ETV Bharat / bharat

World Sanskrit Day 2023: ବିଶ୍ବ ସଂସ୍କୃତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ବିଶ୍ବ ସଂସ୍କୃତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ବିଶ୍ବ ସଂସ୍କୃତ ଦିବସ । ଏହି ଦିବସକୁ ପାଳନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

World Sanskrit Day
World Sanskrit Day
author img

By ETV Bharat Odisha Team

Published : Aug 31, 2023, 11:22 AM IST

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ପୁରାତନ ଭାଷା ସଂସ୍କୃତ । ବେଦଠାରୁ ଆରମ୍ଭ କରି ପୁରାଣ, ଉପନିଷେଦ ଆଜି ସଂସ୍କୃତ ଭାଷାରେ ରଚିତ । ଯୁଗେ ଯୁଗେ ସଂସ୍କୃତ ଭାଷାର ମହତ୍ବ ରହି ଆସିଛି । ହିନ୍ଦୁ ଧର୍ମର ଏହା ଏକ ପବିତ୍ର ଭାଷା । ପାଠ୍ୟ ବିଷୟବସ୍ତୁ ଭାବେ ଏହାର ସ୍ବତନ୍ତ୍ର ସ୍ଥାନ ରହିଛି । ସଂସ୍କୃତ ଭାଷାକୁ ସମସ୍ତ ଭାଷାର ମାଆ ବୋଲି ମଧ୍ୟ କୁହାଯାଏ। ସାଂସ୍କୃତିକ ବନ୍ଧନ ସୁଦୃଢ଼ କରିବାରେ ସଂସ୍କୃତ ଗୁରତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ବିଶ୍ବ ସଂସ୍କୃତ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ସଂସ୍କୃତ ଦିବସରେ ଶୁଭେଚ୍ଛା । ଯେଉଁମାନେ ସଂସ୍କୃତ ଭାଷାକୁ ଭଲ ପାଆନ୍ତି ସେମାନଙ୍କୁ ମୁଁ ପ୍ରଶଂସା କରୁଛି । ସଂସ୍କୃତ ସହିତ ଭାରତର ଏକ ସ୍ବତନ୍ତ୍ର ସମ୍ପର୍କ ରହିଛି । ବିଶ୍ବ ସଂସ୍କୃତ ଦିବସକୁ ପାଳନ କରିବାକୁ ସଂସ୍କୃତ ଭାଷାରେ ଏକ ବାକ୍ୟ ଲେଖି ଟ୍ବିଟରରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥି ସହ ସଂସ୍କୃତ ଦିବସ ପାଳନ କରିବାକୁ ମଧ୍ୟ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଏମିତି ଏକ ଗାଁ: ଯେଉଁଠି ସଭିଁଏ କୁହନ୍ତି ସଂସ୍କୃତ, ମାଗଣାରେ ଦିଆଯାଏ ଶିକ୍ଷା

ସଂସ୍କୃତ ଭାଷାରେ ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଆଗାମୀ ଦିନରେ ଭାରତ ଜି -20 ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ବିଶ୍ବର ବିଭିନ୍ନ ଦେଶରୁ ବହୁ ପ୍ରତିନିଧି ଭାରତ ଆସିବେ ଓ ଆମର ସର୍ବୋତ୍ତମ ସଂସ୍କୃତି ବିଷୟରେ ଅବଗତ ହେବେ । ସେହିପରି ସଂସ୍କୃତ ଭାଷାରେ ମଧ୍ୟ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ମଧ୍ଯ ପଢନ୍ତୁ-ଏଣିକି ସଂସ୍କୃତ ଓ ଦେବନଗରୀ ଭାଷାରେ ଲେଖିବେ ଛାତ୍ରଛାତ୍ରୀ: ହାଇକୋର୍ଟ

ଧିରେ ଧିରେ ସଂସ୍କୃତ ଭାଷାର ବ୍ୟବହାର କମିବାର ଲାଗିଛି । ତେଣୁ ପ୍ରତିବର୍ଷ ସଂସ୍କୃତ ଭାଷାର ଗୁରୁତ୍ବ ସମ୍ବନ୍ଧରେ ସଚେତନତା ସୃଷ୍ଟି କିରବାକୁ ସଂସ୍କୃତ ଦିବସ ପାଳନ କରାଯାଉଛି । ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ 1969 ମସିହାରୁ ସଂସ୍କୃତ ଦିବସ ପାଳନ ହୋଇ ଆସୁଛି । ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ବିଶ୍ବ ସଂସ୍କୃତ ଦିବସ ପାଳନ ହୋଇଥାଏ । ଆଜି ଶ୍ରାବଣ ପୂର୍ଣ୍ଣିମା ଅବସରରେ ବିଶ୍ବ ସଂସ୍କୃତ ଦିବସ ପାଳନ କରାଯାଉଛି । ଗତ ବର୍ଷ ଅଗଷ୍ଟ 12 ତାରିଖରେ ସଂସ୍କୃତ ଦିବସ ପାଳନ କରାଯାଇଥିଲା । 2020 ମସିହା ସଂସ୍କୃତ ଦିବସରେ ଅଲ ଇଣ୍ଡିଆ ରେଡିଓ ସଂସ୍କୃତରେ "ବହୁଜନ ଭାଷା- ସଂସ୍କୃତ ଭାଷା" ଶୀର୍ଷକ ନାମରେ ପ୍ରଥମ କାର୍ଯ୍ୟକ୍ରମ ପ୍ରସାରଣ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.