ETV Bharat / bharat

ମାନବ ଚାଲାଣ ସନ୍ଦେହ: ତିନି ଦିନ ପରେ ଫ୍ରାନ୍ସରୁ ଭାରତୀୟଙ୍କୁ ନେଇ ଉଡ଼ାଣ ଭରିଲା ବିମାନ - ବିମାନ ଛାଡ଼ିଲା

France grounds plane carrying Indians over suspected human trafficking: ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ତିନି ଦିନ ଧରି ଅଟକ ରହିଥିବା ଭାରତୀୟଙ୍କୁ ମୁକ୍ତି ମିଳିଛି । ଭାଟ୍ରି ବିମାନବନ୍ଦରରୁ ଭାରତୀୟଙ୍କୁ ନେଇ ଉଡା଼ଣ ଭରିଛି ବିମାନ । ଅଧିକ ପଢ଼ନ୍ତୁ,

ମାନବ ଚାଲାଣ ସନ୍ଦେହ: ତିନି ଦିନ ପରେ ଫ୍ରାନ୍ସରୁ ଭାରତୀୟଙ୍କୁ ନେଇ ଉଡ଼ାଣ ଭରିଲା ବିମାନ

author img

By ETV Bharat Odisha Team

Published : Dec 25, 2023, 12:38 PM IST

Updated : Dec 25, 2023, 1:03 PM IST

ପ୍ୟାରିସ (ଫ୍ରାନ୍ସ): ମାନବ ଚାଲାଣ ଅଭିଯୋଗରେ ତିନି ଦିନ ଧରି ଫ୍ରାନ୍ସର ଭାଟ୍ରି ବିମାନ ବନ୍ଦରରେ ଅଟକ ରହିଥିବା ୩୦୩ ଜଣ ଯାତ୍ରୀ ଶେଷରେ ମୁକ୍ତି ପାଇଛନ୍ତି । ଅଟକ ରହିଥିବା ୩୦୩ ଜଣ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ । ଫ୍ରାନ୍ସ ସରକାର ବିଭିନ୍ନ ଯାଞ୍ଚ କରିବା ପରେ ଯାତ୍ରୀମାନଙ୍କୁ ଛାଡ଼ିଛନ୍ତି । ନିକାରାଗୋଆ ଯାତ୍ରା କରୁଥିବା ୩୦୩ ଜଣ ଯାତ୍ରୀଙ୍କୁ ଫ୍ରାନ୍ସ ରାଜଧାନୀ ପ୍ୟାରିସଠାରୁ ଦେଢ଼ଶହ କିଲୋମିଟର ଦୂର ଭାଟ୍ରି ବିମାନ ବନ୍ଦରରେ ମାନବ ଚାଲାଣ ସନ୍ଦେହରେ ଅଟକ ରଖାଯାଇଥିଲା । ଆଜି ସକାଳେ ୩୦୩ ଜଣ ଯାତ୍ରୀଙ୍କୁ ନେଇ ପୁଣି ଥରେ ଉଡ଼ାଣ ଭରିଛି ଏହି ବିମାନ ।

ପ୍ୟାରିସର ଏକ ସ୍ଥାନୀୟ ଗଣମାଧ୍ଯମ ରିପୋର୍ଟ ଅନୁସାରେ, ଫ୍ରାନ୍ସ କର୍ତ୍ତୃପକ୍ଷ ଆଜି ଏହି ବିମାନକୁ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି । ୩୦୩ ଯାତ୍ରୀଙ୍କ ନେଇ ଏହି ବିମାନଟି କେଉଁଠିକୁ ଯାତ୍ରା କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ: ଦେଶରେ 4 ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଥାନେରୁ ଚିହ୍ନଟ ହେଲେ 5 ଜେଏନ 1 ସଂକ୍ରମିତ

ରୋମାନିଆର ଚାଟାର୍ଡ କମ୍ପାନି ଲିଜେଣ୍ଡ ଏୟାରଲାଇନ୍ସରେ ୩୦୩ ଜଣ ଯାତ୍ରା ନିକାରାଗୋଆ ଯାତ୍ରା କରୁଥିଲେ । ଏମାନଙ୍କ ମଧ୍ୟରେ ୧୧ ଜଣ ନାବାଳକ ଥିଲେ । ଫ୍ରାନ୍ସର ଭାଟ୍ରି ବିମାନବନ୍ଦରରେ ଗତ ଶୁକ୍ରବାର ଦିନ ଏମାନଙ୍କୁ ମାନବ ଚାଲାଣ ସନ୍ଦେହରେ ଅଟକ ରଖାଯାଇଥିଲା । ଅଟକ ଯାତ୍ରୀମାନଙ୍କୁ ଫ୍ରାନ୍ସର ୪ ଜଣ ବିଚାରପତି ଜେରା କରିଥିଲେ । ଫ୍ରାନ୍ସ ଟେଲିଭିଜନ ଏବଂ ରେଡିଓ ନେଟୱର୍କ BFM TVର ସୂଚନା ଅନୁସାରେ, ବିଚାରପତିମାନେ ସେମାନଙ୍କୁ ମାନବ ଚାଲାଣ ସଂପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ସେହିପରି ସେମାନେ କେଉଁଠୁ ଆସିଛନ୍ତି ? କେଉଁଠିକୁ ଯାଉଛନ୍ତି ? ଏବଂ କାହିଁକି ଯାଉଛନ୍ତି ? ସେ ସଂପର୍କରେ ଟିକନିଖ ପଚାରି ବୁଝିଥିଲେ ଫ୍ରାନ୍ସର ଜଜ୍ । ଅଟକ ବିମାନଯାତ୍ରୀଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣିକୁ ଅଗ୍ରାହ୍ୟ କରି ଦେଇଛନ୍ତି ଫ୍ରାନ୍ସ ବିଚାରପତି ।

ଏହା ମଧ୍ୟ ପଢ଼ନ୍ତୁ: ଅଟଳ ବିହାରୀ ବାଜପେୟୀଙ୍କ 99ତମ ଜନ୍ମଜୟନ୍ତୀ, ଆଧୁନିକ ଭାରତର ସେ ଥିଲେ କର୍ଣ୍ଣଧାର

ଏହି ଘଟଣାକୁ ନେଇ ଅଟକ ଭାରତୀୟମାନଙ୍କ ସହ ସଂପର୍କରେ ଥିଲେ ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ଦୂତାବାସ । ଦୂତାବାସ କର୍ମଚାରୀମାନେ ଭାଟ୍ରି ବିମାନ ବନ୍ଦରରେ ପହଞ୍ଚି ଭାରତୀୟମାନଙ୍କ ସୁରକ୍ଷା ନେଇ ଫ୍ରାନ୍ସ ସରକାରଙ୍କ ସହ ଆଲୋଚନା କରିଥିଲେ । ଫ୍ରାନ୍ସ ଗଣମାଧ୍ୟମ ସୂଚନା ଅନୁଯାୟୀ, କିଛି ଯାତ୍ରୀ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ । ଆଉ କିଛି ତାମିଲ ଭାଷାରରେ କଥା ହେଉଥିଲେ । ସେମାନେ ଟେଲିଫୋନରେ ପରିବାର ଲୋକଙ୍କ ସହ ନିୟମିତ କଥା ହେଉଥିଲେ । ସେଥିରୁ ୧୦ରୁ ଅଧିକ ଯାତ୍ରା କ୍ଷମାପ୍ରାର୍ଥନା ପାଇଁ ଆବେଦନ ମଧ୍ୟ କରିଥିଲେ ।

ରିପୋର୍ଟ ଅନୁଯାୟୀ, ଭାରତୀୟ ଯାତ୍ରୀମାନେ କେନ୍ଦ୍ରୀୟ ଆମେରିକା ଯାତ୍ରା ପାଇଁ ଯୋଜନା କରୁଥିଲେ । ସେଠାରୁ ସେମାନେ ଯୁକ୍ତରାଷ୍ଟ୍ର ଆମେରିକା କିମ୍ବା କାନାଡ଼ାକୁ ବେଆଇନ ଭାବେ ପ୍ରବେଶ କରିଥାନ୍ତେ । ଏହି ଯାତ୍ରୀମାନେ ଏକ ସଂଗଠିତ ଗ୍ୟାଙ୍ଗରେ ମାନବ ଚାଲାଣର ଶିକାର ହେବାର ସମ୍ଭାବନା ଥିବା ବିଶେଷ ସୂତ୍ରରୁ ଜଣା ପଡ଼ିବା ପରେ ଫ୍ରାନ୍ସ କର୍ତ୍ତୃପକ୍ଷ ଯାଞ୍ଚ ଆରମ୍ଭ କରିଥିଲେ । ତେବେ ସମସ୍ତ ଯାଞ୍ଚ ଏବଂ ଅନୁସନ୍ଧାନ ପରେ ୩୦୩ ଜଣଙ୍କୁ ମୁକ୍ତି ଦିଆଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 25, 2023, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.