ETV Bharat / bharat

ରେକର୍ଡ ସ୍ତରରେ ପେଟ୍ରୋଲ-ଡିଜେଲ, ଆଜି ପୁଣି ବଢିଲା ଦର - ପୁଣି ବଢିଲା ତୈଳ ଦର

ଦେଶରେ ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ । କ୍ରମାଗତ ଦ୍ବିତୀୟ ଦିନରେ ଦର ବଢାଇଲେ ତୈଳ କମ୍ପାନୀ । ବର୍ତ୍ତମାନ ସମୟରେ ଏହି ମହଙ୍ଗା ମାଡରୁ ମିଳିବ ନାହିଁ ନିସ୍ତାର । ଅଧିକ ପଢନ୍ତୁ...

ରେକର୍ଡ ସ୍ତରରେ ପେଟ୍ରୋଲ-ଡିଜେଲ; ଆଜି ପୁଣି ବଢିଲା ଦର, ଜାଣନ୍ତୁ କେତେ...

author img

By

Published : Oct 21, 2021, 12:07 PM IST

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ମିଳୁନି ନିସ୍ତାର । ପନିପରିବା ଠାରୁ ତୈଳ ଯାଏଁ, ଆକାଶ ଛୁଆଁ ସବୁ ଦର । ଇତିମଧ୍ୟରେ ଦେଶରେ ଲଗାତାର ଭାବେ ବଢିଚାଲିଛି ତୈଳ ଦାମ୍ । କ୍ରମାଗତ ଦ୍ବିତୀୟ ଦିନରେ ଆଜି ପୁଣି ଦେଶରେ ପେଟ୍ରୋଲ-ଡିଜେଲ ଦାମ୍ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।

ଆଜି ଦେଶରେ ପୁଣି ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଯାହାପରେ ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ୍ ୧୦୬.୫୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୫.୨୭ ଟଙ୍କାରେ ପହଞ୍ଚିଛି । ସେହିପରି ବାଣିଜ୍ୟ ନଗରୀ ମୁମ୍ବାଇରେ ମଧ୍ୟ ଦର ରେକର୍ଡ ସ୍ତରରେ ରହିଛି । ଏଠାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୧୨.୪୪ ଏବଂ ୧୦୩.୨୬ ଟଙ୍କାରେ ପହଞ୍ଚିଛି ।

ସେପଟେ କୋଲକାତାରେ ମଧ୍ୟ ବର୍ତ୍ତମାନ ପେଟ୍ରୋଲ ୧୦୭.୧୨ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୯୮.୩୮ ଟଙ୍କା ରହିଛି । ଆଜି ଚେନ୍ନାଇରେ ଏହି ତୈଳ ଦର ୧୦୩.୬୧ ଏବଂ ୯୯.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଅପରପକ୍ଷେ କେନ୍ଦ୍ର ସରକାର ତୈଳର ଚାହିଦା ଓ ଯୋଗାଣ ଜନିତ ସମସ୍ୟା ସମ୍ପର୍କରେ ବିଭିନ୍ନ ତୈଳ ରପ୍ତାନୀକାରୀ ରାଷ୍ଟ୍ର ସହ କଥା ହୋଇଛନ୍ତି । ମାତ୍ର ବର୍ତ୍ତମାନ ସମୟରେ ଏହି ମହଙ୍ଗା ତୈଳ ଦରରୁ ନିସ୍ତାର ମିଳିବ ନାହିଁ ବୋଲି କୁହାଯାଉଛି ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ନିକଟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବୃହତ୍ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଯେପରି ସାଉଦ ଆରବ, କୁଏତ, ୟୁଏଇ, ଋଷିଆ ସହ ତୈଳ ଯୋଗାଣ ଓ ଏହାର ଚାହିଦା ସହ ଦରଦାମ୍ ସମ୍ପର୍କରେ ଆଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.