ETV Bharat / bharat

କେବାଡିଆରେ ମୋଦି; ସୈନ୍ୟ କମାଣ୍ଡରସ୍ତରୀୟ ସମ୍ମିଳନୀକୁ କରିବେ ସମ୍ବୋଧିତ - ସୈନ୍ୟ କମାଣ୍ଡରସ୍ତରୀୟ ସମ୍ମିଳନୀ

ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପାଳିରେ ପ୍ରଥମ ଥର ପାଇଁ ବରିଷ୍ଠ ସୈନ୍ୟ ଅଧିକାରୀଙ୍କୁ ନେଇ ସମ୍ମିଳନୀ କରାଯାଇଛି । ଏହାର ଅନ୍ତିମ ଦିନରେ ଏହି ସମ୍ମିଳନୀକୁ ଉଦବୋଧ ଦେବେ ମୋଦି । ଅଧିକ ପଢନ୍ତୁ...

କେବାଡିଆରେ ମୋଦି
କେବାଡିଆରେ ମୋଦି
author img

By

Published : Mar 6, 2021, 1:41 PM IST

କେବାଡିଆ: ଗୁଜୁରାଟର କେବାଡିଆରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆଜି ମିଳିତ କମାଣ୍ଡରସ୍ତରୀୟ କନଫରେନ୍ସିର ତୃତୀୟ ତଥା ଅନ୍ତିମ ଦିନର କାର୍ଯ୍ୟକ୍ରମକୁ ଉଦବୋଧନ କରିବେ ମୋଦି । ଷ୍ଟାଚ୍ୟୁ ଅଫ ୟୁନିଟ ନିକଟରେ ବରିଷ୍ଠ ସେନା ଅଧିକାରୀଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯୁଦ୍ଧ ରଣନୀତି ଉପରେ ଆଲୋଚନା କରିପାରନ୍ତି ମୋଦି ।

କେବାଡିଆରେ ମୋଦି
କେବାଡିଆରେ ମୋଦି

ଆଜି ସକାଳରେ ଅହମ୍ମଦାବାଦର ବିମାନ ବନ୍ଦରରେ ପହଞ୍ଚିବା ପରେ କେବାଡିଆକୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । କେବାଡିଆ ରାଜଧାନୀ ଠାରୁ 200 କିମି ଦୂର । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବାକୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏବଂ ଉପମୁଖ୍ୟ ନିତିନ ପଟେଲ ଉପସ୍ଥିତ ଥିଲେ ।

କେବାଡିଆରେ ମୋଦି
କେବାଡିଆରେ ମୋଦି

ମୋଦିଙ୍କ ଦ୍ବିତୀୟ ପାଳିରେ ପ୍ରଥମ ଥର ପାଇଁ ବରିଷ୍ଠ ସୈନ୍ୟ ଅଧିକାରୀଙ୍କୁ ନେଇ ସମ୍ମିଳନୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତିନି ସେନାର ପ୍ରମୁଖ ନିଜ ନିଜ କ୍ଷେତ୍ରରେ ନେଇଥିବା ପ୍ରକଳ୍ପ ଉପରେ ଆଲୋଚନା କରିବେ । ଏହି କାର୍ଯ୍ୟକ୍ରମରେ ସିଡିଏସ ମୁଖ୍ୟ ସାମିଲ ରହିଛନ୍ତି । ତେବେ ଏହି ସମ୍ମିଳନୀରେ ଯବାନମାନେ ଯୋଗ ଦେଇଛନ୍ତି ।

କେବାଡିଆରେ ମୋଦି
କେବାଡିଆରେ ମୋଦି

ଏହି ସମ୍ମିଳନୀରେ ପ୍ରତିରକ୍ଷା ଅଧ୍ୟକ୍ଷ ଜେନେରାଲ ବିପିନ ରାୱତ, ସେନା ମୁଖ୍ୟ ଏମଏମ ନରୱାଣେ, ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ, ନୌସେନା ପ୍ରମୁଖ ଆଡମିରାଲ କରମବୀର ସିଂ ଏବଂ ପ୍ରତିରକ୍ଷା ଏବଂ ସଶସ୍ତ୍ର ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କେବାଡିଆର ପହଞ୍ଚି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.