ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ସଂକ୍ରମଣ ଅସ୍ତବ୍ୟସ୍ତ କରି ରଖିଛି । ଦ୍ବିତୀୟ ଥର ଲାଗି ଭାରତୀୟ ତେଲ ବିତରଣ କମ୍ପାନୀ ତୈଳ ଦର ବୃଦ୍ଧି କରିଛନ୍ତି । ବୁଧବାର(ଆଜି) ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ 19 ପଇସା ବଢି ଲିଟର ପିଛା 90.74 ଟଙ୍କାରେ ବିକ୍ରି କରାଯାଉଛି । ଡିଜେଲ 21 ବୃଦ୍ଧି ପାଇ ଲିଟର 81.12 ଟଙ୍କାରେ ପହଞ୍ଚିଛି ।
ଏହା ପୂର୍ବରୁ ମଙ୍ଗଳବାର ପେଟ୍ରୋଲ 15 ପଇସା ଓ ଡିଜେଲ 18 ପଇସା ମହଙ୍ଗା ହୋଇଥିଲା । ଲିଟର ପିଛା ପେଟ୍ରୋଲ ଦର 90.55 ରହିଥିବାବେଳେ ଡିଜେଲ 80.91ରେ ବିକ୍ରି ହେଉଥିଲା ।
ସେପଟେ, ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ 96.95 ଟଙ୍କା ରହିଛି । ଡିଜେଲର ଦାମ 87.98 ରେ ପହଞ୍ଚିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା 92.55 ଟଙ୍କା ରହିଛି। ଡିଜେଲ ମୂଲ୍ୟ 85.90 ଟଙ୍କା ବିକ୍ରି ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ