ETV Bharat / bharat

ଭାରତରେ ଖୁବଶୀଘ୍ର ସ୍ପୁଟନିକ-V ଲାଇଟର ସିଙ୍ଗଲ ଡୋଜ

ଭାରତରେ ଖୁବଶୀଘ୍ର ସ୍ପୁଟନିକ ଲାଇଟ ସିଙ୍ଗଲ ଡୋଜ ପ୍ରଚଳନ କରିବାର ଯୋଜନା କରୁଛୁ ବୋଲି କହିଛନ୍ତି ଋଷ ରାଷ୍ଟ୍ରଦୂତ ଏନ କୁଦାଶେଭ । ଅଧିକ ପଢନ୍ତୁ...

ସ୍ପୁଟନିକ ଲାଇଟ
ସ୍ପୁଟନିକ ଲାଇଟ
author img

By

Published : May 16, 2021, 10:39 AM IST

ନୂଆଦିଲ୍ଲୀ: କୋରୋନାକୁ ମାତ ଦେବାକୁ ବର୍ତ୍ତମାନ ଭ୍ୟାକ୍ସନ ହିଁ ଏକମାତ୍ର ଅସ୍ତ୍ର । କୋରୋନା କବଳରୁ ବିଶ୍ବକୁ ମୁକ୍ତି କରିବା ପାଇଁ ସମଗ୍ର ବିଶ୍ବ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି । କୋରୋନା ଯୁଦ୍ଧରେ ଋଷ ମଧ୍ୟ ସାମିଲ ହୋଇଛି । ଋଷ ତାର ଗବେଷଣାରେ କୋରୋନାକୁ ହରାଇବାକୁ ସ୍ପୁଟନିକ ଲାଇଟ ଭ୍ୟାକ୍ସିନ ପ୍ରସ୍ତୁତ କରିଛି । ଋଷ ରାଷ୍ଟ୍ରଦୂତ ଏନ କୁଦାଶେଭ କହିଛନ୍ତି ସ୍ପୁଟନିକ ଭି ହେଉଛି ଭାରତ ଓ ଋଷର ଟିକା । ବର୍ଷକୁ ଭାରତରେ ଏହାର ଉତ୍ପାଦନ ଧିରେ ଧିରେ 850ନିୟୁତ ଟନ ପର୍ଯ୍ୟନ୍ତ ହେବ ବୋଲି ଆମେ ଆଶା କରୁଛୁ । ଭାରତରେ ଖୁବଶୀଘ୍ର ସ୍ପୁଟନିକ ଲାଇଟ ସିଙ୍ଗଲ ଡୋଜ ପ୍ରଚଳନ କରିବା ପାଇଁ ଯୋଜନା କରୁଛୁ ବୋଲି କହିଛନ୍ତି ଋଷ ରାଷ୍ଟ୍ରଦୂତ ଏନ କୁଦାଶେଭ ।

ସ୍ପୁଟନିକ ଭି ର ପ୍ରଭାବ ବିଶ୍ବରେ ବେଶ ଜଣାଶୁଣା । ଋଷିଆର ନାଗରିକମାନଙ୍କୁ ସଫଳତାର ସହିତ ଏହି ଟୀକାକରଣ କରାଯାଇଛି । କୋରୋନାର ନୂଆ ଷ୍ଟ୍ରେନ ବିରୋଧରେ ଏହା ପ୍ରଭାବଶାଳୀ ବୋଲି ଋଷିଆର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ସ୍ପୁଟନିକ ଲାଇଟର ସିଙ୍ଗଲ ଡୋଜ ଏବେ ଭାରତରେ ଉତ୍ପାଦିତ ହେବ ।

ସ୍ପୁଟନିକ ଲାଇଟ ଟିକା ମସ୍କୋରେ ଅବସ୍ଥିତ Gamaleya Research Institute of Epidemiology and Microbiology ଦ୍ୱାରା ବିକଶିତ ହୋଇଛି । ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ସ୍ପୁଟନିକ୍ ଲାଇଟ ବ୍ୟବହାର କରାଯାଇପାରିବ । ଏହା ଟିକା ଦ୍ବାରା ଭାରତ ସମେତ ଅଧିକ ସଂକ୍ରମଣ ଦେଉଥିବା ଦେଶଗୁଡିକ ଉପକୃତ ହେବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.