ETV Bharat / bharat

ତୈଳ ଦରରେ ନିଆଁ; ଜାଣନ୍ତୁ କ'ଣ ରହିଛି ଆଜିର ରେଟ୍ - ତୈଳ ଦରରେ ନିଆଁ

ଦେଶରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । କ୍ରମାଗତ ଷଷ୍ଠ ଦିନ ଧରି ଦର ବଢାଇଛନ୍ତି ତୈଳ କମ୍ପାନୀ । ଅଧିକ ପଢନ୍ତୁ...

ତୈଳ ଦରରେ ନିଆଁ; ଜାଣନ୍ତୁ କ'ଣ ରହିଛି ଆଜିର ରେଟ୍

author img

By

Published : Nov 1, 2021, 11:44 AM IST

ନୂଆଦିଲ୍ଲୀ : ଆକାଶ ଛୁଆଁ ଦରଦାମ୍ । ତୈଳଠୁ ଆରମ୍ଭ କରିବା ପନିପରିବା, ଏଲପିଜିରେ ମହଙ୍ଗା ମାଡ । ହେଲେ ଏସବୁ ଭିତରେ ନିରବଚ୍ଛିନ୍ନ ଭାବେ ବଢିଚାଲିଛି ପେଟ୍ରୋଲ-ଡିଜେଲ ରେଟ୍ । କ୍ରମାଗତ ଷଷ୍ଠ ଦିନ ଧରି ଦର ବଢାଇଛନ୍ତି ତୈଳ କମ୍ପାନୀ । ଆଜି ମଧ୍ୟ ଦେଶରେ ପେଟ୍ରୋଲ-ଡିଜେଲ ଦର ଯଥାକ୍ରମେ ୩୫ ପଇସା ବଢିଛି । ଦେଶରେ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଏବେ 109.69 ଟଙ୍କା ରହିଥିବା ବେଳେ ଡିଜେଲ ଲିଟର 98.42 ଟଙ୍କାକୁ ବୃଦ୍ଧି ପାଇଛି ।

ସେହିପରି ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା 115 ଟଙ୍କା 50 ପଇସା ରହିଥିବା ବେଳେ ଡିଜେଲ 106.62ରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା 110.35 ଓ 101.56 ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା 106.35 ଟଙ୍କା ଥିବା ବେଳେ ଡିଜେଲ 102.59 ଟଙ୍କା ରହିଛି । ମେ ମାସରେ ପେଟ୍ରୋଲ ମୂଲ୍ୟ 3.୮୩ ଟଙ୍କା, ଜୁନରେ ୪.୫୮ ଟଙ୍କା ଏବଂ ଜୁଲାଇରେ ୨.୭୩ ଟଙ୍କା ବୃଦ୍ଧି ପାଇଛି।

ଦେଶରେ ତୈଳ ଦର ବଢିବା ନେଇ କେନ୍ଦ୍ର ସରକାର ବିଭିନ୍ନ ତୈଳ ରପ୍ତାନୀ କରୁଥିବା ଦେଶ ସହ ଆଲୋଚନା କରୁଛନ୍ତି । ହେଲେ ଦରରେ ଲଗାମ ଲାଗୁ ନାହିଁ । ଯାହା ସାଧାରଣ ଲୋକଙ୍କ ଚିନ୍ତା ବଢାଇଲାଣି । ଏହାପୂର୍ବରୁ ଏକ ସୂତ୍ରରୁ ପ୍ରକାଶ ଯେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଗୁଡିକରେ ତେଲର ମୂଲ୍ୟ, ଯୋଗାଣ ଏବଂ ଚାହିଦା ନେଇ ଚିନ୍ତା ପ୍ରକଟ କରାଇଥିଲା ଯେ ଆନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପାଉଥିବାରୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସାଉଦି ଆରବ, କୁଏତ, ୟୁଏଇ, ଋଷିଆ ଏବଂ ଅନ୍ୟାନ୍ୟ ଦେଶର ଉର୍ଜା ମନ୍ତ୍ରଣାଳୟ ସହ ଆଲୋଚନା ମଧ୍ୟ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.