ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଏନେଇ IOCL ତରଫରୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ପ୍ରକାଶ କରାଯାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ବୃଦ୍ଧି ଘଟିନାହିଁ । ଯାହା ଗାଡି ଚାଳକଙ୍କୁ ଆଶ୍ବସ୍ତି ଦେଇଛି । ରାଜଧାନୀରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୭୨ ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା ୮୯.୬୨ ପଇସା ରହିଛି । ସେହିପରି ଉତ୍ତରପ୍ରଦେଶରେ ପେଟ୍ରୋଲ ଲିଟର ପିଛା ୯୬.୫୭, ଡିଜେଲ ଲିଟର ପିଛା ୮୯.୯୬. ହରିୟାଣାରେ ପେଟ୍ରୋଲ ୯୭.୧୮ ପଇସା, ଡିଜେଲ ୯୦.୫ ପଇସା, ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୯.୭୧ପଇସା ରହିଥିବା ବେଳେ ଡିଜେଲ ୯୪.୮୧ ପଇସା ରହିଛି ।
ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧.୩୫ ପଇସା, ଡିଜେଲ ୯୭.୨୮ ପଇସା, ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୬୩ ପଇସା, ଡିଜେଲ ୯୪.୨୪ ପଇସା, ଓଡିଶାରେ ପେଟ୍ରୋଲ ଲିଟର ପିଛା ୧୦୩.୧୯ ପଇସା, ଡିଜେଲ ୯୪.୭୧ ପଇସା ଓ କୋଲକାତାରେ ପେଟ୍ରୋଲ ୧୦୬.୦୩ ପଇସା ଓ ଡିଜେଲ ୯୨.୭୬ ପଇସା ରହିଛି ।