ETV Bharat / bharat

Flight Cockpit Violation: ପାଇଲଟ ସସ୍‌ପେଣ୍ଡ୍‌, ୩୦ ଲକ୍ଷ ତଣ୍ଡ ଗଣିବ ଏୟାର ଇଣ୍ଡିଆ - କକପିଟ୍‌

ବିମାନ କକପିଟ୍‌ ମଧ୍ୟରେ ମହିଳା ବନ୍ଧୁଙ୍କୁ ପୁରାଇବା ଘଟଣା । ପାଇଲଟଙ୍କୁ ସସପେଣ୍ଡ କରାଯାଇଥିବା ବେଳେ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ । ଅଧିକ ପଢନ୍ତୁ

Flight Cockpit Violation
Flight Cockpit Violation
author img

By

Published : May 12, 2023, 8:31 PM IST

ନୂଆଦିଲ୍ଲୀ: ବିମାନ କକପିଟ୍‌ ମଧ୍ୟରେ ମହିଳା ବନ୍ଧୁଙ୍କୁ ପୁରାଇବା ଘଟଣା । ନିୟମ ଉଲ୍ଲଘଂନ କରିଥିବା ପାଇଲଟଙ୍କୁ ସସ୍‌ପେଣ୍ଡ୍‌ କଲା ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (DGCA) । ଏହାସହ ବିମାନ ସେବା ଯୋଗାଉଥିବା ଏୟାର ଲାଇନ୍ସ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା ଜୋରିମାନା ଭରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି । ଗତ ଫେବୃଆରୀ ୨୭ ତାରିଖରେ ଦୁବାଇରୁ ଦିଲ୍ଲୀକୁ ଉଡାଣ ଭରୁଥିବା ବିମାନରେ ପାଇଲଟ ଜଣକ ନିଜ ମହିଳା ବନ୍ଧୁକୁ କକପିଟ ଭିତରକୁ ଆସିବାକୁ ଅନୁମତି ଦେଇଥିଲେ । ଏହାପରେ ଆଜି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗତ ଫେବୃଆରୀ ୨୭ ତାରିଖରେ ଏୟାର ଇଣ୍ଡିଆ ବିମାନ AI-915 ଦୁବାଇରୁ ଦିଲ୍ଲୀକୁ ଉଡାଣ ଭରୁଥିଲା । ଏଥିରେ କାର୍ଯ୍ୟରତ ପାଇଲଟ ଜଣକ ନିଜ ମହିଳା ବନ୍ଧୁକୁ କକପିଟ ମଧ୍ୟକୁ ଡାକିଥିଲେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏନେଇ ଜଣେ କ୍ୟାବିନ କ୍ରୁ ମେମ୍ବର ପାଇଲଟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହାପରେ ଗତ ମାସରେ ଡିଜିସିଏ ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ ୱିଲସନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏପ୍ରିଲ ୨୧ ତାରିଖରେ ଏହି ନୋଟିସ ଜାରି କରାଯାଇଥିବା ବେଳେ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହା ବି ପଢନ୍ତୁ-Wrestlers Protest: SIT ସାମ୍ନାରେ ହାଜର ହେଲେ ବ୍ରିଜଭୂଷଣ, ସମସ୍ତ ଅଭିଯୋଗକୁ କହିଲେ ଭିତ୍ତିହୀନ

ଡିଜିସିଏର କହିବା ଅନୁସାରେ ଅଭିଯୋଗକାରୀ ଜଣକ ପ୍ରଥମେ ଏୟାର ଇଣ୍ଡିଆ ସିଇଓଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ । ମାତ୍ର ସିଇଓ ଏ ନେଇ କୌଣସି ଆଖିଦୃଶିଆ ପଦକ୍ଷେପ ନନେବା ପରେ ସେ ଡିଜିସିଏଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ଅଭିଯୋଗକୁ ଗୁରୁତର ସହ ନେଇଥିଲେ ଡିଜିସିଏ । ନିୟମ ଉଲ୍ଲଘଂନ କରିଥିବାରୁ ଏନେଇ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ତଦନ୍ତ ପରେ ଡିଜିସିଏ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛି । ଏହାସହ ଉକ୍ତ ପାଇଲଟଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଛି ।

ପାଇଲଟଙ୍କ ଲାଇସେନ୍ସକୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସୂଚନା ଥାଉ କି ପାଇଲଟଙ୍କ ଏହି ମହିଳା ବନ୍ଧୁ ଜଣକ ସେହି ଦିନ ଯାତ୍ରୀ ଭାବେ ବିମାନରେ ଯାତ୍ରା କରୁଥିଲେ । ଏହି ସମୟରେ ପାଇଲଟ ଜଣକ ମହିଳା ବନ୍ଧୁଙ୍କୁ ବିମାନର କକ୍‌ପିଟରେ ପ୍ରବେଶ କରିବା ଲାଗି ଅନୁମତି ଦେଇଥିଲେ । ଯାହାକି ସମ୍ପୂର୍ଣ୍ଣ ଆଭିଏସନ ସେଫ୍ଟି ପ୍ରୋଟୋକଲର ଉଲ୍ଲଙ୍ଘନ । ଘଟଣା ସମ୍ପର୍କରେ ଜଣାପଡିବା ପରେ ଏପ୍ରିଲ ୨୧ରେ ଏୟାରଲାଇନ୍ସର ଦୁଇ ପ୍ରମୁଖ ଅଧିକାରୀଙ୍କୁ କାରଣ ଦର୍ଶାଓ ନୋଟିସ ଜାରି କରିଛି ଡିଜିସିଏ । ସଂସ୍ଥା ପକ୍ଷରୁ ଏପରି କରିଥିବା ପାଇଲଟଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ କିଛି ସ୍ପଷ୍ଟ କରାଯାଇନଥିବା ବେଳେ କେବଳ ତଦନ୍ତ ଜାରି ରହିଥିବା କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.