ETV Bharat / bharat

ଟୀକାକରଣ ବନ୍ଦ ପାଇଁ କରିଥିଲେ ଆବେଦନ, 50 ହଜାର ମାଗିଲେ କୋର୍ଟ

author img

By

Published : May 27, 2021, 12:45 PM IST

କ୍ଲିନିକାଲ୍ ଟ୍ରାଏଲ ପୁରା ନହୋଇ ବି କୋରୋନା ଟିକା ନେଲେ ଚଳିବ ବୋଲି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଅଧିକ ପଢନ୍ତୁ...

କର୍ଣ୍ଣାଟକ ହାଇକୋର୍ଟ
କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: କ୍ଲିନିକାଲ୍ ଟ୍ରାଏଲ ପୁରା ନ ହୋଇ ବି କୋରୋନା ଟିକା ନେଲେ ଚଳିବ ବୋଲି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଏ ସମ୍ପର୍କିତ ଏକ ଯାଚିକାର ଶୁଣାଣି କରି ଏଭଳି କହିଛନ୍ତି ହାଇକୋର୍ଟ । କ୍ଲିନିକାଲ୍ ଟ୍ରାଏଲ ପୂରଣ ନ ହୋଇ ଥିବାରୁ ଟୀକାକରଣ ବନ୍ଦ କରିବାକୁ ଯାଚିକା ଦାଖଲ କରାଯାଇଥିଲା । ତେବେ ହାଇକୋର୍ଟ ଏହାକୁ ରଦ୍ଦ କରି ଆବେଦନକାରୀଙ୍କ ଉପରେ 50 ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ।

କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ସମ୍ପୂର୍ଣ୍ଣ କରାଯାଇନାହିଁ । ଏନେଇ ଅବସରପ୍ରାପ୍ତ ସେନା ଅଧିକାରୀ ଏବଂ ଅନ୍ୟ ଦୁଇଜଣଙ୍କ ଦ୍ବାରା ଦିଆଯାଇଥିବା ପିଟିସନକୁ ରଦ୍ଦ କରାଯାଇଥିଲା । ମୁଖ୍ୟ ବିଚାରପତି ଏଏସ୍ ଓକାଙ୍କ ନେତୃତ୍ବରେ ଏକ ଖଣ୍ଡପୀଠ ଶୁଣାଣି କରିଥିଲେ।

ଖଣ୍ଡପୀଠଙ୍କ ଅନୁସାରେ, ଏହି ଆବେଦନ ଜନସାଧାରଣଙ୍କ ହିତରେ ନାହିଁ ତେଣୁ ଆବେଦନକାରୀଙ୍କ ଆବେଦନକୁ ବିଚାର କରାଯାଇପାରିବ ନାହିଁ । ଯଦିଓ ଗତ ଜାନୁଆରୀରୁ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି ତଥାପି ଏହା ଠିକ ନୁହେଁ ଯେ ଆବେଦନକାରୀମାନେ ମେ ମାସରେ ଆସି ଟିକା ବନ୍ଦ କରିବାକୁ ଅନୁରୋଧ କରିବେ । ଦେଶର ଲକ୍ଷ ଲକ୍ଷ ଲୋକ ଏହି ଟିକାକୁ ଅପେକ୍ଷା କରିଛନ୍ତି ତେଣୁ ଏହି ଆବେଦନକୁ ଖାରଜ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.