ETV Bharat / bharat

BrahMos Missiles: ବ୍ରହ୍ମୋସ ରପ୍ତାନୀ ପ୍ରସ୍ତାବ ଗ୍ରହଣ କଲା ଫିଲିପାଇନ୍ସ - ବ୍ରହ୍ମୋସର ବିଦେଶ ରପ୍ତାନି

ଭାରତର ସ୍ବଦେଶୀ ଯୁଦ୍ଧାସ୍ତ୍ର ରପ୍ତାନୀ ମିଶନକୁ ସଫଳତା । ବ୍ରହ୍ମୋସ ଆଣ୍ଟି-ଜାହାଜ କ୍ରୁଜ୍ କ୍ଷେପଣାସ୍ତ୍ର ରପ୍ତାନୀ ପ୍ରସ୍ତାବ ଗ୍ରହଣ କଲା ଫିଲିପାଇନ୍ସ । 375 ନିୟୁତ ଆମେରିକୀୟ ଡଲାରରେ ସ୍ବାକ୍ଷରିତ ହୋଇଛି ଚୁକ୍ତିନାମା । ଅଧିକ ପଢନ୍ତୁ

BrahMos missiles: କିଣିବା ପାଇଁ ପ୍ରସ୍ତାବ ଦେଲା ଫିଲିପାଇନ୍ସ
BrahMos missiles: ବ୍ରହ୍ମୋସ ରପ୍ତାନୀ ପ୍ରସ୍ତାବ ଗ୍ରହଣ କଲା ଫିଲିପାଇନ୍ସ
author img

By

Published : Jan 16, 2022, 6:51 AM IST

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ଓ ବିଦେଶ ରପ୍ତାନୀ ମିଶନକୁ ସଫଳତା । ସ୍ବେଦେଶୀ ଜ୍ଞାନ କୌଶଳରେ ନିର୍ମିତ ବ୍ରହ୍ମୋସ ଆଣ୍ଟି-ସିପ୍ ମିସାଇଲ୍ ସିଷ୍ଟମ ରପ୍ତାନୀ ପ୍ରସ୍ତାବକୁ ଗ୍ରହଣ କରିଛି ଫିଲିପାଇନ୍ସ । ଭାରତର ବ୍ରହ୍ମୋସ ଏରୋସ୍ପେସ ପ୍ରାଇଭେଟ ଲିମିଟେଡ ଓ ଫିଲିପାଇନ୍ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏହାର ରପ୍ତାନୀ ନେଇ 374.9 ମିଲିୟନ ଡ଼ଲାରର ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

BrahMos missiles: ବ୍ରହ୍ମୋସ ରପ୍ତାନୀ ପ୍ରସ୍ତାବ ଗ୍ରହଣ କଲା ଫିଲିପାଇନ୍ସ
BrahMos missiles: ବ୍ରହ୍ମୋସ ରପ୍ତାନୀ ପ୍ରସ୍ତାବ ଗ୍ରହଣ କଲା ଫିଲିପାଇନ୍ସ

ବ୍ରହ୍ମୋସ ଏରୋସ୍ପେସ ପ୍ରାଇଭେଟ ଲିମିଟେଡର ଅଧିକାରୀମାନେ କହିଛନ୍ତି ଯେ ଫିଲିପାଇନ୍ସର ଜାତୀୟ ପ୍ରତିରକ୍ଷା ବିଭାଗ ପ୍ରାୟ 375 ନିୟୁତ ଆମେରିକୀୟ ଡଲାରର ପ୍ରସ୍ତାବ ଗ୍ରହଣ କରି ବ୍ରହ୍ମୋସ ଅଧିକାରୀଙ୍କୁ ନୋଟିସ ଅଫ ଆଓ୍ବାର୍ଡ ପ୍ରଦାନ କରିଛନ୍ତି । ଫିଲିପାଇନ୍ସ ସରକାରଙ୍କ ପ୍ରତିରକ୍ଷା ବିଭାଗ ମଧ୍ୟ ଏହାର ୱେବସାଇଟରେ ଚୁକ୍ତିନାମା ଆଓ୍ବାର୍ଡର ଏକ ବିଜ୍ଞପ୍ତି କପି ଅପଲୋଡ୍ କରିଛି ।

ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ଏବଂ ବ୍ରହ୍ମୋସ୍ ଏରୋସ୍ପେସ୍ ଗତ କିଛି ମାସ ହେବ ଏହି ସ୍ବଦେଶୀ କ୍ଷେପଣାସ୍ତ୍ରର ବିଦେଶ ରପ୍ତାନୀ ନେଇ ପ୍ରୟାସ ଜାରି ରଖିଛନ୍ତି । ଭାରତ ସହ ବନ୍ଧୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ସମ୍ପର୍କ ଥିବା ଦେଶକୁ ଏହି କ୍ଷେପଣାସ୍ତ୍ର ରପ୍ତାନି ନେଇ ଭାରତ ପ୍ରୟାସ ଜାରି ରଖିଥିବା ବେଳେ ଫିଲିଫାଇନ୍ସ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଛି । ଏହି କ୍ରମରେ ଭାରତ ମଧ୍ୟ ଅନ୍ୟ କିଛି ଦେଶଙ୍କ ସହ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ନେଇ କଥାବାର୍ତ୍ତା ଜାରି ରଖିଛି । କିଛି ଦେଶ ମାନଙ୍କ ସହ କଥାବାର୍ତ୍ତା ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ରହିଛି ।

ବ୍ରହ୍ମୋସ ମୁଖ୍ୟ ଅତୁଲ ଦିନକର ରାଣେ କହିଛନ୍ତି, କ୍ଷେପଣାସ୍ତ୍ର ପ୍ରଣାଳୀରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାରକୁ ବୃଦ୍ଧି କରିବା ଏବଂ ଉତ୍ପାଦନ ଆଧାରକୁ ବିସ୍ତାର କରିବା ଦିଗରେ କାର୍ଯ୍ୟ କରୁଛି ବ୍ରହ୍ମୋସ ଏରୋସ୍ପେସ ଲିମିଟେଡ । ସେହିପରି ଘରୋଇ କ୍ଷେତ୍ରର ପ୍ରତିରକ୍ଷା ଶିଳ୍ପକୁ ବୃଦ୍ଧି କରିବାରେ ବ୍ରହ୍ମୋସ୍ ଏରୋସ୍ପେସ୍ ଲିମିଟେଡ ଏହାର ଗବେଷଣା ଏବଂ ବିକାଶ ଜାରି ରଖିଛି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.