ETV Bharat / bharat

ଦେଶରେ ତେଲ ସଙ୍କଟ, ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ - 2000 petrol pumps on the verge of drying up in Rajasthan

ଦେଶରେ ଉତ୍କଟ ହେଲାଣି ତୈଳ ସଙ୍କଟ । ଦେଶରେ ମୋଟ ପେଟ୍ରୋଲ ଟାଙ୍କିର ୬୦ରୁ ୭୦ ପ୍ରତିଶତ ଟାଙ୍କିରେ ଏବେ ତୈଳ ସରିବାକୁ ବସିଛି । ଅନେକ ସହରରେ ଟାଙ୍କି ଖାଲି ପଡିଥିବାରୁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଲୋକେ । ଅଧିକ ପଢନ୍ତୁ

ଦେଶରେ ତେଲ ସଙ୍କଟ
ଦେଶରେ ତେଲ ସଙ୍କଟ
author img

By

Published : Jun 15, 2022, 11:58 AM IST

ହାଇଦ୍ରାବାଦ: ଦେଶରେ ଉଭା ହୋଇଛି ତୈଳ ସଙ୍କଟ । ଟାଙ୍କିରେ ମିଳୁନି ପେଟ୍ରୋଲ ଓ ଡିଜେଲ । ବିଭିନ୍ନ ରାଜ୍ୟରେ ଶହ ଶହ ପେଟ୍ରୋଲ ଟାଙ୍କି ଏବେ ଶୁଖିଲା ପଡିଛି । ତେଲ ପକାଇବାକୁ ସହରର ବିଭିନ୍ନ ଟାଙ୍କି ଆଗରେ ଭିଡ ଲଗାଉଛନ୍ତି ଗ୍ରାହକ । ନିକଟରେ କେନ୍ଦ୍ର ତୈଳ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମାଇବା ପରେ ଜନସାଧାରଣଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା । କିନ୍ତୁ ଡିଲରମାନଙ୍କୁ ତୈଳ ଯୋଗାଣରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀର ଅନିୟମତିତା ଏବଂ ଭାଟ୍ ବୃଦ୍ଧି ଦେଶରେ ହଠାତ୍ ତୈଳ ଅଭାବ ସୃଷ୍ଟି କରିଛି । ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ ନ ହୁଏ, ତାହାହେଲେ ଏହି ସଙ୍କଟ ଲମ୍ବା ସମୟର ଯାଏ ରହିପାରେ ବୋଲି ଆଶଙ୍କା କରିଛନ୍ତି ପେଟ୍ରୋଲ ପମ୍ପ ମାଲିକ ଏବଂ ଡିଲର ।

ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ତୈଳ ସଙ୍କଟର ଖବର ଦର୍ଶାଉଛି ଯେ, ଏହି ସମସ୍ୟା କେବଳ ସୀମିତ ନୁହେଁ, ବରଂ ଦେଶବ୍ୟାପୀ ଅନେକ ପେଟ୍ରୋଲ ପମ୍ପ ଉପରେ ଏହାର ବ୍ୟାପକ ପ୍ରଭାବ ପଡୁଛି । ସୋମବାର ଭୋପାଳର ୧୫୨ ପେଟ୍ରୋଲ ପମ୍ପରୁ ୧୨ଟି ପମ୍ପ ଶୁଖିଲା ପଡିଛି । ତୈଳ ଅଭାବ କେବଳ ସହର ନୁହେଁ, ସୀମା ବାହାରେ ଥିବା ପେଟ୍ରୋଲ ପମ୍ପର ସ୍ଥିତି ମଧ୍ୟ ସମାନ । ଭୋପାଳ ପରି ହିମାଚଳ ପ୍ରଦେଶର ସମାନ ଅବସ୍ଥା । ପେଟ୍ରୋଲ ଓ ଡିଜେଲ ନଥିବାରୁ ଏଠାରେ ୪୯୬ଟି ପେଟ୍ରୋଲ ପମ୍ପ ଏବେ ବନ୍ଦ ପଡିଛି । ହିମାଚଳ ପ୍ରଦେଶ ଖାଦ୍ୟ ଯୋଗାଣ ବିଭାଗ ଅନୁଯାୟୀ, ପ୍ରତିଦିନ ରାଜ୍ୟରେ ହାରାହାରି ୨୪୦ ମେଟ୍ରିକ ଟନ ପେଟ୍ରୋଲ ଏବଂ ୧୩୦୦ ମେଟ୍ରିକ ଟନ ଡିଜେଲ ଉପଯୋଗ ହୋଇଥାଏ । ମୋଟ ଉପଭୋଗର ୫୦ ପ୍ରତିଶତ ତୈଳ IOCL(Indian Oil Corporation Limited) ଯୋଗାଣ କରୁଥିବା ବେଳେ BPCL ଏବଂ HPCL ୨୪ ପ୍ରତିଶତ ଲେଖାଏଁ ଯୋଗାଣ କରନ୍ତି । ଅତିରିକ୍ତ ୨ ପ୍ରତିଶତ ତୈଳ ଘରୋଇ କମ୍ପାନୀ ଯୋଗାଇଥାଏ ।

ରାଜ୍ୟସ୍ଥାନରେ HPCL ପକ୍ଷରୁ ପ୍ରାୟ ୨୫୦୦ ପେଟ୍ରୋଲ ପମ୍ପ ପରିଚାଳିତ ହୋଇଥାଏ । ମାତ୍ର କିଛି ଦିନ ହେଲା ଏଠାରେ ୨,୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ଖାଲି ପଡିଛି । ଏଠାରେ ପେଟ୍ରୋଲ ପାଇଁ ଲୋକଙ୍କ ନାହିଁ ନଥିବା ଗହଳି ପରିଲକ୍ଷିତ ହେଉଛି । ଯଦିଓ IOCLର ୪,୦୦୦ ପମ୍ପରେ ଯୋଗାଣ ଠିକ୍ ଚାଲିଛି, ତଥାପି ଏହି ପମ୍ପଗୁଡିକ ରାଜ୍ୟ ଭିତରେ ବଢୁଥିବା ଚାହିଦା ପୂରଣ ଦିଗରେ ଅକ୍ଷମ ହେବ ବୋଲି ଆଶଙ୍କା କରାଯାଉଛି । ହରିୟାଣା ରାଜ୍ୟରେ ମଧ୍ୟ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଦେଇଛି ।

ପେଟ୍ରୋଲିୟମ ଡିଲର ୱେଲଫେୟାର ଆସୋସିଏସନ ଅନୁଯାୟୀ, ମୋଟ ୪ ହଜାର ପେଟ୍ରୋଲ ପମ୍ପର ୬୦ ରୁ ୭୦ ପ୍ରତିଶତ ଅଧିକ ପମ୍ପରେ ଗଚ୍ଛିତ ତୈଳ ବର୍ତ୍ତମାନ ଶେଷ ହେବାକୁ ବସିଛି । ହରିୟାଣା ଦୈନିକ ୮୦ ରୁ ୯୦ ଲକ୍ଷ ଲିଟର ଡିଜେଲ ଏବଂ ୧୫ ରୁ ୧୭ ଲକ୍ଷ ପେଟ୍ରୋଲ ଆବଶ୍ୟକ କରେ । ମୁଖ୍ୟତଃ ଡିଜେଲ ଅପେକ୍ଷା ପେଟ୍ରୋଲ ଅଧିକ ପ୍ରଭାବିତ ହେଉଥିବାର ଦେଖାଯାଉଛି । ଏବେଠୁ ଯୋଗାଣ ଶୃଙ୍ଖଳରେ ସୁଧାର ନ ଆସିଲେ ଆଗାମୀ ଦିନରେ ସ୍ଥିତି ଅଧିକ ଭୟଙ୍କର ହେବାର ଆଶଙ୍କା ରହିଥିବା ରାଜ୍ୟର ଅଏଲ ଆସୋସିଏସନ ସଭାପତି କହିଛନ୍ତି ।

ଅନ୍ୟପଟେ ଦେଶରେ ଏଭଳି ତୈଳ ସଙ୍କଟ ବାବଦରେ ଔପଚାରିକ ଭାବେ କିଛି କହିବାକୁ ନାରାଜ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ । ହେଲେ ଜଣେ ବରିଷ୍ଠ ଅଧିକାରୀ କହିବାନୁସାରେ,''ହଠାତ୍ ଡଲାର ମୂଲ୍ୟ ବଢିବା ଦ୍ବାରା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି । ଯେଉଁ କାରଣରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ଡିଲରମାନଙ୍କୁ ଚାହିଦା ଅପେକ୍ଷା କମ୍ ତୈଳ ଯୋଗାଇବାକୁ ବାଧ୍ୟ ହେଉଛନ୍ତି । ଯାହାକି ଏପରି ବିଷମ ପରିସ୍ଥିତି ସୃଷ୍ଟି କରିଛି । କିନ୍ତୁ ଏହି ସମସ୍ୟା ଦୀର୍ଘସ୍ଥାୟୀ ନୁହେଁ, କମ୍ ଦିନ ଭିତରେ ସ୍ଥିତି ପୁଣି ସ୍ବାଭାବିକ ହେବ ।''

ତୈଳ ସଙ୍କଟ କେବଳ ଉତ୍ତର ଭାରତରେ ନୁହେଁ, ପୂର୍ବ ଏବଂ ଦକ୍ଷିଣ ଭାରତରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି । ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗରେ ଏହି ତୈଳ ତାତି ଅନୁଭୂତ ହେଲାଣି । ବିହାରର କିଛି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଅଭାବର ଖବର ସାମ୍ନାକୁ ଆସୁଛି । କିନ୍ତୁ ରାଜଧାନୀ ଦିଲ୍ଲୀରେ ସ୍ଥିତ ସମ୍ପୂର୍ଣ୍ଣ ସ୍ବାଭାବିକ ରହିଛି । ବର୍ତ୍ତମାନ ଯାଏଁ ରାଜଧାନୀରେ ଯୋଗାଣ ଅଭାବ ସୃଷ୍ଟି ହୋଇ ନଥିବା ଅଲ୍ ଇଣ୍ଡିଆ ପେଟ୍ରୋଲିୟମ ଡିଲର ଆସୋସିଏସନ ସଭାପତି କହିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.