ETV Bharat / bharat

ଭ୍ୟାକ୍ସିନକୁ ନେଇ ଗୁଜବ ପ୍ରଚାର କରାନଯାଉ: ପ୍ରଧାନମନ୍ତ୍ରୀ

author img

By

Published : Apr 25, 2021, 1:08 PM IST

କୋରୋନାର ଦ୍ବିତୀୟ ଲହର ଦେଶକୁ ଦୋହଲାଇ ଦେଇଛି । ଏନେଇ ଆମ ସମସ୍ତଙ୍କୁ ଭ୍ୟାକ୍ସିନ ନେବାକୁ ପଡିବ ଏବଂ ସାବଧାନତା ଅବଲମ୍ବନ କରିବାକୁ ପଡିବ । 'ଦବାଇ ଭି କଡାଇ ଭି' ମନ୍ତ୍ରକୁ କେବେ ବି ଭୁଲିବା କଥା ନିହେଁ । ଖୁବ ଶୀଘ୍ର ଆମେ ସମସ୍ତେ ମିଶି ଏହି ବିପଦରୁ ବାହାରିବା ବୋଲି ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କୋରୋନା ସଂଙ୍କଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମନର କଥା କହି କୋରୋନା ଏହି ସଂଙ୍କଟ କାଳରେ ଧର୍ଯ୍ୟ ଧରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ଏହା ସହିତ ଭ୍ୟାକ୍ସିନକୁ ନେଇ କୌଣସି ମିଥ୍ୟା ପ୍ରଚାର ନ କରାଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କୋରୋନାର ଦ୍ବିତୀୟ ଲହର ଦେଶକୁ ଦୋହଲାଇ ଦେଇଛି । ଏ ନେଇ ଆମ ସମସ୍ତଙ୍କୁ ଭ୍ୟାକ୍ସିନ ନେବାକୁ ପଡିବ ଏବଂ ସାବଧାନତା ଅବଲମ୍ବନ କରିବାକୁ ପଡିବ । 'ଦବାଇ ଭି କଡାଇ ଭି' ମନ୍ତ୍ରକୁ କେବେ ବି ଭୁଲିବା କଥା ନିହେଁ । ଖୁବ ଶୀଘ୍ର ଆମେ ସମସ୍ତେ ମିଶି ଏହି ବିପଦରୁ ବାହାରିବା ବୋଲି ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଗୋଟିଏ ପଟେ ଦେଶ ଡାକ୍ତରଖାନା, ଭେଣ୍ଟିଲେଟର ଓ ମେଡିସିନ ପାଇଁ କାମ କରୁଥିବାବେଳେ ଅନ୍ୟପଟେ କୋରୋନା ଆହ୍ବାନର ମୁକାବିଲା କରୁଛନ୍ତି ଦେଶବାସୀ । ବର୍ତ୍ତମାନ ଗାଁରେ ମଧ୍ୟ ଅନେକ ସଚେତନତା ଦେଖିବାକୁ ମିଳିଛି । କୋଭିଡ ନିୟମକୁ କଡାକଡି ପାଳନ କରିବା ସହିତ ଗାଁ ଲୋକ ଗାଁକୁ କୋରୋନା କବଳକୁ ରକ୍ଷା କରିଛନ୍ତି । ବାହାରୁ ଆସୁଥିବା ସମସ୍ତଙ୍କୁ ଅନ୍ୟତ୍ର ରହିବାର ବ୍ୟବସ୍ଥା କରାଯାଇଛି । ଆଜି ଆମର ଡାକ୍ତରମାନେ ଓ ଆଗଧାଡିରସ୍ବାସ୍ଥ୍ୟକର୍ମୀ ଯେପରି ଦିନ ରାତି ଏକ କରି କାମ କରୁଛନ୍ତି ସେହିଭଳି ସମାଜର ଅନ୍ୟ ଲୋକମାନେ ମଧ୍ୟ ଏହି ସମୟରେ ପଛରେ ନାହାଁନ୍ତି ବୋଲି କହିଚନ୍ତି ପ୍ରଧାନମନ୍ତ୍ରୀ । ଦେଶ ପୁଣି ଥରେ ଏକଜୁଟ ହୋଇ କୋରୋନା ସହିତ ଲଢେଇ କରୁଛି ।

ସେ ଆହୁରି କହିଛନ୍ତି, ଭାରତ ସରକାରଙ୍କ ପକ୍ଷରୁ ଦେଶରେ ଟୀକାକରଣ କାର୍ଯ୍ୟ ଜାରି ରହିଛି । ଆଗକୁ ମଧ୍ୟ ଏହା ଚାଲିବ । ରାଜ୍ୟମାନଙ୍କୁ ଅନୁରୋଧ କରୁଛି ଯେ ଭାରତ ସରକାରଙ୍କ ଏହି ମାଗଣା ଟିକା ଅଭିଯାନର ଲାଭ ସେମାନଙ୍କ ରାଜ୍ୟରେ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ । କୋରୋନାଙ୍କ ଏହି ସଙ୍କଟରେ ଟୀକାକରଣର ଗୁରୁତ୍ବ ସମସ୍ତଙ୍କୁ ବୁଜିବାକୁ ପଡିବ । ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ଟିକାକୁ ନେଇ କୌଣସି ଗୁଜବ ପ୍ରଚାର ନ କରାଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଯୁଦ୍ଧରେ ଆମକୁ ବୈଜ୍ଞାନିକ ଓ ବିଶେଷଜ୍ଞଙ୍କ ପରାମର୍ଶକୁ ପ୍ରାଥମିକତା ଦେବାକୁ ପଡିବ । ଯଦି ଆପଣମାନଙ୍କୁ କିଛି ବି ସୂଚନାର ଆବଶ୍ୟକତା ରହିଛି ତେବେ ସଠିକ ସୁତ୍ରରୁ ସୂଚନା ନିଅନ୍ତୁ । ଆପଣଙ୍କ ପାରିବାରି ଡାକ୍ତର କି ନିକଟସ୍ଥ ଡାକ୍ତର ହୁଅନ୍ତୁ ଆପଣ ତାଙ୍କ ସହିତ ଫୋନ ଯୋଗେ ଯୋଗାଯୋଗ କରନ୍ତୁ ଏବଂ ପରାମର୍ଶ ନିଅନ୍ତୁ । ମୁଁ ଆଜି ଆପଣଙ୍କୁ ଏମିତ ଏକ ସମୟରେ ମନର କଥା କହୁଛି ଯେତେବେଳେ ମହାମାରୀ କୋରୋନା ଆମ ସମସ୍ତଙ୍କ ଧର୍ଯ୍ୟ ଓ ସହନଶୀଳତାର ପରୀକ୍ଷା ନେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.