ETV Bharat / bharat

PM Gujurat Visit: ସାବର ଡାଏରୀ ଠାରେ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ - PM Gujurat Visit

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସାବରକଣ୍ଠ (Sabarkantha) ଅନ୍ତର୍ଗତ ଗାଧୋଡା ଚୌକି ସ୍ଥିତ ସାବର ଡାଏରୀ ଠାରେ ଏକ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବା ସହ ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ । ଅଧିକ ପଢନ୍ତୁ

PM Gujurat Visit
PM Gujurat Visit
author img

By

Published : Jul 28, 2022, 10:10 PM IST

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସାବରକଣ୍ଠ (Sabarkantha) ଅନ୍ତର୍ଗତ ଗାଧୋଡା ଚୌକି ସ୍ଥିତ ସାବର ଡାଏରୀ ଠାରେ ଏକ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ସ୍ଥାନୀୟ ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବା ସହ ସେ ଅଞ୍ଚଳର ଗ୍ରାମୀଣ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ । ପ୍ରଧାନମନ୍ତ୍ରୀ ମଧ୍ୟ ସୁକନ୍ୟା ସମୃଦ୍ଧି ଯୋଜନାର ହିତାଧିକାରୀ ଓ ମହିଳାଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଦୁଗ୍ଧ ଉତ୍ପାଦନକାରୀଙ୍କୁ ସମ୍ମାନିତ କରିଥିଲେ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜୁରାଟ ସରକାରଙ୍କ ମନ୍ତ୍ରୀ ଗଣ ଓ ଅଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

  • In Sabarkantha, inaugurating various initiatives which will boost rural economy, support local farmers and milk producers. https://t.co/HMVvXQ9eDD

    — Narendra Modi (@narendramodi) July 28, 2022 " class="align-text-top noRightClick twitterSection" data=" ">

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଆଜି ସାବର ଡାଏରୀର ସମ୍ପ୍ରସାରଣ ଘଟିଛି । ଶହ ଶହ କୋଟି ଟଙ୍କାର ନୂତନ ପ୍ରକଳ୍ପ ଏଠାରେ ସ୍ଥାପିତ ହୋଇଛି । ଦୁଗ୍ଧ ଗୁଣ୍ଡ ଉତ୍ପାଦନ କାରଖାନା ସ୍ଥାପନ ସହ ସାବର ଡାଏରୀର ସାମର୍ଥ୍ୟ ଆହୁରି ବୃଦ୍ଧି ପାଇବ । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଯୋଗୁଁ ପ୍ୟାକିଂ ପଦ୍ଧତି ମଧ୍ୟ ପାଚନକ୍ରିୟା ବିହୀନ ହେବ । ସାବର ଡାଏରୀର ଅନ୍ୟତମ ପ୍ରତିଷ୍ଠାତା ଭୂରେ ଭାଇ ପଟେଲଙ୍କ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରିଥିଲେ । ପ୍ରଧାନମନ୍ତ୍ରୀ ସେହି ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କର ମଧ୍ୟ ସ୍ମୃତିଚାରଣ କରିଥିଲେ ।

  • किसानों के लिए फसलों के अलावा आय के वैकल्पिक माध्यमों पर काम करने की सरकार की रणनीति आज बहुत काम आ रही है। किसानों की आय में पशुपालन के साथ-साथ बागवानी और मछलीपालन से भी काफी वृद्धि हुई है। pic.twitter.com/Oc0EDgSCju

ଏହାସହ ଦୁଇ ଦଶନ୍ଧି ପୂର୍ବେ ଏହି ଅଞ୍ଚଳର ଦାରିଦ୍ର୍ୟ ଓ ମରୁଡି ବିଷୟରେ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । କିପରି ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଅଞ୍ଚଳର ସମସ୍ୟା ଦୂର କରିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ ତାହାର ସ୍ମୃତିଚାରଣ କରିଥିଲେ । ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ସେତେବେଳେ ପ୍ରମୁଖ କାର୍ଯ୍ୟ ଥିଲା । ସେ ମଧ୍ୟ ଗୋଖାଦ୍ୟ, ଔଷଧପତ୍ର ଓ ଆୟୁର୍ବେଦ ଉପଚାର ଜରିଆରେ ପଶୁ ସମ୍ପଦ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ । ଗୁଜରାଟ ଜ୍ୟୋତିଗ୍ରାମ ଯୋଜନା କିପରି ବିକାଶକୁ ତ୍ୱରାନ୍ୱିତ କରିଥିଲା ତା’ର ଅବତାରଣା କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଦଶନ୍ଧି ପୂର୍ବରୁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ଆଜି ଗୁଜରାଟରେ ଦୁଗ୍ଧ ବଜାର ଏକ ଲକ୍ଷ କୋଟି ଟଙ୍କାର କାରବାର କରୁଛି । 2007 ଓ 2011 ରେ ସେ ଏହି ଅଞ୍ଚଳ ପରିଦର୍ଶନ ବେଳେ କିପରି ମହିଳାଙ୍କ ସହଭାଗିତା ଅଧିକ ହେବ ତା’ର ସ୍ମରଣ କରିଥିଲେ ।

  • સાબર ડેરીએ એક આધુનિક ડેરી તરીકે ઓળખ ઉભી કરી છે જે ખેડૂતોના કલ્યાણમાં યોગદાન આપી રહી છે. આજે ઉદ્ઘાટન કરાયેલા પ્રોજેક્ટ્સ કૃષિ અને સહકારી ક્ષેત્રને સશક્ત બનાવશે. pic.twitter.com/smeivO6vsN

ଏତତ ବ୍ୟତୀତ ପ୍ରଧାନମନ୍ତ୍ରୀ ମଧ୍ୟ ଛେନା ଓ ଘୋଳ ଦହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ବାବଦ ପ୍ରାୟ 600 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କାରଖାନା କାର୍ଯ୍ୟକ୍ଷମ ହେଲେ ଦିନକୁ 20 ନିୟୁତ ଟନ ଛେଦାର ଛେନା, 10 ନିୟୁତ ଟନ ମୋଜେରେଲା ଛେନା ଓ 16 ନିୟୁତ ଟନ ପ୍ରକ୍ରିୟାକୃତ ଛେନା ଉତ୍ପାନ ହେବ । କାର୍ଯ୍ୟ ଆମ୍ଭ କରିବା ପରେ ଛେନା ଡ୍ରାଇଙ୍ଗ ପ୍ଲାଣ୍ଟରେ ଦୈନିକ ୪ଠ ନିୟୁତ ଟନ ଡ୍ରାଇ ହେବ । ସାବର ଡାଏରୀ ଗୁଜରାଟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମଏମଏଫ) ଅଂଶବିଶେଷ ଭାବେ ସମସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଅମୂଲ ଛାପରେ ବଜାରକୁ ଛାଡିଥାଏ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.