଷାଢରେ ଫେରୁଥିଲେ । ସାଧାବପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଯାଏ ।

Last Updated : Nov 27, 2023, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.