ETV Bharat / bharat

ବଢୁଛି ତୈଳ ତାତି; ଜନତାଙ୍କ ପ୍ରଶ୍ନ, କେବେ ରେଟରେ ଲାଗିବ ବ୍ରେକ ? - ଡିଜେଲ

ଦେଶରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ପେଟ୍ରୋଲ-ଡିଜେଲ । ଆଜି ପଞ୍ଚମ ଦିନରେ ପୁଣି ବଢିଲା ଦର । ଉଗ୍ରରୂପ ନେବାରେ ଲାଗିଛି ଜନଅସନ୍ତୋଷ । ଅଧିକ ପଢନ୍ତୁ...

ବଢୁଛି ତୈଳ ତାତି; ଜନତାଙ୍କ ପ୍ରଶ୍ନ, କେବେ ରେଟରେ ଲାଗିବ ବ୍ରେକ ?

author img

By

Published : Oct 31, 2021, 9:42 AM IST

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ମିଳୁନି ନିସ୍ତାର । ହୁ ହୁ ହୋଇ ବଢିଚାଲିଛି ତୈଳ ଦର । ପ୍ରତିଦିନ ନିଜର ପୂର୍ବ ରେକର୍ଡ ବ୍ରେକ କରିବାରେ ଲାଗିଛି ପେଟ୍ରୋଲ-ଡିଜେଲ । ଆଜି ମଧ୍ୟ ଲଗାତାର ପଞ୍ଚମ ଦିନରେ ଦର ବଢିଛି । ପୁଣି ୩୫ ପଇସା ଲେଖାଏଁ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।

୩୫ ପଇସା ମହଙ୍ଗା ସହ ଆଜି ଦିଲ୍ଲୀରେ ପେଟ୍ରୋଲ ରେଟ୍ ଲିଟର ପିଛା ୧୦୯.୩୪ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ଦର ୯୮.୦୭ ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ଆଜି ପେଟ୍ରୋଲ ଲିଟର ପିଛା ୧୧୫.୫୧ ଟଙ୍କା ଏବଂ ଡିଜେଲ ୧୦୬ ଟଙ୍କାରେ ବିକ୍ରି ହେଉଛି ।

ଯଦି କୋଲକାତା କଥା କହିବା ତେବେ ଏଠାରେ ଦାମ୍ ଯଥାକ୍ରମେ ୧୦୯,୭୯ ଟଙ୍କା ଏବଂ ୧୦୧.୧୯ ଟଙ୍କାରେ ପହଞ୍ଚିଛି । ସେହିପରି ଓଡିଶାର ମାଲକାନଗିରି ଜିଲ୍ଲାରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ରହିଛି । ମାଲକାନଗିରିରେ ପେଟ୍ରୋଲ ୧୧୫ ଟଙ୍କା ଏବଂ ଡିଜେଲ ୧୧୨ ଟଙ୍କା ପାର୍ କରିଛି । ପେଟ୍ରୋଲ ଏବଂ ଡିଜେଲରେ ଏଭଳି ରେକର୍ଡ ବୃଦ୍ଧି ଏବେ ଦେଶରେ ଉଗ୍ର ରୂପ ନେବାରେ ଲାଗିଛି । କିଛି ରାଜନୈତିକ ଦଳ ମଧ୍ୟ ଏହି ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି ।

କହିରଖୁଛୁ କି, ଚଳିତ ବର୍ଷ ଆରମ୍ଭରୁ ଦେଶରେ ପେଟ୍ରୋଲ ଏବଂ ଡିଲେଜ ପାଖାପାଖି ୨୬ ଟଙ୍କା ଯାଏଁ ମହଙ୍ଗା ହୋଇଛି । ସେପଟେ ଦେଶର ତୈଳ ତାତି କମାଇବାକୁ କେନ୍ଦ୍ର ସରକାର କେତେକ ତୈଳ ରପ୍ତାନୀକାରୀ ରାଷ୍ଟ୍ର ସହ କଥା ହୋଇଛନ୍ତି । ମାତ୍ର ବର୍ତ୍ତମାନ ସମୟରେ ଏହି ବର୍ଦ୍ଧିତ ଦରରୁ ଆଶ୍ବସ୍ତି ମିଳିବା ନାହିଁ ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.