ETV Bharat / bharat

ଜ୍ଞାନବ୍ୟାପୀ ମସଜିଦରେ ଶିବଲିଙ୍ଗ ! କୋର୍ଟଙ୍କ ନିର୍ଦ୍ଦେଶରେ ସିଲ ହେଲା ସ୍ଥାନ

author img

By

Published : May 16, 2022, 4:00 PM IST

ଜ୍ଞାନବ୍ୟାପୀ ମସଜିଦରେ ଶିବଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷଙ୍କ ଦାବି । ଭିଡିଓଗ୍ରାଫିର 3ୟ ଦିନରେ ଉକ୍ତ ସ୍ଥାନ ସିଲ କରିବା ପାଇଁ ନିର୍ଦ୍ଦେଶ ଦେଲେ ବାରାଣାସି କୋର୍ଟ । ଅନ୍ୟପଟେ ସୁପ୍ରମକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ମୁସଲିମ ପକ୍ଷ । ଅଧିକ ପଢନ୍ତୁ

ଜ୍ଞାନବ୍ୟାପୀ ମସଜିଦରେ ଶିବଲିଙ୍ଗ ! କୋର୍ଟଙ୍କ ନିର୍ଦ୍ଦେଶରେ ସିଲ ହେଲା ସ୍ଥାନ
ଜ୍ଞାନବ୍ୟାପୀ ମସଜିଦରେ ଶିବଲିଙ୍ଗ ! କୋର୍ଟଙ୍କ ନିର୍ଦ୍ଦେଶରେ ସିଲ ହେଲା ସ୍ଥାନ

ଲକ୍ଷ୍ନୌ: କାଶୀ ବିଶ୍ବନାଥ ମନ୍ଦିର-ଜ୍ଞାନବ୍ୟାପୀ ମସଜିଦ ବିବାଦରେ ଭିଡିଓଗ୍ରାଫି ସର୍ଭେ ଆଜି ତୃତୀୟ ଦିନରେ ଜାରି ରହିଛି । ଏହାରି ମଧ୍ୟରେ ଭିନ୍ନ ଏକ ଖବର ସାମ୍ନାକୁ ଆସିଛି । ଆଜି (ସୋମବାର) ତୃତୀୟ ଦିନରେ ଭିଡିଓଗ୍ରାଫି ସର୍ଭେ ପ୍ରକ୍ରିୟା ଜାରି ରହିଥିବା ବେଳେ ମସଜିଦ ପରିସରରୁ ଏକ ଶିବଲଙ୍ଗ ମିଳିଥିବା ଦାବି କରିଛନ୍ତି ହିନ୍ଦୁ ପକ୍ଷର ଜଣେ ଆବେଦନକାରୀ ।

ହିନ୍ଦୁ ପକ୍ଷ ଆବେଦନକାରୀ ତଥା ମାମଲାର ତଦନ୍ତ ପାଇଁ ଗଠିତ କୋର୍ଟ କମିଶନର ସଦସ୍ୟ ଶୋହନ ଲାଲ ଆର୍ୟା ଆଜି ସର୍ଭେ ସମୟରେ ଶିବଲିଙ୍ଗ ମିଳିଥିବା ଦାବି କରିବା ପରେ ମାମଲା ଭିନ୍ନ ମୋଡ ନେଇଛି । ବାରାଣାସି କୋର୍ଟ ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ କରିବା ପାଇଁ ସ୍ଥାନୀୟ ପ୍ରାଶାସନକୁ ନିର୍ଦ୍ଦେଶ ଦେଇଛି ।

ଜ୍ଞାନବ୍ୟାପୀ ମସଜିଦ ପରିସରରେ ଭିଡିଓଗ୍ରାଫି ସର୍ଭେକୁ ବିରୋଧ କରିଆସୁଥିବା ମୁସଲିମ ପକ୍ଷ ସର୍ବୋଚ୍ଚ ନ୍ୟାୟାଳୟରେ ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି । ଆସନ୍ତାକାଲି ସର୍ଭେ ରୋକିବା ପାଇଁ ହୋଇଥିବା ଆବେଦନର ଶୁଣାଣି ସର୍ବୋଚ୍ଚ ନ୍ୟାୟାଳୟର ହେବାକୁ ଥିବା ବେଳେ ଆଜି ଏପ୍ରକାର ଦାବି ଉଠିଛି । ତେବେ ହିନ୍ଦୁ କର୍ମକର୍ତ୍ତାଙ୍କ ଦାବି ପରେ ବାରାଣାସୀ କୋର୍ଟ ଉକ୍ତ ସ୍ଥାନକୁ ସମ୍ପୂର୍ଣ୍ଣ ସିଲ ମଧ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଜିକୁ ମିଶାଇ ମୋଟ 3 ଦିନର ଭିଡିଓଗ୍ରାଫି ସର୍ଭେ ଶେଷ ହୋଇଛି । ସର୍ଭେର ରିପୋର୍ଟ କୋର୍ଟରେ ଦାଖଲ କରିବେ କୋର୍ଟ କମିଶନ ।

ଗଣମାଧ୍ୟମକୁ ସୂଚନା ଦେଇ ହିନ୍ଦୁ ପକ୍ଷ ସଦସ୍ୟ ଆର୍ଯ୍ୟ କହିଛନ୍ତି, ମସଜିଦ ସାମ୍ନାରେ ପୂର୍ବରୁ ନନ୍ଦିଙ୍କ ପ୍ରତିମୂର୍ତ୍ତି ମିଳିଥିଲା । ବର୍ତ୍ତମାନ ଶିବଲିଙ୍ଗ ମିଳିବା ଘଟଣା ମାମଲାକୁ ସ୍ପଷ୍ଟ କରିଛି । ଭିଡିଓଗ୍ରାଫି ପରେ ମସଜିଦ ପରିସରର ନିର୍ଦ୍ଦିଷ୍ଟ ସେହି ସ୍ଥାନକୁ ସମ୍ପୂର୍ଣ୍ଣ ସିଲ କରିବା ସହ କୌଣସି ଶ୍ରଦ୍ଧାଳୁଙ୍କ ପାଇଁ ବାରଣ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପରବର୍ତ୍ତୀ ରାୟ ଆସିବା ପର୍ଯ୍ୟନ୍ତ ଉକ୍ତ ସ୍ଥାନ ସିଲ ହୋଇ ରହିବ । ତାର ସୁରକ୍ଷା ଦାୟିତ୍ୱରେ ଡିଏମ୍, ପୋଲିସ୍ କମିଶନର ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF)ର ବାରାଣାସୀ କମାଣ୍ଡାଣ୍ଟ ଦାୟୀ ରହିବେ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.