ETV Bharat / bharat

ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପ୍ରସଙ୍ଗ, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା - ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ନିୟମିତ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପ୍ରସଙ୍ଗ, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

author img

By

Published : Mar 4, 2021, 7:16 PM IST

ନୂଆଦିଲ୍ଲୀ: ନିୟମିତ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିବା ଜଣାପଡିଛି । ସିବିଆଇ ନିର୍ଦ୍ଦେଶକ ରିଷି କୁମାର ଶୁକ୍ଲାଙ୍କ କାର୍ଯ୍ୟକାଳ ଚଳିତବର୍ଷ ଫେବୃଆରୀ 2 ରେ ଶେଷ ହୋଇଥିବାବେଳେ ତାଙ୍କ ବଦଳରେ ଜଣେ ମଧ୍ୟବର୍ତ୍ତୀ ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି ।

ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ରିଷି କୁମାର ଶୁକ୍ଲାଙ୍କ କାର୍ଯ୍ୟକାଳ ୨ ଫେବୃଆରୀରେ ଶେଷ ହେବା ପୂର୍ବନିର୍ଦ୍ଧାରିତ ଥିବା ସତ୍ତ୍ବେ ଚୟନ କମିଟି ଜଣେ ନିୟମିତ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇନାହିଁ । ଏହି ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳର ନେତା ଓ ପ୍ରଧାନ ବିଚାରପତି ସଦସ୍ୟ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଜଣେ ଅନ୍ତରୀଣ ନିର୍ଦ୍ଦେଶକ ଦାୟିତ୍ବ ସମ୍ଭାଳୁଛନ୍ତି ।

ଦେଶର ଉଚ୍ଚସ୍ତରରେ ବ୍ୟାପକ ଦୁର୍ନୀତି ଏବଂ ଦୋଷୀମାନଙ୍କୁ ତ୍ବରିତ ବିଚାର ମାଧ୍ୟମରେ ଦଣ୍ଡ ଦିଆଯିବାର ବ୍ୟବସ୍ଥା କରିବା ପାଇଁ ସ୍ବଚ୍ଛ ତଥା ଉତ୍ତରଦାୟୀ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଦାବି ହୋଇଛି । ସରକାରଙ୍କ ଅନିଚ୍ଛା ଯୋଗୁଁ ଦୁର୍ନୀତି ଏବଂ ଅପରାଧମୁକ୍ତ ସମାଜରେ ବଞ୍ଚିବାର ଅଧିକାରକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଉଛି ବୋଲି ମଧ୍ୟ ଉକ୍ତ ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଥିବା ସୂଚନା ରହିଛି ।

ଭବିଷ୍ୟତରେ ସିବିଆଇ ନିର୍ଦ୍ଦେଶକଙ୍କ ପଦବି ଖାଲି ହେବା ଅବଧିର ଅତି କମରେ 2 ମାସ ପୂର୍ବରୁ ସିବିଆଇ ନିର୍ଦ୍ଦେଶକଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ଏବଂ ସମ୍ପୂର୍ଣ୍ଣ କରିବା ପାଇଁ ଆବେଦନକାରୀ ମଧ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାପାଇଁ ସର୍ବୋଚ୍ଚ କୋର୍ଟଙ୍କୁ ପ୍ରାର୍ଥନା କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.