ETV Bharat / bharat

ଗ୍ରାମ୍ୟ ବିକାଶ ଉପରେ କେନ୍ଦ୍ରୀୟ ବଜେଟରେ ଦିଆଯାଇଛି ଗୁରୁତ୍ବ: ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗ୍ରାମୀଣ ବିକାଶରେ କେନ୍ଦ୍ରୀୟ ବଜେଟର ସକାରାତ୍ମକ ପ୍ରଭାବ ସମ୍ପର୍କିତ ୱେବିନାରରେ ଅଭିଭାଷଣ ପ୍ରଦାନ କରିଛନ୍ତି । ଧାରାବାହିକ ଭାବେ ଚାଲିଥିବା ଏହି କାର୍ଯ୍ୟକ୍ରମର ବୁଧବାର ଥିଲା ଦ୍ବିତୀୟ ଦିନ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି
author img

By

Published : Feb 24, 2022, 6:42 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗ୍ରାମୀଣ ବିକାଶରେ କେନ୍ଦ୍ରୀୟ ବଜେଟର ସକାରାତ୍ମକ ପ୍ରଭାବ ସମ୍ପର୍କିତ ୱେବିନାରରେ ଅଭିଭାଷଣ ପ୍ରଦାନ କରିଛନ୍ତି । ଧାରାବାହିକ ଭାବେ ଚାଲଥିବା ଏହି କାର୍ଯ୍ୟକ୍ରମର ବୁଧବାର ଥିଲା ଦ୍ବିତୀୟ ଦିନ ।ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟ ଓ ନୀତି ପଛରେ ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ ମନ୍ତ୍ରର ପ୍ରେରଣା ରହିଛି ବୋଲି କହିଥିଲେ । ପ୍ରତ୍ୟେକ ବ୍ୟକ୍ତିର ଉଦ୍ୟମ ପ୍ରତ୍ୟେକ ଶ୍ରେଣୀ ଓ ପ୍ରତ୍ୟେକ ଅଞ୍ଚଳ ବିକାଶର ସମ୍ପୂର୍ଣ୍ଣ ଲାଭ ପାଇଲେ ଯାଇ ଆମର ଆଜାଦୀ କା ଅମୃତ କାଳର ଶପଥ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ।

ସେହିପରି ମୋଦି କିହଛନ୍ତି ସରକାରଙ୍କ ବିକାଶମୂଳକ ଯୋଜନାର ସୁଫଳ ଓ ମୌଳିକ ସୁବିଧା ସୁଯୋଗ କିପରି ଶତପ୍ରତିଶତ ଜନସାଧାରଣଙ୍କ ନିକଟରେ ପହଞ୍ଚିବ ଓ ସମ୍ପୂର୍ଣ୍ଣ ବିକାଶ ସାଧିତ ହେବ ଏହାର ସ୍ପଷ୍ଟ ଚିତ୍ର ବଜେଟରେ ରହିଛି । ବଜେଟରେ ପିଏମ ଆବାସ ଯୋଜନା, ଗ୍ରାମୀଣ ସଡକ ଯୋଜନା, ଜଳ ଜୀବନ ମିଶନ, ଉତ୍ତର-ପୂର୍ବାଞ୍ଚଳ ସଂଯୋଗୀକରଣ, ଗ୍ରାମାଞ୍ଚଳରେ ବ୍ରଡବ୍ୟାଣ୍ଡ ଭଳି ଆବଶ୍ୟକ ଯୋଜନାରେ ବଜେଟରେ ବ୍ୟୟବରାଦ ହୋଇଛି ବୋଲି ସେ କହିଥିଲେ ।

ସେହିଭଳି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଉତ୍ତର ପୂର୍ବାଞ୍ଚଳକୁ ମୌଳିକ ଆବଶ୍ୟକତା ପହଞ୍ଚାଇବାକୁ ସୁନିଶ୍ଚିତ କରାଯିବ । ସ୍ବାମୀତ୍ବ ଯୋଜନା ଗ୍ରାମାଞ୍ଚଳରେ ଘରବାଡି, ଜମିଜମାର ଯଥାର୍ଥ ବିଭାଜନ ପ୍ରକ୍ରିୟା ସୁଗମ କରିବା ଯୋଗୁଁ ୪୦ ଲକ୍ଷ ସମ୍ପତ୍ତି କାର୍ଡ ଜାରି କରାଯାଇଛି । ଏକ ଜମି ଚିହ୍ନଟିକରଣ ପିନ ଫଳରେ ଗ୍ରାମବାସୀଙ୍କୁ ରାଜସ୍ବ କର୍ମଚାରୀଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ।

ଜମିଜମା କାଗଜପତ୍ର ଓ ମାପଚୁପ ଅତ୍ୟାଧୁନିକ ପ୍ରଯୁକ୍ତିଜ୍ଞାନ ଦ୍ବାରା କରାଇବାକୁ ସେ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହାବାଦ ମୋଦି କହିଛନ୍ତି ବିଭିନ୍ନ ଯୋଜନାର ଶତ ପ୍ରତିଶତ ସଫଳତା ନିମନ୍ତେ ଆମକୁ ନୂତନ ପ୍ରଯୁ୍କ୍ତିଜ୍ଞାନ ଉପରେ ଦୃଷ୍ଟି ଦେବାକୁ ହେବ । ଯାହାଫଳରେ ପ୍ରକଳ୍ପ ଗୁଡିକ ଶୀଘ୍ର ଶେଷ ହେବା ସହ ଗୁଣାତ୍ମକ ମାନରେ ମଧ୍ୟ କୌଣସି ସାଲିସ କରାଯିବ ନାହିଁ ।

ଏହାବାଦ ପ୍ରଧାନମନ୍ତ୍ରୀ ମହିଳା ଶକ୍ତି ଓ ଗ୍ରାମ୍ୟ ଅର୍ଥନୈତିକ ମୂଳପିଣ୍ଡ ବୋଲି କହିଥିଲେ । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଗୁଁ ପରିବାରର ଆର୍ଥିକ ନିଷ୍ପତ୍ତିରେ ମହିଳାଙ୍କ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିଛି । ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଏହି ସହଯୋଗ ବୃଦ୍ଧି କରିବାକୁ ହେବ ବୋଲି ସେ ଗୁରୁତ୍ବ ଆରୋପ କରିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.