ETV Bharat / bharat

ଅନ୍ତର୍ଜାତୀୟ ମହିଳା ଦିବସରେ ସୁନ୍ଦର ପିଚାଇଙ୍କ ଉପହାର; ସଶକ୍ତ ହେବେ ଭାରତୀୟ ମହିଳା - ଅନ୍ତର୍ଜାତୀୟ ମହିଳା ଦିବସ 2021

ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ ମହିଳାଙ୍କୁ ଆର୍ଥିକସ୍ତରରେ ସଶକ୍ତିକରଣ କରିବାକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଭାରତ ତଥା ବିଶ୍ବର ଅଣ-ଲାଭ ସାମାଜିକ ଉଦ୍ୟୋଗୀଙ୍କୁ 2.5 କୋଟି ଅନୁଦାନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଅନ୍ତର୍ଜାତୀୟ ମହିଳା ଦିବସରେ ସୁନ୍ଦର ପିଅନ୍ତର୍ଜାତୀୟ ମହିଳା ଦିବସରେ ସୁନ୍ଦର ପିଚାଇଙ୍କ ଉପହାରଚାଇଙ୍କ ଉପହାର
ଅନ୍ତର୍ଜାତୀୟ ମହିଳା ଦିବସରେ ସୁନ୍ଦର ପିଚାଇଙ୍କ ଉପହାର
author img

By

Published : Mar 8, 2021, 1:46 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ମହିଳାଙ୍କୁ ଉପହାର ଦେଲେ ସୁନ୍ଦର ପିଚାଇ । ଗୁଗୁଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ ମହିଳାଙ୍କୁ ଆର୍ଥିକସ୍ତରରେ ସଶକ୍ତିକରଣ କରିବାକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଭାରତ ତଥା ବିଶ୍ବର ଅଣ-ଲାଭ ସାମାଜିକ ଉଦ୍ୟୋଗୀଙ୍କୁ 2.5 କୋଟି ଅନୁଦାନ ଘୋଷଣା କରିଛନ୍ତି ।

ଅନ୍ତର୍ଜାତୀୟ ମହିଳା ଦିବସରେ ପିଚାଇ ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ 10 ଲକ୍ଷ ଟଙ୍କା ଦେଇଛନ୍ତି । ଗୁଗୁଲ ଇଣ୍ଟରନେଟ ସାଥୀ ପ୍ରୋଗ୍ରାମର ଏକ ଅଂଶ ଭାବେ ମନିଟରିଂ, ଟୁଲସ ଏବଂ ବିଜନେସ ଟ୍ୟୁଟୋରିଆଲ ମାଧ୍ୟମରେ ମହିଳାଙ୍କୁ ଉଦ୍ୟୋଗୀ ହେବାକୁ ପ୍ରୋତ୍ସୋହିତ କରିବ ।

ମହାମାରୀ ସମୟରେ ଦେଶର ଦୁଇଗୁଣା ମହିଳା ନିଜର କାମ ହରାଇଛନ୍ତି । ଆଉ ପ୍ରାୟ 2 କୋଟି ପିଲା ପୁଣି ସ୍କୁଲ ଆସିବା ନେଇ ଅନିଶ୍ଚିତତା ଲାଗି ରହିଛି । ତେଣୁ ସମସ୍ତଙ୍କ ଭବିଷ୍ୟତକୁ ସମାନ ଭାବେ ଗଢି ତୋଳିବାକୁ ସୁଯୋଗ ଦେବାକୁ ଏପରି ଉଦ୍ୟମ କରାଯାଇଥିବା ସୁନ୍ଦର ପିଚାଇ କହିଛନ୍ତି ।

2015 ରେ ଆରମ୍ଭ ହୋଇଥିବା ଇଣ୍ଟରନେଟ୍ ସାଥି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଭାରତରେ ମହିଳାମାନଙ୍କୁ ଡିଜିଟାଲ୍ ସାକ୍ଷରତା ଦକ୍ଷତା ସହିତ ସଶକ୍ତ କରିବାକୁ ଟାଟା ଟ୍ରଷ୍ଟ ସହିତ ଗୁଗୁଲର ମିଳିତ ପ୍ରୟାସରେ ଭର୍ଚୁଆଲ ଇଭେଣ୍ଟ କରାଯାଇଛି । ଗତ 6 ବର୍ଷ ଧରି ଇଣ୍ଟରନେଣ୍ଟ ସାଥୀ ପ୍ରୋଗ୍ରାମ ମାଧ୍ୟମରେ 80 ହଜାରଙ୍କୁ ଟ୍ରେନିଂ ଦିଆଯାଇଥିବାବେଳେ ଦେଶର 3 କୋଟି ମହିଳା ଉପକୃତ ହୋଇପାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.