ETV Bharat / bharat

‘ପିକଚର ଅଭି ବାକି ହୈ ମେରେ ଦୋସ୍ତ’, ଆର୍ଯ୍ୟନଙ୍କ ବେଲ୍ ପରେ ଏମିତି ଟ୍ବିଟ କଲେ ନବାବ

ପୁଣି ଟ୍ବିଟରରେ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କଲେ ନବାବ ମଲିକ । ଆର୍ୟ୍ୟନଙ୍କ ଜାମିନ ପରେ କହିଲେ ପିକଚର ଆହୁରି ବାକି ଅଛି । ଅଧିକ ପଢନ୍ତୁ...

ଡାଏଲଗ ମାରି ୱାଙ୍ଖଡେଙ୍କୁ ନବାବ ମଲିକଙ୍କ ଧମକ
ଡାଏଲଗ ମାରି ୱାଙ୍ଖଡେଙ୍କୁ ନବାବ ମଲିକଙ୍କ ଧମକ
author img

By

Published : Oct 29, 2021, 9:35 AM IST

ମୁମ୍ବାଇ: ପୁଣି ଟ୍ବିଟରରେ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କଲେ ନବାବ ମଲିକ । ଆର୍ଯ୍ୟନଙ୍କୁ କୋର୍ଟ ଜାମିନ ଦେବା ପରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ “ପିକଚର ଅଭି ବାକି ହୈ ମେରେ ଦୋସ୍ତ” ବୋଲି ଟ୍ବିଟ କରି ଲେଖିଛନ୍ତି । ତେବେ ସେ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ ଶାହାରୁଖ ଖାନଙ୍କ ଏକ ଫିଲ୍ମ ଡାଏଲଗ ମାରିଥିବା ଚର୍ଚ୍ଚା ହେଉଛି ।

  • पिक्चर अभी बाकी है मेरे दोस्त

    — Nawab Malik نواب ملک नवाब मलिक (@nawabmalikncp) October 28, 2021 " class="align-text-top noRightClick twitterSection" data=" ">

ମନ୍ତ୍ରୀ ନବାବ ମଲିକ ଆରମ୍ଭରୁ ମୁମ୍ବାଇ କ୍ରୁଜ୍‌ରେ ଏନସିବି କରିଥିବା ରେଡ୍‌କୁ ଫେକ କହିବା ସହ ସମୀର ବେଆଇନ ଭାବେ ଲୋକଙ୍କ ଫୋନ ଟ୍ୟାପିଂ କରିବା, ନକଲି ଦସ୍ତାବିଜ ଜରିଆରେ ଚାକିରି ପାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏଥିସହ ନବାବ ମଲିକ ମଧ୍ୟ ଯେଉଁ ଅଫିସର ଅର୍ଥାତ୍ ୱାଙ୍ଖଡେ ଆର୍ଯ୍ୟନ ଖାନ ଓ ଅନ୍ୟମାନଙ୍କୁ ଗିରଫ କରିଥିଲେ ଏବେ ସେ ମୁମ୍ବାଇ ପୋଲିସ୍‌ର ଗିରଫଦାରୀରୁ ରକ୍ଷା ପାଇବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି କହିଥିଲେ ।

ଗତକାଲି(ଗୁରୁବାର) ବମ୍ବେ ହାଇକ୍ରୋର୍ଟ ଆର୍ଯ୍ୟନଙ୍କୁ ଦୀର୍ଘ 26 ଦିନ ପରେ ଜାମିନ୍ ଦେଇଛନ୍ତି । କ୍ରୁଜ ପାର୍ଟିରେ ଡ୍ରଗ୍ସ ସେବନ ଏବଂ କାରବାର ଯୋଜନା ଅଭିଯୋଗରେ ଏନସିବି ତାଙ୍କୁ ଗିରଫ କରିଥିଲା । ତେବେ ଆର୍ଯ୍ୟନଙ୍କୁ ଜାମିନ ପରେ ନବାବଙ୍କ ଏପରି ମନ୍ତବ୍ୟ ସମୀର ୱାଙ୍ଖଡେଙ୍କ ଅଡିଆ ବଢିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ୱାଙ୍ଖଡେ ମଧ୍ୟ ନବାବ ମଲିକଙ୍କ ଜ୍ବାଇଁଙ୍କୁ ମଧ୍ୟ ଗିରଫ କରିଛନ୍ତି । ଏହି କାରଣରୁ ନବାବ ବାରମ୍ବାର ୱାଙ୍ଖଡେଙ୍କୁ ଟାର୍ଗେଟ କରୁଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.