ଗାନ୍ଧୀନଗର: ପଟିଦାର ସଂରକ୍ଷଣ ଆନ୍ଦୋଳନର ମୁଖ୍ୟ ତଥା କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଥିବା ମକଦ୍ଦମାକୁ ଖାରଜ କଲେ ଅହମ୍ମଦାବାଦ ମେଟ୍ରୋପୋଲିଟାନ କୋର୍ଟ । ପଟିଦାର ସଂରକ୍ଷଣ ଆନ୍ଦୋଳନ ସମୟରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ମକଦ୍ଦମା ହାର୍ଦ୍ଦିକଙ୍କ ନାଁରେ ଅଭିଯୋଗ ହୋଇଥିଲା ।
ଏଥିସହ ଗୁଜୁରାଟ ରାମୋଲ ପୋଲିସ ଷ୍ଟେସନରେ ହାର୍ଦ୍ଦିକ ଓ ଅନ୍ୟମାନଙ୍କ ନାମରେ ଥିବା ମାମଲାକୁ ପ୍ରତ୍ୟାହାର କରିବା ଲାଗି କୋର୍ଟ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ବି ପଢନ୍ତୁ:ସୁପ୍ରିମକୋର୍ଟରୁ ହାର୍ଦ୍ଦିକ ପଟେଲଙ୍କୁ ବଡ ଆଶ୍ବସ୍ତି, ଲଢିବେ ଗୁଜୁରାଟ ନିର୍ବାଚନ
ଅନ୍ୟପଟେ ଏହି ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ ମଇ ୨ ତାରିଖରେ ହେବାକୁ ଥିବା ଶୁଣାଣି ବେଳେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ