କଟକ: ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଜଣେ ନିଆରା ଚିତ୍ରଶିଳ୍ପୀ । ଧୂଆଁରେ ପ୍ରସ୍ତୁତ ହୋଇଛି ଶ୍ରୀଜଗନ୍ନାଥଙ୍କ ଚିତ୍ର ଓ ରଥଯାତ୍ରା । ଏହାକୁ ପ୍ରସ୍ତୁତ କରିଛନ୍ତି କଟକର ସ୍ମୋକ ଆର୍ଟିଷ୍ଟ ଦିପକ ବିଶ୍ବାଳ । ହ୍ବାଇଟ ବୋର୍ଡ ଓ ଧୂଆଁରେ ମହାପ୍ରଭୁଙ୍କର ଏହି ଚିତ୍ର ଓ ରଥଯାତ୍ରାକୁ ଅତି ନିଖୁଣ ଭାବେ ତୋଳି ଧରିଛନ୍ତି ଚିତ୍ରଶିଳ୍ପୀ ଦିପକ । ତାଙ୍କୁ ଏଥିପାଇଁ ପ୍ରାୟ 7 ଘଣ୍ଟା ସମୟ ଲାଗିଛି ।
ପୂର୍ବରୁ ଏକାଧିକ ପଦ୍ଧତିରେ ଏପରି ନିଆରା ଚିତ୍ରକଳା ଦେଖିବାକୁ ମଧ୍ୟ ମିଳିଛି । ଭିନ୍ନଭିନ୍ନ ଆକୃତିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର, ବିଭିନ୍ନ ସାମଗ୍ରୀ, ବାଲୁକା କିମ୍ବା ସ୍ୟାଣ୍ଡ ଆନିମେସନରେ ମଧ୍ୟ ଏହାକୁ ଚିତ୍ରଣ ସରିଛି । ତେବେ ଯୁବଶିଳ୍ପୀ ଦିପକଙ୍କର ସ୍ମୋକଆର୍ଟ ମାଧ୍ୟମରେ ଏପରି ଚିତ୍ର ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।
-
Odisha | Cuttack-based smoke artist Deepak Biswal created a portrait depicting the three chariots of Lord Jagannath, Balabhadra & Subhadra for the annual #RathYatra
— ANI (@ANI) June 30, 2022 " class="align-text-top noRightClick twitterSection" data="
"It took seven hours for me to complete the whole art," said Deepak Biswal (29.06) pic.twitter.com/SLb8qgso6c
">Odisha | Cuttack-based smoke artist Deepak Biswal created a portrait depicting the three chariots of Lord Jagannath, Balabhadra & Subhadra for the annual #RathYatra
— ANI (@ANI) June 30, 2022
"It took seven hours for me to complete the whole art," said Deepak Biswal (29.06) pic.twitter.com/SLb8qgso6cOdisha | Cuttack-based smoke artist Deepak Biswal created a portrait depicting the three chariots of Lord Jagannath, Balabhadra & Subhadra for the annual #RathYatra
— ANI (@ANI) June 30, 2022
"It took seven hours for me to complete the whole art," said Deepak Biswal (29.06) pic.twitter.com/SLb8qgso6c
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ