ETV Bharat / bharat

Turkey Earthquake: ରେସ୍କ୍ୟୁ ପାଇଁ ତୁର୍କୀ ଗଲା NDRF, ମେଡିକାଲ ଟିମ୍, ରିଲିଫ୍ ସାମଗ୍ରୀ

author img

By

Published : Feb 6, 2023, 4:00 PM IST

ଭୟଙ୍କର ଭୂକମ୍ପରେ ତୁର୍କୀ ଓ ସିରିଆରେ ହାହାକାର । ଚାଲିଛି ଉଦ୍ଧାର, ବଢୁଛି ମୃତ୍ୟୁ ସଂଖ୍ୟା । ତୁରନ୍ତ ରେସକ୍ୟୁ ଅପରେସନ ପାଇଁ NDRFକୁ ତୁର୍କୀ ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଦେଲେ ନିର୍ଦ୍ଦେଶ । ନିର୍ଦ୍ଦେଶ ପରେ ଏନଡିଆରଏଫ୍ ଟିମ୍, ମେଡିକାଲ ଟିମ୍ ଏବଂ ରିଲିଫ ସାମଗ୍ରୀ ତୁର୍କୀ ଯାଇଥିବା ସୂଚନା । ଅଧିକ ପଢନ୍ତୁ

ତୁରନ୍ତ ରେସକ୍ୟୁ ପାଇଁ NDRF କୁ ତୁର୍କୀ ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତୁର୍କୀ ଓ ସିରିଆରେ ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ପ୍ରାୟ 912 ଛୁଇଁଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଛି । ଏପରି ସମୟରେ ତୁର୍କୀକୁ ତୁରନ୍ତ ସହାୟତାର ହାତ ବଢାଇଛି ଭାରତ । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF)କୁ ତୁରନ୍ତ ତୁର୍କୀ ଗସ୍ତ କରି ଉଦ୍ଧାର ଓ ରିଲିଫ୍‌ ଅପରେସନରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି ।

ତୁର୍କୀକୁ ତୁରନ୍ତ ସହୟତା ନେଇ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସରିଲିଜ ମାଧ୍ଯମରେ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ତୁର୍କୀ ବିପର୍ଯ୍ୟୟ ସ୍ଥିତିର ସମୀକ୍ଷା କରାଯାଇଥିଲା । ସାଉଥ ବ୍ଲକରେ ଏହି ସମୀକ୍ଷା ହେବା ପରେ ଏନଡିଆରଏଫକୁ ତୁର୍କୀ ପଠାଇବା ପାଇଁ ନିଷ୍ପତ୍ତି ହେବା ସହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏନଡିଆରଏଫକୁ ତୁର୍କୀ ଗସ୍ତ କରିବା ପାଇଁ ନିର୍ଦ୍ଦେଶ ମିଳିଛି । ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ କ୍ୟାବିନେଟ ସଚିବ, ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, ଏନଡିଆଏଫ, ପ୍ରତିରକ୍ଷା, ବେସାମରିକ ଉଡାଣ ମନ୍ତ୍ରଣାଳୟ, ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ସାମୀଲ ହୋଇଥିଲେ ।

କେବଳ ଉଦ୍ଧାର ନୁହେଁ ବରଂ ମେଡିକାଲ ଟିମ ଓ ଅନ୍ୟ ସମସ୍ତ ଜରୁରୀ ସହୟତା ମଧ୍ୟ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଚିକିତ୍ସା ସାମଗ୍ରୀ ସହ ଅନ୍ୟ କିଛି ଜରୁରୀ ସାମଗ୍ରୀ ମଧ୍ୟ ଏହି ଟିମ ସହ ତୁର୍କୀ ପଠାଯିବ । ତୁର୍କୀ ସରକାରଙ୍କ ସମନ୍ବୟରେ ଭାରତୀୟ ଉଦ୍ଧାରକାରୀ ଟିମ ଉଦ୍ଧାର ଓ ରିଲିଫ କାମ କରିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କହିଛି । ଏହି ଉଦ୍ଧାର ଅପରେସନ ପାଇଁ ତୁର୍କୀରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ସରକାର ଓ ପ୍ରଶାସନ ସହ ଯୋଗାଯୋଗ ଓ ସମନ୍ବୟ ରକ୍ଷା କରିବ ।

ଆଜି (ସୋମବାର) ତୁର୍କୀ ଓ ସିରିଆରେ ଏହି ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ଏହାର ମାତ୍ରା ରିକ୍ଟର ସ୍କେଲ 7.8 ବୋଲି ରେକର୍ଡ କରାଯାଇଛି । ଉଭୟ ଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସର୍ବାଧିକ ପ୍ରଭାବିତ ହୋଇଛି ତୁର୍କୀ । ବର୍ତ୍ତମାନ ସୁଦ୍ଧା 640ଜଣ ପ୍ରାଣ ହରାଇଥିବା ସୂଚନା ମିଳିଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଭୁଶୁଡି ପଡିଥିବା ଅଟ୍ଟାଳିକା ମଧ୍ୟରୁ ମୃତାହତଙ୍କୁ ଉଦ୍ଧାର ଜାରି ରହିଛି । ତୁର୍କୀ ସେନା ଓ ଉଦ୍ଧାରକାରୀ ଟିମ୍‌ ସହ ଅନ୍ୟ ଦେଶର ଉଦ୍ଧାରକାରୀ ଦଳ ମଧ୍ୟ ପହଞ୍ଚିବାରେ ଲାଗିଛନ୍ତି । ଆଉ କିଛି ଘଣ୍ଟା ମଧ୍ୟରେ ଭାରତର ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ମଧ୍ୟ ତୁର୍କୀରେ ଉଦ୍ଧାର ଅପରେସନରେ ସାମିଲ ହେବ । ଭାରତ ତିନି ପାର୍ଶ୍ବରେ ସମୁଦ୍ର ଦ୍ବାରା ଆବଦ୍ଧ ଏକ ଉପମହାଦେଶ କ୍ଷେତ୍ର ହୋଇଥିବାରୁ ସାମୁଦ୍ରିକ ବାତ୍ୟା ଓ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ବିପର୍ଯ୍ୟୟ ପ୍ରଶମନ ବଳ ଗଠନ କରାଯାଇଥିଲା । ଗତ ଦଶନ୍ଧି ଧରି ଯାହା ବେଶ ଦକ୍ଷତା ହାସଲ ମଧ୍ୟ କରିପାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.