ETV Bharat / bharat

12ବର୍ଷରୁ ଉର୍ଦ୍ଧ୍ବଙ୍କ ପାଇଁ କୋଭିଡ-19 ଟିକା ଉପଯୁକ୍ତ: ଫାଇଜର

author img

By

Published : May 27, 2021, 9:04 AM IST

12ବର୍ଷରୁ ଅଧିକ ସମସ୍ତଙ୍କ ପାଇଁ କୋଭିଡ-19 ଟିକା ଉପଯୁକ୍ତ ବୋଲି ଦାବି କରିଛି ଆମେରିକାର ବଡ ଟିକା ନିର୍ମାତା କେନ୍ଦ୍ର ଫାଇଜର । ଅଧିକ ପଢନ୍ତୁ...

ଫାଇଜର
ଫାଇଜର

ନୂଆଦିଲ୍ଲୀ: 12ବର୍ଷରୁ ଅଧିକ ସମସ୍ତଙ୍କ ପାଇଁ କୋଭିଡ-19 ଟିକା ଉପଯୁକ୍ତ । ଏ ନେଇ କେନ୍ଦ୍ର ସରକାରଙ୍କୁ ବୁଧବାର ସୂଚନା ଦେଇଛି ଆମେରିକାର ବଡ ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର ।

ଏହା ସହିତ ଉଭୟ ଫାଇଜର ଓ କେନ୍ଦ୍ର ସରକାର ମଧ୍ୟରେ କୋଭିଡ 19 ଟିକା ଭାରତକୁ ଆସିବା ପୂର୍ବରୁ ହୋଇଥିବା କ୍ଷତିପୂରଣ ସୁରକ୍ଷା ବିଷୟରେ ଆଲୋଚନା ହୋଇଛି । ଏହା ସହିତ ଆମ ସମସ୍ତ ଟିକା କୋରୋନା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କହିଛି ଫାଇଜର । ଟିକା ନିର୍ମାତା କେନ୍ଦ୍ର ଭାରତକୁ 2021ରେ 50ମିଲିୟନ କୋରୋନା ଭ୍ୟାକ୍ସିନ ଯୋଗାଇଛି ।

ଆମେରିକାର ଅନ୍ୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସୁତ୍ରରୁ ଜଣାପଡିଛି ଯେ, ମୁମ୍ବାଇରେ ଅବସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ସହିତ ମିଶି ଆମେରିକା କୋଭିଡ ଭ୍ୟାକ୍ସିନ ଉତ୍ପାଦନ କରିବ । ଏହା ପୂର୍ବରୁ ଭ୍ୟାକ୍ସିନ ନିର୍ମାତା ଦିଲ୍ଲୀ ଓ ପଞ୍ଜାବକୁ ଟିକା ଦେବନାହିଁ ବୋଲି କେନ୍ଦ୍ର ସରକରାଙ୍କୁ ସିଧାସଳଖ ମନା କରିଦେଇଥିଲା । ସେମାନେ କେବଳ କେବଳ କେନ୍ଦ୍ର ସରକାରଙ୍କ ସହିତ ଡିଲ କରୁଥିବା ଦାବି କରିଥିଲା ଭ୍ୟାକ୍ସିନ ନିର୍ମାତା କେନ୍ଦ୍ର ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.